ଆଇପିଏଲ ୨୦୨୧ : ଏହି ଦିଗ୍ଗଜ କ୍ରିକେଟର କଲେ ଭବିଷ୍ୟବାଣୀ,କହିଲେ ଏହି ଦଳ ହେବ ଏଥର ଆଇପିଏଲ ଚାମ୍ପିଅନ, ଧୋନିଙ୍କ ଦଳ ରହିବ ଶେଷ ସ୍ଥାନରେ,ଜାଣନ୍ତୁ ପୁରା ଭବିଷ୍ୟବାଣୀ ବିଷୟରେ

ଆଇପିଏଲର ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ କିଛିଦିନ ରହିଛି|ଟୁର୍ଣ୍ଣାମେଣ୍ଟର ଆରମ୍ଭ ୯ ଅପ୍ରେଲରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଆରସିବି ମଧ୍ୟରେ ହେବ|ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଟ୍ରଫି ଜିତି ସାରିଛନ୍ତି|ଆଇପିଏଲର ପୂର୍ବ ୨ସିଜିନ ତାଙ୍କ ନାମରେ ରହିଛି|ସେ ଲଗାତାର ତୃତୀୟ ଥର ଜିତିବା ପାଇଁ ପଡିଆକୁ ଓହ୍ଲାଇବ|

ଆରସିବି,ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ଭଳି ଦଳ ପ୍ରଥମଥର ଟ୍ରଫି ଜିତିବାର ନଜର ରହିବ|ରାଜସ୍ଥାନ ରୟାଲ୍ସ କଥା ଯଦି କହେ ସେ ୨୦୦୮ ପରେ କଵ୍ଜା କରିପାରିନଥିଲା|କେକେଆର ୨୦୧୪,ସନ ରାଇଜର୍ସ ୨୦୧୬ ପରେ ଚାମ୍ପିଅନ ହୋଇପାରିନଥିଲା|ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୦ ସିଜନ ଭୁଲିକି ଏଥର ଦମଦାର ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ|

ଆଇପିଏଲ ୨୦୨୧ର ଚାମ୍ପିଅନ କିଏ ହେବ ସମୟ କହିବ|କିନ୍ତୁ ନ୍ୟୁଜିଲାଣ୍ଡର ପୂର୍ବ ଅଲରାଉଣ୍ଡର ସ୍କଟ ଷ୍ଟାୟରିସ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଦାବି କରିଛନ୍ତି|ସେ ଟୁଇଟ୍ କରି କହିଛନ୍ତି ଏଥର କେଉଁ ଦଳ କେଉଁ ସ୍ଥାନରେ ରହିବ|ସ୍କଟ ଷ୍ଟାୟରିସଙ୍କ ମୁତାବକ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସ ରହିବ|ତୃତୀୟ ସ୍ଥାନରେ ପଞ୍ଜାବ କିଙ୍ଗ୍ସ ରହିବ ବୋଲି ଆଶା କରାଯାଉଛି|

ନ୍ୟୁଜିଲାଣ୍ଡର ପୂର୍ବ ଅଲରାଉଣ୍ଡର ମୁତାବକ ଚତୁର୍ଥ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦ ରହିପାରେ|ସେ କହିଛନ୍ତି ଯେ ପଞ୍ଚମ ସ୍ଥାନରେ କୋହଲିଙ୍କ ନେତୃତ୍ୱଧୀନ ଆରସିବି ଓ ଷଷ୍ଠ ସ୍ଥାନରେ ସଞ୍ଜୁ ସାମସନଙ୍କ ନେତୃତ୍ୱଧୀନ ଦଳ ରାଜସ୍ଥାନ ରୟାଲ୍ସ ରହିପାରେ|

ସ୍କଟ ଷ୍ଟାୟରିସଙ୍କ ଭବିଷ୍ୟବାଣୀ କେକେଆର ଓ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଖରାପ ଖବର|କେକେଆର ସପ୍ତମ ଓ ଚେନ୍ନାଇ ସୁପରକିଙ୍ଗ୍ସ ଅଷ୍ଟମ ସ୍ଥାନରେ ରହିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *