କୋଲ ଇଣ୍ଡିଆ ଲିମିଟେଡରେ ବାହାରିଲା ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

କୋଲ ଇଣ୍ଡିଆ ଲିମିଟେଡରେ ଖାଲିରହିଛି ପଦବୀ। କୋଲ ଇଣ୍ଡିଆ ଲିମିଟେଡରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଏହି ପଦବୀରେ ଭର୍ତ୍ତି ପାଇଁ କଲିକତା ସ୍ଥିତ ମୁଖ୍ଯାଳୟ ଏବଂ ବିଭିନ୍ନ ସହର ସ୍ଥିତ ସିବସିଡିଆରୀ କମ୍ପାନୀର କାର୍ଯ୍ଯାଳୟ ପାଇଁ ହେବ

ନୋଟିଫିକେସନ ଅନୁସାରେ, ଆସିଷ୍ଟାଣ୍ଟ ମ୍ୟାନେଜର,ମ୍ୟାନେଜର,ଡେପୁଟି ମ୍ୟାନେଜର,ଚିଫ ମ୍ୟାନେଜର, ସିନିଅର ମ୍ୟାନେଜର,ଜେନେରାଲ ମ୍ୟାନେଜର ଗ୍ରେଡରେ କମ୍ପାନୀ ସଚିବ ପାଇଁ ହେବ।

ଆବେଦନର ଶେଷ ତାରିଖ :-

ଏପ୍ରିଲ ୧୯ ତାରିଖ ପର୍ଯ୍ୟନ୍ତ ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ଯତା :-

ଏହି ପଦବୀରେ ନିଯୁକ୍ତି କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ୟୁନିଭରସିଟିରୁ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିବା ଦରକାର। ଏହି ଗ୍ରାଜୁଏସନ ଡିଗ୍ରୀରେ ICSE କମ୍ପାନୀ ସଚିବ ଯୋଗ୍ଯତା ଥିବା ଦରକାର।

Google

ବୟସ ସୀମା :-

ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ବୟସ ସୀମା ୩୬ ବର୍ଷରୁ ୫୫ ବର୍ଷ ପର୍ଯ୍ୟନ୍ତ ହୋଇଥିବା ଦରକାର। ଆଉ ଅଲଗା ଅଲଗା ପଦବୀ ପାଇଁ ବୟସ ସୀମା ଅଲଗା ଅଲଗା ରହିଛି।

ଦରମା :-

ଏହି ପଦବୀରେ ଯୋଗ୍ୟ ହୋଇଥିବା ପ୍ରାର୍ଥୀଙ୍କର ଦରମା ୬୦,୦୦୦ ଟଙ୍କାରୁ ୨,୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିବ।

ଆବେଦନ ଫର୍ମ ଜମା କରିବାର ଠିକଣା :-

ଏହି ପଦବୀରେ ଆବେଦନ କରିବା ପାଇଁ ଆପଣଙ୍କୁ Coal India Limited,Coal Bhawan,Complex No.4-1111,AF-1111,Action Area-1A,New Town,Rajarhat,Kolkata–700156 . ଆଉ ଏହା ସହିତ ଆବେଦନପତ୍ରର ଫର୍ମ କପିକୁ ସ୍କାନ କରି ଡକ୍ଯୁମେଣ୍ଟସ ସହିତ ଆଟାଚ କରି ଏପ୍ରିଲ ୧୯ ତାରିଖ ମଧ୍ୟରେ [email protected]ରେ ମେଲ କରନ୍ତୁ।

ଏହି ପଦବୀ ସମ୍ପର୍କରେ ଅଧିକ ସୂଚନା ପାଇଁ https://www.coalindia.in/media/documents ରେ କ୍ଲିକ କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *