ଭାରତୀୟ କ୍ରିକେଟର ନଟରାଜନଙ୍କୁ ମିଳିଲା କାର ଉପହାର, ନଟରାଜନ ମଧ୍ୟ ଦେଲେ ଏହି ଗିଫ୍ଟ,ଜାଣନ୍ତୁ ପୁରା ଖବର

ଅଷ୍ଟ୍ରେଲିଆ ଟୁରରେ ଶନଦାର ପ୍ରଦର୍ଶନ କରିଥିବା ଭାରତୀୟ ବୋଲର ନଟରାଜନଙ୍କୁ ମହିନ୍ଦ୍ରା କମ୍ପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ଥର କାର ଗିଫ୍ଟ କରିଛନ୍ତି । ସେ ଏହି ଟୁର ପରେ ନଟରାଜନଙ୍କୁ କାର ଗିଫ୍ଟ ଦେବେ ବୋଲି ପ୍ରତିଜ୍ଞା କରିଥିଲେ । ନଟରାଜନ ବର୍ତ୍ତମାନ କାର ସହିତ ଫୋଟୋ ଉଠାଇ ପୋଷ୍ଟ କରିଛନ୍ତି ଓ ଆନନ୍ଦ ନିଜର ପ୍ରତିଜ୍ଞା ମଧ୍ୟ ପୁରା କରିଛନ୍ତି ।

ନଟରାଜନ ଲେଖିଥିଲେ, ଭାରତ ପାଇଁ କ୍ରିକେଟ ଖେଳିବା ଏହା ମୋ ପାଇଁ ବହୁତ ବଡ଼ ଗର୍ବର ବିଷୟ । ଭାରତୀୟ କ୍ରିକେଟକୁ ଆସିବା ମୋ ପାଇଁ ବହୁତ ସଂଘର୍ଷ ଥିଲା । ଏହିସମୟରେ ମୋତେ ଆପଣଙ୍କ ଠାରୁ ଯେପରି ପ୍ରେମ ଓ ସ୍ନେହ ମିଳିଲା, ମୁଁ ଏଥିରୁ ବହୁତ ଆତ୍ମବିଶ୍ବାସ ପାଇଥିଲି । ଆଜି ମୁଁ ନୂଆ ଏସ୍ୟୁଭି ଥର କାରକୁ ଚଳାଇ ନିଜ ଘରକୁ ଆଣିଛି ଓ ଏଥିପାଇଁ ଆନନ୍ଦ ସାର ଙ୍କୁ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି । ସେ କହିଥିଲେ, କ୍ରିକେଟ ପ୍ରତି ଆପଣଙ୍କ ଭଲ ପାଇବା ଦେଖି ମୁଁ ଗାବା ଟେଷ୍ଟର ଜର୍ସିକୁ ଆପଣଙ୍କୁ ଗିଫ୍ଟ କରିବାକୁ ଚାହିଁବି ।

ଆନନ୍ଦ ମହିନ୍ଦ୍ରାଙ୍କୁ ଯେତେବେଳେ ଏହି ଟି ଶାର୍ଟ ମିଳିଥିଲା ସେତେବେଳେ ସେ ଲେଖିଥିଲେ, ଥାଙ୍କ ୟୁ ନଟୁ, ମୁଁ ଏହି ଜର୍ସିକୁ ପିନ୍ଧି ବହୁତ ଗର୍ବ ଅନୁଭବ କରିବି ।

ଜଣାଇଦେଉଛୁ, ଆନନ୍ଦ ମହିନ୍ଦ୍ରା ନଟରାଜନଙ୍କ ବ୍ୟତୀତ ମହମ୍ମଦ ସିରାଜ, ଶୁବମନ ଗିଲ, ୱାଶିଂଟନ ସୁନ୍ଦର, ଶାର୍ଦୁଲ ଠାକୁର ଓ ନବଦୀପ ସୈନିଙ୍କୁ କାର ଗିଫ୍ଟ କରିବେ ବୋଲି କହିଥିଲେ । କହିଦେଉଛୁ, ଅଷ୍ଟ୍ରେଲିଆ ବିପକ୍ଷରେ ମହମ୍ମଦ ସିରାଜ ସର୍ବାଧିକ 13 ଉଇକେଟ ନେଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *