ଆକାଶ ଚୋପ୍ରାଙ୍କ ଭବିଷ୍ୟବାଣୀ : ଆଇପିଏଲ 2021 ରେ କେଉଁ ଦଳର ଓପନିଂ ସବୁଠାରୁ ଅଧିକ ମଜବୁତ ଓ ବିଧ୍ଵଂସକ,ଜାଣନ୍ତୁ ପୁରା ଖବର

ଇଣ୍ଡିଆନ ପ୍ରିମିୟର ଲିଗ 2021 ରେ ପୁଣିଥରେ ବ୍ୟାଟ ଓ ବଲ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିବ । ପ୍ରତିପକ୍ଷ ଟିମର ଆକ୍ରମଣକୁ ରନ କରିବାରେ କ୍ଷମତା ରଖୁଥିବା ବିଭିନ୍ନ ବ୍ୟାଟ୍ସମ୍ୟାନ ମହଜୁଦ ହେବେ । ଏମିତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେକୌଣସି ଦଳର ଓପନିଂ ଭାଗିଦାରୀ ଓ ରନ ବନାଇବାର କ୍ଷମତା ବହୁତ ରହିବା ଆବଶ୍ୟକ । ପୂର୍ବ କ୍ରିକେଟର ଆକାଶ ଚୋପ୍ରା ଏହାବିଷୟରେ ଆଲୋଚନା କରି କହିଛନ୍ତି ।

ଆକାଶ ଚୋପ୍ରାଙ୍କ ମତରେ ଯେକୌଣସି ଓପନିଂ ଭାଗିଦାରୀ ସବୁଠାରୁ ଦୃଢ଼ ହେବା ଆବଶ୍ୟକ । ଏହିସମୟରେ ସେ ସର୍ବପ୍ରଥମ ନାମ ମୁମ୍ବାଇ ଇଣ୍ଡିଆନ୍ସର ନେଇଛନ୍ତି । ସେ କହିଛନ୍ତି, ମୁମ୍ବାଇ ପାଇଁ ରୋହିତ ଶର୍ମା ଓ କ୍ୱିଣ୍ଟାନ ଡ଼ି କକ ଓପନିଂ କରନ୍ତି ଓ ଏହା ସବୁଠାରୁ ମଜବୁତ ଯୋଡ଼ି ଅଟେ । ସେ ଏହାପରେ କହିଛନ୍ତି, କ୍ୱିଣ୍ଟାନ ଡ଼ି କକଙ୍କ ସ୍ଥାନରେ ଯଦି ଇଶାନ କିଷାନ ଓପନିଂ ପାଇଁ ଆସନ୍ତି ତାହେଲେ ମଧ୍ୟ ମୁମ୍ବାଇର ଓପନିଂ ବହୁତ ଦୃଢ ଅଟେ ।

ଆପଣଙ୍କୁ ଜଣାଇଦେଉଛୁ କି, ମୁମ୍ବାଇ ପାଖରେ ରିଜର୍ଭ ଓପନର ଭାବରେ କ୍ରିସ ଲିନଙ୍କ ପରି ବିକଳ୍ପ ମହଜୁଦ ରହିଛି । ବିଗତ କିଛିବର୍ଷ ହେବ ମୁମ୍ବାଇ ପାଇଁ ରୋହିତ ଶର୍ମା ଓ କ୍ୱିଣ୍ଟାନ ଡ଼ି କକ ଓପନିଂ କରିଆସୁଛନ୍ତି । 2020 ଆଇପିଏଲରେ ରୋହିତ ଶର୍ମା ଆହତ ଥିବାବେଳେ ଇଶାନ କିଷାନ କ୍ୱିଣ୍ଟାନ ଡ଼ି କକଙ୍କ ସହିତ ଓପନିଂ କରି ବେଶ ଭଲ ଦାୟିତ୍ୱ ନିଭାଇ ଥିଲେ ।

ବିଗତ ସିଜିନରେ ଇଶାନ ମୁମ୍ବାଇ ପାଇଁ 14ଟି ମ୍ୟାଚ ଖେଳି 516 ରନ କରିଥିଲେ ଓ କ୍ୱିଣ୍ଟାନ ଡ଼ି କକ 16 ମ୍ୟାଚରୁ 503 ରନ କରିଥିଲେ । ଇଶାନ କିଷାନ ମୁମ୍ବାଇ ତରଫରୁ ଆଇପିଏଲ ସିଜିନ 13ରେ ସର୍ବାଧିକ ରନ ସଂଗ୍ରହ କରିବା ବ୍ୟାଟ୍ସମ୍ୟାନ ହୋଇଥିଲେ । ପ୍ରଥମେ ଆଇପିଏଲ ଓ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବାପରେ ଇଶାନ ଭାରତୀୟ t-20 ଦଳରେ ସ୍ଥାନ ପାଇ ନିଜର ଡେବ୍ୟୁ ମ୍ୟାଚରେ ଅର୍ଧଶତକ ମାରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *