ପୁଣି ରାଜ୍ୟକୁ ଫେରିଲା ନାଇଟ କର୍ଫ୍ୟୁ, ୧୦ଟି ସହରରେ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ

ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ଏହି ସଂକ୍ରମଣ ବୃଦ୍ଧି ପାଇବାକୁ ନଜରରେ ରଖି ରାଜ୍ୟ ସରକାର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ,ଏପ୍ରିଲ ମାସ ୫ ତାରିଖରୁ ନାଇଟ କର୍ଫ୍ୟୁ ଲାଗୁ କରାଯିବ।

ନାଇଟ କର୍ଫ୍ୟୁ କଟକଣା ଲାଗୁ କରାଯିବାକୁ ଥିବା ୧୦ଟି ଜିଲ୍ଲା ହେଉଛି,କଳାହାଣ୍ଡି,ନବରଙ୍ଗପୁର,କୋରାପୁଟ,ମାଲକାନଗିରି,ଝାରସୁଗୁଡ଼ା,ସମ୍ବଲପୁର,ବରଗଡ଼,ବଲାଙ୍ଗିର,ନୂଆପଡ଼ା ଓ ସୁନ୍ଦରଗଡ଼।

Google

ଏହି ୧୦ଟି ଜିଲ୍ଲା ଗୁଡ଼ିକରେ ରାତି ୧୦ଟା ସମୟରୁ ନାଇଟ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

କଟକଣା ସମୟରେ ସମସ୍ତ ଦୋକାନ,ସପିଂ ମଲ,ଅଫିସ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଜରୁରୀ କାଳୀନ ସେବା ଗୁଡିକ ଚାଲୁ ରହିବ। ଏଥି ସହ ଯାତାୟାତ ମଧ୍ୟ ବନ୍ଦ ରହିବ।

ନାଇଟ କର୍ଫ୍ୟୁରୁ ଜରୁରୀକାଳୀନ ସେବାକୁ ଛାଡିଦେଲେ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ମଧ୍ୟ କଟକଣାରୁ ମୁକ୍ତ କରାଯାଇଛି।

କଟକଣା ସମୟରେ ସମସ୍ତ ଶିଳ୍ପ କାରଖାନା ଖୋଲା ରହିବ। ପେଟ୍ରୋଲ ପମ୍ପ ଓ ସିଏନଜି ଷ୍ଟେସନ ଖୋଲା ରହିବ। ହୋମ ଡେଲିଭରିକୁ ସଂସ୍ଥା ଗୁଡ଼ିକ ମଧ୍ୟ ଖୋଲା ରହିବ। ସେହିପରି ଭାବରେ ମେଡିକାଲ ଓ ଅନ୍ୟ ଜରୁରୀ କାମରେ ବାହାରକୁ ଯିବାପାଇଁ ଅନୁମତି ମିଳିବ ବୋଲି ଏସଆରସିଙ୍କ ତରଫରୁ ସୂଚନା ମିଳିଛି।

Google

ସୂଚନା ଅନୁସାରେ,ଗତକାଲି ରାଜ୍ୟରେ ୪୬୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ଆଜି ୪୫୨ ଜଣ ଚିହ୍ନଟ ହୋଇଛନ୍ତି। ଆଜିର ରିପୋର୍ଟ ଅନୁସାରେ, ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ୭୭ ଜଣ, ସୁନ୍ଦରଗଡ଼ରେ ୭୫ ଜଣ ଓ ନୂଆପଡ଼ାରେ ୭୧ ଜଣ ନୂଆ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *