ବିରାଟ କୋହଲିଙ୍କ ପାଇଁ ପରୀକ୍ଷାର ସମୟ : ଏପଟେ ସାଙ୍ଗକୁ ବଞ୍ଚାଇବେ ନା,ସେପଟେ ସଙ୍କଟ ମୋଚନ ସାଜିଥିବା ଖେଳାଳିଙ୍କୁ ଖେଳାଇବେ,କିଏ ଖେଳିବା ଉଚିତ,ଆପଣଙ୍କର ମତାମତ କଣ ?

ଯଦି ଏକ ଅଧିନାୟକ କୌଣସି ଏକ ଦଳ ବିପକ୍ଷରେ ଟେଷ୍ଟ, ଦିନିକିଆ ଓ t-20 ସିରିଜରେ ବିଜୟ ହାସଲ କରେ ତହେଲେ ତା’ପାଇଁ ଖୁସିର ଖବର ବା ଆଉକଣ ହୋଇପାରିବ ? କିନ୍ତୁ ଭାରତ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏହି ଖୁସି ତ ଅଛି କିନ୍ତୁ ସେ ଆହୁରି ସମସ୍ୟାରେ ପଡିଯାଇଛନ୍ତି କାରଣ ଦଳ ଦିନିକିଆ ସିରିଜରେ ବିଜୟ ହାସଲ କରିବାପରେ ଅଧିନାୟକ କୋହଲି ଏହି ଦୁଇଟି ପ୍ଲେୟାରଙ୍କୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ସେହି ଖେଳାଳି ହେଉଛନ୍ତି ତାଙ୍କର ବନ୍ଧୁ କେଏଲ ରାହୁଲ ଓ ସଙ୍କଟମୋଚନ ଋଷଭ ପନ୍ତ । ଏହାର ଉତ୍ତର ଆଉକିଛି ମାସ ପରେ ଆପଣଙ୍କୁ ମିଳିଯିବ ।

ଋଷଭ ପନ୍ତ ଭାରତୀୟ ଦିନିକିଆ ଦଳରେ ବହୁତ ଲମ୍ବା ସମୟ ହେବ ଉପସ୍ଥିତ ନଥିଲେ । ଏପରିକି ଅଷ୍ଟ୍ରେଲିଆ ସିରିଜରେ ତାଙ୍କୁ କେବଳ ଟେଷ୍ଟ ସିରିଜରେ ମୌକା ମିଳିଥିଲା ଓ କେଏଲ ରାହୁଲଙ୍କୁ ଦିନିକିଆ ଦଳରେ ଉଇକେଟକିପିଂ ଦାୟିତ୍ୱ କୋହଲି ଦେଇଥିଲେ । ଦିନିକିଆ ମ୍ୟାଚରେ ଶିଖର ଧାୱନ ଓ ରୋହିତ ଶର୍ମାଙ୍କ ଓପନିଂ ପରେ ତୃତୀୟ ସ୍ଥାନରେ କୋହଲି, ଚତୁର୍ଥରେ ଶ୍ରେୟାସ ଆୟର, ପଞ୍ଚମରେ କେଏଲ ରାହୁଲ, ଷଷ୍ଠରେ ହାର୍ଦିକ ପାଣ୍ଡ୍ୟା, ସପ୍ତମରେ ଜାଡେଜା ଓ ଶେଷ ଚାରି ସ୍ଥାନରେ ବୋଲରଙ୍କ ସ୍ଥାନ ରହୁଥିଲା ।

ପନ୍ତଙ୍କୁ କୌଣସି ବି ପ୍ଲେଇଂ ଇଲେଭେନରୁ ବାହାର କରିବା ଅସମ୍ଭବ :-

ଗତ ଅଷ୍ଟ୍ରେଲିଆ ସିରିଜରେ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିବାପରେ ଋଷଭ ପନ୍ତ ଇଂଲାଣ୍ଡ ସିରିଜରେ ମଧ୍ୟ ଟେଷ୍ଟ, t-20 ଓ ଦିନିକିଆରେ ତାବଡ଼ତୋଡ଼ ପ୍ରଦର୍ଶନ କରିଥିଲେ, ଏଥିପାଇଁ ତାଙ୍କୁ ଦଳରୁ ବାହାର କରିବା ଅନୁଚିତ ହେବ । କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଶତକ ହାସଲ କରି ଫର୍ମକୁ ଫେରିଥିବା ବେଳେ ଋଷଭ ପନ୍ତ ତିନୋଟି ଦିନିକିଆ ମ୍ୟାଚରୁ ଶେଷ ଦୁଇଟି ଖେଳି 77 ରନ ଓ 78 ରନ କରିଥିଲେ ।

ପନ୍ତଙ୍କୁ ଖେଳାଇଲେ କେଉଁ ଖେଳାଳି ବଳି ପଡ଼ିବେ :-

ଏମିତିରେ ବିରାଟ କୋହଲିଙ୍କ ସାମ୍ନାରେ ବହୁତ ବଡ଼ ସମସ୍ୟା ଛିଡ଼ା ହୋଇଯାଇଛି । ପ୍ରଶ୍ନ ଉଠୁଛି ଋଷଭ ପନ୍ତଙ୍କୁ ପ୍ଲେଇଂ ଇଲେଭେନରେ ଖେଳାଇଲେ କେଉଁ ଖେଳାଳି ବଳି ପଡିବ ଏହା ତ ଇଂଲଣ୍ଡରେ ହେବାକୁ ଥିବା ଚମ୍ପିୟନ୍ସଟ୍ରଫି ମ୍ୟାଚ ପରେ ସୀମିତ ଓଭର ଖେଳରେ ଜଣାପଡିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *