ଚତୁର୍ଥୀ ରାତିରେ ସ୍ତ୍ରୀକୁ ଦେଖି ଉଡ଼ିଗଲା ସ୍ୱାମୀର ହୋସ, ରାତି ୧୨ ଟାରେ ହିଁ ଶ୍ୱଶୁରଙ୍କୁ କଲା ଫୋନ,ଆଉ ତା ପରେ ..ଜାଣନ୍ତୁ ପୁରା ଘଟଣା

ମଧ୍ୟପ୍ରଦେଶର ଶିବପୁରୀରେ ବିବାହର ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ବ୍ୟକ୍ତି ଶ୍ୱଶୁର ଘରର ଲୋକମାନଙ୍କ ଉପରେ କିନ୍ନର ସହିତ ବିବାହ କରାଇ ଥିବାର ଅ-ଭି-ଯୋ-ଗ କରିଛନ୍ତି | ବ୍ୟକ୍ତିଜଣକ ଏସସି କାର୍ଯ୍ୟାଳୟ ଶିବପୁରୀରେ ଅ-ଭି-ଯୋ-ଗ କରିଛନ୍ତି ଯେ ତାଙ୍କ ସହିତ ବିବାହ ନାମରେ ପ୍ରତାରଣା କରାଯାଇଛି |

ଏହି ମାମଲା ଶିବପୁରୀର ଭାବଖେଡି ଗାଁର ଅଟେ | ବ୍ୟକ୍ତିଜଣକ ନିଜର ଅଭିଯୋଗରେ କହିଛନ୍ତି ଯେ ଦୁଇ ବର୍ଷ ପୂର୍ବେ ଯେଉଁ ଝିଅ ସହିତ ତାଙ୍କର ବିବାହ ହୋଇଛି, ସେ ଜଣେ ମହିଳା ନୁହଁନ୍ତି ବରଂ ସେ ଜଣେ କିନ୍ନର | ବ୍ୟକ୍ତିଜଣକ କହିଛନ୍ତି ଯେ ଏହି କଥା ତାଙ୍କୁ ଚତୁର୍ଥୀ ରାତିରେ ଜାଣିପାରିଲେ | ପନଖି ଜାଟବ ସେହି ରାତିରେ ୧୨ଟା ସମୟରେ ଶ୍ୱଶୁରଙ୍କୁ ଫୋନ କରି ବି-ରୋ-ଧ ପ୍ରକାଶ କରିଥିଲେ |

ପନଖି ଜାଟବଙ୍କ ବୟସ ୨୩ ବର୍ଷ ଅଟେ | ଏସପି କାର୍ଯ୍ୟାଳୟରେ ଅଭିଯୋଗ କରିବା ସମୟରେ ସେ କହିଥିଲେ ଯେ ବିବାହର ଠିକ ପରଦିନ ହିଁ ସେ ନିଜ ସ୍ତ୍ରୀଙ୍କୁ ହସ୍ପିଟାଲ ନେଇଗଲେ ଏବଂ ମହିଳା ଡାକ୍ତରଙ୍କ ଦ୍ୱାରା ତାଙ୍କର ଯାଞ୍ଚ କରାଇ ଥିଲେ | ଏହା ପରେ ଡାକ୍ତରମାନେ କହିଥିଲେ ଯେ ପନଖିଙ୍କ ସ୍ତ୍ରୀଙ୍କଠାରେ ମହିଳାଙ୍କ ଭଳି କୌଣସି ଲକ୍ଷଣ ନାହିଁ |

ପନଖି ନିଜର ଶ୍ୱଶୁର ଘର ଲୋକ ଏବଂ ସ୍ତ୍ରୀ ମନୀଷାଙ୍କ ବିରୋଧରେ ଅଭିଯୋଗ କଲେ ଏବଂ କାର୍ଯ୍ୟାନୁଷ୍ଠାନ କରିବାପାଇଁ ଦାବି କରିଛନ୍ତି | ସେହିପରି ପନଖି ବିବାହ ନାମରେ ପ୍ରତାରଣା ପାଇଥିବା କାରଣରୁ ସ୍ତ୍ରୀ ମନୀଷାଙ୍କୁ ତାଙ୍କ ବାପଘରକୁ ପଠାଇ ଦେଇଥିଲେ | କିନ୍ତୁ ତାଙ୍କ ଶ୍ୱଶୁର ଘର ଲୋକେ ମନୀଷାଙ୍କୁ ତାଙ୍କ ପାଖରେ ରଖିବାକୁ ଚାପ ପକାଇଥିଲେ | ପନଖି କହିଛନ୍ତି ଯେ ତାଙ୍କ ଶ୍ୱଶୁର ଗୋଡ ହାତ ଭାଙ୍ଗିଦେବାକୁ ମଧ୍ୟ ଧ-ମ-କ ଦେଉଛନ୍ତି |

ପନଖି ଜାଟବି କହିଛନ୍ତି ଯେ ଜୁନ ୧୬ ତାରିଖ ୨୦୧୯ ରେ ତାଙ୍କର ମନୀଷାଙ୍କ ସହିତ ବିବାହ ହୋଇଥିଲା | କିନ୍ତୁ ତାଙ୍କ ସ୍ତ୍ରୀ କିନ୍ନର ହୋଇଥିବେ, ଏହି କଥା ତାଙ୍କୁ ଚତୁର୍ଥୀ ରାତିରେ ଜଣା ପଡିଥିଲା | ପରଦିନ ହିଁ ପନଖି ତାଙ୍କ ବଡ଼ ଭାଇ ଫୁଲ ସିଂ ଏବଂ ଭଉଣୀ ସରୋଜଙ୍କୁ ଏ ବିଷୟରେ କହିଥିଲେ | ଏହା ପରେ ମନୀଷାଙ୍କୁ ହସ୍ପିଟାଲ ନିଆଯାଇ ତାଙ୍କର ଚେକଅପ କରାଯାଇଥିଲା | ଯେଉଁଥିରେ ଏହି କଥାର ଖୁଲାସା ହେଲା ଯେ ମନୀଷା ମହିଳା ନୁହଁନ୍ତି ବରଂ ଜଣେ କିନ୍ନର | ଏହାପରେ ତୁରନ୍ତ ତାଙ୍କୁ ତାଙ୍କ ବାପଘରକୁ ପଠାଯାଇଥିଲା |

ମନୀଷା ମଧ୍ୟ ନିଜ ସ୍ୱାମୀଙ୍କ ବି-ରୋ-ଧ-ରେ ମହିଳା ପ୍ରକୋଷ୍ଠରେ ଆବେଦନ କରିଛନ୍ତି | ମନୀଷା ଅ-ଭି-ଯୋ-ଗ-ରେ ସ୍ୱାମୀଙ୍କ ସହ ସମ୍ପର୍କ ନ ରଖିବା କଥା କହିଛନ୍ତି | ଏହା ବ୍ୟତୀତ ଭରଣପୋଷଣ ପାଇଁ ମଧ୍ୟ ଦାବି କରିଛନ୍ତି | ତାଙ୍କ ବି-ରୋ-ଧରେ ଅ-ଭି-ଯୋ-ଗ ପଞ୍ଜିକରଣ କରିବା ପରେ ପନଖି ଏସପି କାର୍ଯ୍ୟାଳୟରେ ଆଉ ଏକ ଅଭିଯୋଗ ଦାଖଲ କରିଛନ୍ତି |

ବ୍ୟକ୍ତିଜଣଙ୍କ ପାଞ୍ଚ-ଛଅ ମାସ ପୂର୍ବରୁ ସ୍ତ୍ରୀଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଥିଲେ, କିନ୍ତୁ ସ୍ତ୍ରୀ ବିରୋଧରେ ଯେଉଁ ଅ-ଭି-ଯୋ-ଗ କରିଥିଲେ, ତା’ର କୌଣସି ପ୍ରମାଣ ମିଳିନାହିଁ | ପୋଲିସ ସୁନୀଲ ରାଜପୁତ କହିଛନ୍ତି ଯେ ସ୍ୱାମୀ-ସ୍ତ୍ରୀଙ୍କୁ କୁଟୁମ୍ବ କୋର୍ଟକୁ ଯିବାପାଇଁ ପରାମର୍ଶ ଦିଆଯାଇଛି | ସେଠାରୁ ହିଁ ଛାଡପତ୍ର ଇତ୍ୟାଦିର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *