ମାର୍କେଟରେ ପ୍ରବେଶ କରିବାକୁ ହେଲେ ଦେବାକୁ ପଡିବ ପାଞ୍ଚ ଟଙ୍କା,ଆଉ ଏକ ଘଣ୍ଟାରୁ ଅଧିକ ସମୟ ରହିଲେ ଦେବାକୁ ପଡିବ ୫୦୦ ଟଙ୍କା ଫା-ଇ-ନ,ଜାଣନ୍ତୁ ଏହି କଡାକଡି ନିୟମକୁ

ମହାରାଷ୍ଟ୍ର ବର୍ତ୍ତମାନ ଭାରତର ଏମିତି ଏକ ରାଜ୍ୟ ଯେଉଁଠାରେ କରୋନା ପରିସ୍ଥିତି ବହୁତ ଜଟିଳତାର ସହ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର କେତେକ ଜିଲ୍ଳା ମାନଙ୍କରେ ଏହା ସର୍ବାଧିକ ବ୍ୟାପିଯାଇଛି । ସେଥିପାଇଁ ମହାରାଷ୍ଟ୍ର ପୋଲିସ ଏକ ନୂଆ ଶୈଳୀ ଆପଣାଇଛି । ନାସିକ ପୋ-ଲି-ସଙ୍କ ତରଫରୁ ସେହି ଲୋକମାନଙ୍କ ଉପରୁ ଟଙ୍କା ବସୁଲ କରାଯାଉଛି ଯେଉଁମାନେ ବଜାରକୁ ପ୍ରବେଶ କରୁଛନ୍ତି । ବଜାରରେ ଅଧିକ ଭିଡ଼ ନହେଉ ଏଥିପାଇଁ ଏହି ନିୟମ ଲାଗୁ ହୋଇଛି ଓ ଲୋକଙ୍କ ଠାରୁ ଶୁଳ୍କ ନିଆଯାଉଛି ।

ଏହି ନିୟମକୁ ନେଇ ନାସିକ ପୋ-ଲି-ସ କହିଛି କି, ଯେଉଁ ଲୋକମାନେ ବଡ଼ ଶପିଂ ମଲ କିମ୍ବା ବଜାରକୁ ପ୍ରବେଶ କରୁଛନ୍ତି ସେମାନେ ପ୍ରଥମେ 5 ଟଙ୍କା ଦେଇ ପ୍ରବେଶ କରୁଛନ୍ତି ଓ ପରେ ଯଦି ସେମାନେ ମାର୍କେଟରେ ଏକଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ରହୁଛନ୍ତି ତାହେଲେ ସେମାନଙ୍କୁ 500 ଟଙ୍କା ଫାଇନ ଦେବାକୁ ପଡୁଛି ।

ପୋଲିସ କହିବାନୁଯାୟୀ, ଏହି ନିୟମ ଲାଗୁ କରିବାପରେ ବଜାରରେ ଭିଡ଼ କମ ହେବ ଓ ଲୋକମାନେ ବଜାରକୁ ଆସିବା କମ କରିଦେବେ ଓ ସେମାନେ ଆସିବେ ଯାହାର ଜରୁରୀ ଅଟେ। ଏହାସହ ଯେଉଁମାନେ ଆସିବେ ସେମାନେ ଫାଇନ ଲାଗିବା ଡ଼ରରେ ଜଲଦି ଫେରିଯିବେ ।

ବହୁତ ଜୋରରେ ବ୍ୟାପୁଛି କରୋନା :-

ଦେଶରେ କରୋନା ମହାମାରୀ ବହୁତ ଜୋରରେ ବ୍ୟାପୁଛି ବିଗତ 24 ଘଣ୍ଟାରେ 56,000 ନୂଆ କେସ ସାମ୍ନାକୁ ଆସିଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ କହିବାନୁଯାୟୀ, ଦେଶର ମହାରାଷ୍ଟ୍ରର 8ଟି ଜିଲ୍ଲାରେ ସର୍ବାଧିକ କରୋନା ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ସେହି ଜିଲ୍ଲା ଗୁଡିକ ହେଉଛନ୍ତି ପୁନେ, ମୁମ୍ବାଇ, ନାଗପୁର, ଥାନେ, ନାସିକ, ଔରଙ୍ଗାବାଦ, ନାଦେଢ଼, ଅହମଦନଗର ସାମିଲ ଅଟେ । ନାସିକ ଜିଲ୍ଲା ହସ୍ପିଟାଲ ରିପୋର୍ଟ ଅନୁସାରେ, ଜିଲ୍ଲାରେ 1 ଲକ୍ଷ 47 ହଜାର 141 କରୋନା ରୋଗୀ ଠିକ ହୋଇସାରିଛନ୍ତି । 25,190 ଜଣଙ୍କ ଚିକିତ୍ସା ଚାଲୁଥିବା ବେଳେ 2,351 ଜଣଙ୍କ ମୃ-ତ୍ୟୁ ହୋଇସାରିଛି ।

କରୋନାକୁ ଅଟକାଇବା ପାଇଁ ମହାରାଷ୍ଟ୍ର ସରକାର ନିଜ ରାଜ୍ୟର କେତେକ ସହରରେ ଲକଡାଉନ ଘୋଷଣା କରିଦେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କରୋନା ନିୟନ୍ତ୍ରଣକୁ ଆସିନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *