ପୋ-ଲି-ସକୁ ଦେଖି ମଣ୍ଡପ ଛାଡି ଦୌଡ଼ି ପଳାଇଲେ ବର-କନ୍ୟା, ବରଯାତ୍ରୀ ATM ଭିତରେ…ଆଉ ଅତିଥିମାନେ ମଧ୍ୟ ଫେରାର…ଜାଣନ୍ତୁ ପୁରା ଖବର

କରୋନା ଭାଇରସର ବି-ପ-ଦ ଅଟକିବାର ନାଁ ନେଉନାହିଁ | ପୁଣିଥରେ COVID-19 କାରଣରୁ ଦେଶ ବେକାରୀ ଅବସ୍ଥା ସୃଷ୍ଟି ହୋଇଯାଇଛି | ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି | କେତେକ ଲୋକଙ୍କର ଜୀବନ ଚାଲିଯାଇଛି | ଏହି କଥା ତ ସମସ୍ତେ ଜାଣିଛନ୍ତି ଯେ କରୋନା ଭାଇରସ ବହୁ ଦ୍ରୁତ ଗତିରେ ଜଣଙ୍କ ଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ | ତେଣୁ ଏହା ସହିତ ମୁକାବିଲା କରିବାପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାବଧାନତା ଅବଲମ୍ବନ କରିବା ଉଚିତ |

ମହାରାଷ୍ଟ୍ରରେ ମଧ୍ୟ କରୋନାର ଆତଙ୍କ ଜାରି ରହିଛି | ଏଠାରେ ଅବସ୍ଥା ଏତେ ବିଗିଡି ଯାଇଛି ଯେ ଅନେକ ସ୍ଥାନରେ ଲକଡାଉନ ଏବଂ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ପଡୁଛି | ଏହି ବାତାବରଣରେ ସରକାର COVID-19 କୁ ନେଇ କିଛି କଠୋର ନିୟମ ଏବଂ ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି | ଏଥିରେ ଗୋଟିଏ ନିୟମ ରହିଛି ଯେ ଆପଣ ବିବାହରେ ୫୦ ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିପାରିବେ ନାହିଁ | ଯଦି କେହି ଏହି ନିୟମକୁ ଭାଙ୍ଗନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ବର୍ତ୍ତମାନ ଏତେଗୁଡ଼ିଏ ନିୟମ କରିବା ପରେ ମଧ୍ୟ କିଛି ଲୋକ ନିଜ ଅଭ୍ୟାସରୁ ନିବୃତ ହୋଇପାରୁନାହାନ୍ତି | ଉଦାହରଣ ସ୍ୱରୂପ ନାଶିକ ଜିଲ୍ଲାରେ ହୋଇଥିବା ଏହି ବିବାହ ସମାରୋହକୁ ହିଁ ଦେଖିନିଅନ୍ତୁ | ଏଠାରେ ବିବାହରେ ୫୦ ରୁ ଅଧିକ ଲୋକଙ୍କୁ ଡକାଇ କରୋନା ଗାଇଡଲାଇନକୁ ଉଲ୍ଲଂଘନ କରାଯାଇଛି | ଏଭଳି ପରିସ୍ଥିତିରେ ପୋ-ଲି-ସ ଟିମ ଏବଂ ପୌରପାଳିକା ସଂସ୍ଥାର ଏକ ଟିମ ଅଚାନକ ସେଠାରେ ପହଞ୍ଚିଗଲେ | ଏହା ପରେ ଯାହା ହୁଏ, ତାହା ଦେଖିବା ଭଳି ଦୃଶ୍ୟ ଅଟେ |

ପୋ-ଲି-ସକୁ ଦେଖି ବିବାହରେ ଉତ୍ତେଜନା ଦେଖାଦେଇଛି | ବର-କନ୍ୟା ମଣ୍ଡପ ଛାଡି ଦୌଡିବାକୁ ଲାଗନ୍ତି | ସେହିପରି ତାଙ୍କ ପରିବାରର ସଦସ୍ୟ ଏବଂ ଅତିଥିମାନେ ମଧ୍ୟ ଏଣେତେଣେ ଲୁଚିବାପାଇଁ ଜାଗା ଖୋଜୁଛନ୍ତି | କିଛି ଲୋକଙ୍କୁ ତ ଏଟିଏମ ନିକଟରେ ଲୁଚି ରହିଥିବା ମଧ୍ୟ ଦେଖାଯାଇଛି | ସେହିପରି ବର-କନ୍ୟା ପରସ୍ପରର ହାତ ଧରି ଦୌଡ଼ି ପଳାଇ ଯାଉଥିବାର ଦେଖାଯାଉଛି | ଏହି ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଯାଇଥିଲା |

ପୋ-ଲି-ସ ଏବଂ ପୌରପାଳିକା ସଂସ୍ଥା ନିଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବରର ବାପା,କନ୍ୟାର ବାପା ଏବଂ ହୋଟେଲ ମାଲିକଙ୍କ ଉପରେ ପ୍ରତ୍ୟେକଙ୍କୁ ୫୦୦୦ ଟଙ୍କା ଜୋରିମାନା ଲଗାଇଥିଲେ | ଏହା ସହିତ ସମସ୍ତଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା | ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ ବର୍ତ୍ତମାନ ମହାରାଷ୍ଟ୍ରରେ ବିବାହ ପାଇଁ ୫୦ ରୁ ଅଧିକ ଲୋକଙ୍କୁ ଡକାଯାଇ ପାରିବନାହିଁ | ସେହିପରି ବିବାହରେ ସୋସିଆଲ ଡିଷ୍ଟାନସିଂକୁ ପାଳନ କରିବାକୁ ପଡିବ | ମାସ୍କ ମଧ୍ୟ ସମସ୍ତଙ୍କୁ ଲଗାଇବାକୁ ପଡିବ |

ନିଜ ବିବାହରେ ପୋଲିସଠାରୁ ଦୌଡ଼ି ପଳାଇ ଯାଉଥିବାର ଏହି ଚିତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଅତିରିକ୍ତ ଚର୍ଚ୍ଚାର ବିଷୟ ପାଲଟିଛି |ସମସ୍ତେ ଏହି ବିବାହକୁ ନିନ୍ଦା କରିଥିଲେ | ଲୋକମାନେ କହିଛନ୍ତି ଯେ କରୋନା ଗାଇଡଲାଇନକୁ ପାଳନ ନକରି ଆପଣ ଅନ୍ୟମାନଙ୍କ ଜୀବନ ପ୍ରତି ବି-ପ-ଦ ସୃଷ୍ଟି କରୁଛନ୍ତି | ଯଦି ଆପଣ କରୋନା ସମୟରେ କୌଣସି ସମାରୋହ କରୁଛନ୍ତି, ତେବେ ଏହା ଆପଣଙ୍କର ଦାୟିତ୍ୱ ଅଟେ ଯେ ସେଥିରେ କରୋନା ଗାଇଡଲାଇନକୁ ପାଳନ କରାଯାଉ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *