ଝିଅର ଭବିଷ୍ୟତକୁ ନେଇକି ଚିନ୍ତା କି ! ତା ହେଲେ ଚିନ୍ତା ନ କରି ସରକାରଙ୍କ ଏହି ଯୋଜନାରେ ବିନିଯୋଗ କରନ୍ତୁ ଟଙ୍କା,ଜାଣନ୍ତୁ ସମ୍ପୂର୍ଣ ସୂଚନା

କେନ୍ଦ୍ର ସରକାର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF), ନ୍ୟାସନାଲ ସେଭିଂ ସାର୍ଟିଫିକେଟ (NSC) ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ସ୍ମଲ ସେଭିଙ୍ଗ ସ୍କିମର ସୁଧ ହାର ଉପରେ ବୁଧବାର ସନ୍ଧ୍ୟାରେ କଇଁଚି ଚଳାଇଛନ୍ତି ଏବଂ ଗୁରୁବାର ସକାଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ନିଷ୍ପତ୍ତି ଉପରେ ବ୍ରେକ ଲଗାଇ ଦେଇଛନ୍ତି | କିନ୍ତୁ ଯେଉଁ ଭଳି ସୁଧ ହାରରେ ହ୍ରାସର ଘୋଷଣା କରାଯାଇଥିଲା, ସେଥିରେ ପ୍ରତ୍ୟେକ ପ୍ରକାରର ନିବେଶକଙ୍କୁ ବଡ ଝଟକା ଲାଗିଥିଲା |

ସୁକନ୍ୟା ସମୃଦ୍ଧି ଯୋଜନାରେ ମିଳୁଥିବା ସୁଧ ହାରରେ ସରକାର ୦.୭% ହ୍ରାସ କରିବାର ନିଷ୍ପତ୍ତି ନେଇଥିଲେ | ସରକାର ଏହି ଯୋଜନାରେ ମିଳୁଥିବା ସୁଧ ହାରକୁ ୭.୬ ପ୍ରତିଶତରୁ ହ୍ରାସ କରି ୬.୯ ପ୍ରତିଶତ କରି ଦେଇଥିଲେ, ଯାହାକୁ ବର୍ତ୍ତମାନ ପୁଣି ଫେରେଇ ନିଆଗଲା | ନିବେଶକମାନଙ୍କ ପାଇଁ ଏହା ଏକ ବଡ ଆରାମର ବିଷୟ ଅଟେ |

ମୋଦି ସରକାର ୨୦୧୫ ମସିହାରେ ସୁକନ୍ୟା ସମୃଦ୍ଧି ଯୋଜନାକୁ ‘ ବେଟି ବଚାଓ-ବେଟି ପଢ଼ାଓ’ ଯୋଜନା ଅଧୀନରେ ଆରମ୍ଭ କରିଥିଲେ | ଝିଅମାନଙ୍କ ଭବିଷ୍ୟତ ପାଇଁ ଏହା ଏକ ଚମତ୍କାର ସ୍କିମ ଅଟେ | ଏହି ଯୋଜନାରେ ନିବେଶ କଲେ ଭଲ ରିଟର୍ନ ତ ମିଳିଥାଏ, ତା’ସହିତ ଇନକମ ଟ୍ୟାକ୍ସ ଡିଡକ୍ସନ ମଧ୍ୟ କ୍ଲେମ କରିପାରିବେ |

ଏହି ଯୋଜନା ଅଧୀନରେ ଆପଣ ଅତି କମରେ ୨୫୦ ଟଙ୍କା ରାଶିରେ ଖାତା ଖୋଲିପାରିବେ | ତେବେ ଏହି ଯୋଜନା ଅଧୀନରେ ଆପଣ ବାର୍ଷିକ ଅତ୍ୟଧିକ ୧.୫ ଲକ୍ଷ ଟଙ୍କାର ରାଶି ଜମା କରିପାରିବେ |

କେଉଁଠି ଖୋଲିବେ SSY ଆକାଉଣ୍ଟ ?

ସୁକନ୍ୟା ସମୃଦ୍ଧି ଯୋଜନା ଅନୁଯାୟୀ ଆବେଦନକାରୀ ନିଜ ଝିଅ ନାମରେ ଯେକୌଣସି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଖାତା ଖୋଲିପାରିବେ | ଏହି ଯୋଜନାର ସାହାଯ୍ୟରେ ଆବେଦନକାରୀ ନିଜ ଝିଅର ଭବିଷ୍ୟ ସୁରକ୍ଷିତ ରଖିପାରିବେ | କେତେକ ପ୍ରାଇଭେଟ ବ୍ୟାଙ୍କରେ ମଧ୍ୟ ଖାତା ଖୋଲିବାର ସୁବିଧା ରହିଛି |

କିପରି ମିଳିବ ଲାଭ :-

ଗୋଟିଏ ଝିଅ ନାମରେ କେବଳ ଗୋଟିଏ ଖାତା ଖୋଲାଯାଇପାରିବ | ଜଣେ ଅଭିଭାବକ ଅଧିକରୁ ଅଧିକ ଦୁଇଜଣ ଝିଅଙ୍କ ନାମରେ ଆକାଉଣ୍ଟ ଖୋଲିପାରିବେ | ଯଦି ଯାଆଁଳା କିମ୍ବା ତିନି ଝିଅ ଏକାବେଳେ ହୁଅନ୍ତି, ତେବେ ତୃତୀୟ ଝିଅକୁ ମଧ୍ୟ ଏହାର ଫାଇଦା ବା ଲାଭ ମିଳିବ |

କେତେ ଅବଧି ରହିଛି ?

ସୁକନ୍ୟା ସମୃଦ୍ଧି ଯୋଜନାରେ ବର୍ତ୍ତମାନ ୭.୬ % ବାର୍ଷିକ ସୁଧ ମିଳୁଛି | ଝିଅ ୧୦ ବର୍ଷ ହେବା ପୂର୍ବରୁ ଏହି ଖାତା ଖୋଲାଯାଇପାରେ | ପ୍ରଥମେ ୧୪ ବର୍ଷ ପାଇଁ ଖାତାରେ ରାଶି ଜମା କରିବାକୁ ପଡିଥାଏ | ଏହି ଯୋଜନା ୨୧ ବର୍ଷ ପରେ ପରିପକ୍ଵତା ରହିଥାଏ |

କ’ଣ କ’ଣ ଦେବାକୁ ପଡିବ ଡକ୍ୟୁମେଣ୍ଟ ?

ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ଆକାଉଣ୍ଟ ଖୋଲିବାପାଇଁ ଆବେଦନକାରୀଙ୍କୁ ଫର୍ମ ସହିତ ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ନିଜ ଝିଅର ଜନ୍ମ ପ୍ରମାଣପତ୍ର ମଧ୍ୟ ଜମା କରିବାକୁ ପଡିବ | ଏହା ବ୍ୟତୀତ ଶିଶୁ ଏବଂ ବାପାମାଙ୍କର ପରିଚୟ ପତ୍ର (ପ୍ୟାନ କାର୍ଡ, ରେସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ) ଏବଂ ଯେଉଁଠାରେ ରହୁଛନ୍ତି ତା’ର ପ୍ରମାଣପତ୍ର (ପାସପୋର୍ଟ, ରେସନ କାର୍ଡ,ଇଲେକ୍ଟ୍ରି ବିଲ, ଟେଲିଫୋନ ବିଲ, ୱାଟର ବିଲ) ଜମା କରିବାକୁ ପଡିବ |

ବିନିଯୋଗର ଲାଭ :-

ସୁକନ୍ୟା ସମୃଦ୍ଧି ଯୋଜନାରେ ବିନିଯୋଗ କଲେ ଆୟକର ଅଧିନିୟମ ଧାରା 80C ଅନୁଯାୟୀ ଟ୍ୟାକ୍ସ ଛାଡର ଲାଭ ନିଆଯାଇପାରିବ |ଅନ୍ୟ ସମସ୍ତ ଯୋଜନା ଅପେକ୍ଷା ଏଥିରେ ସୁଧ ଅଧିକ ମିଳିଥାଏ | ଝିଅର ଉଚ୍ଚଶିକ୍ଷା ଏବଂ ବିବାହ ପାଇଁ ସଞ୍ଚୟ କରିପାରିବେ | ପରିପକ୍ୱତା ଉପରେ ଯେଉଁ ରାଶି ମିଳିଥାଏ, ତା’ଉପରେ ଟ୍ୟାକ୍ସ ଲାଗେନାହିଁ |

କେବେ ପରିପକ୍ଵ ହୁଏ ସୁକନ୍ୟା ସମୃଦ୍ଧି ସ୍କିମ ?

ସୁକନ୍ୟା ସମୃଦ୍ଧି ଯୋଜନା ଅନୁଯାୟୀ ଜମା କରାଯାଇଥିବା ଟଙ୍କା ଝିଅ ୨୧ ବର୍ଷ ବୟସ ହେବାପରେ ପରିପକ୍ଵ ହୋଇଥାଏ | ଅର୍ଥାତ ଆପଣ ୨୧ ବର୍ଷ ପରେ ଟଙ୍କା ପ୍ରତ୍ୟାହାର କରିପାରିବେ | ତେବେ ଝିଅ ୧୮ ବର୍ଷ ବୟସ ପରେ ଯଦି ବିବାହ କରେ, ତେବେ ସେ ଟଙ୍କା ଉଠାଇ ପାରିବେ | ଏହା ବ୍ୟତୀତ ୧୮ ବର୍ଷ ବୟସ ପରେ ଝିଅର ପାଠପଢା ପାଇଁ ୫୦ ପ୍ରତିଶତ ଟଙ୍କା ଉଠାଇ ପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *