୩୮ ଥର ବର ହୋଇ ବାହା ହେବାକୁ ଯାଇଛନ୍ତି ଏହି ଯୁବକ, କିନ୍ତୁ ସବୁଥର ବିନା କନ୍ୟାରେ ଘରକୁ ଫେରିଛନ୍ତି,ଜାଣନ୍ତୁ ଏମିତି କଣ ପାଇଁ ହଉଛି,ଏହା ପଛରେ କାରଣ କଣ ?

ଉତ୍ତରପ୍ରଦେଶ ଲାଖିମପୁର ଖୀର ଜିଲ୍ଳାର ନରଗଡ଼ା ଗ୍ରାମରେ ଜଣେ ଯୁବକ ଧୂମଧାମରେ ବରଯାତ୍ରୀ ନେଇ ବିବାହ କରିବାକୁ ଗଲା ଓ କନ୍ୟା ଦଳ ମଧ୍ୟ ତାଙ୍କୁ ସ୍ବାଗତ ଜଣାଇଲେ କିନ୍ତୁ ବିବାହ ସମ୍ପନ୍ନ ହୋଇପାରିଲାନାହିଁ ବରକୁ ବିନା ବିବାହରେ ଫେରିବାକୁ ପଡିଥିଲା । ଏହା 38 ଥର ହୋଇଗଲା ଯେବେକି ବିଶ୍ୱମ୍ଭରଙ୍କ ବିବାହ ହୋଇପାରିଲାନାହିଁ ।

ବିଶ୍ୱମ୍ଭର ଦୟାଲ ମିଶ୍ର ସୋମବାର ଦିନ 38 ଥର ବର ହୋଇ ବିବାହ ପାଇଁ ଯାଇଥିଲେ । ଗାଡ଼ିରେ ଯାତ୍ରା କରି ବର ଶେଷରେ ନରଗଡ଼ା ସନ୍ତୋଷ ଆବସ୍ତିଙ୍କ ଘରେ ପହଞ୍ଚିଥିଲା । ସନ୍ତୋଷ ଅବସ୍ତି ବରଯାତ୍ରୀଙ୍କୁ ଭଲ ଭାବରେ ପରମ୍ପରା ଅନୁଯାୟୀ ସ୍ୱାଗତ କଲେ ଓ ତାଙ୍କୁ ଜଳପାନ ମଧ୍ୟ କରାଇଲେ ।

ସନ୍ତୋଷଙ୍କ ପରିଜନ ବହୁତ ଧୂମଧାମରେ ବରକୁ ନିମନ୍ତ୍ରଣ କଲେ କିନ୍ତୁ ଏହାପରେ ବିବାହ ହୋଇପାରିଲାନାହିଁ ଓ ବରକୁ ଶେସରେ କନ୍ୟା ବିନା ଫେରିବାକୁ ପଡିଥିଲା । ନରଗଡ଼ାର ନିବାସୀ କନୌଜୀ ମହାରାଜା କହିଥିଲେ କି, ଏହି ପରମ୍ପରା ପ୍ରାୟ 100 ବର୍ଷ ହେବ ଚାଲିଆସୁଛି । ହୋଲି ଦିନ ବରଯାତ୍ରୀ ନେଇ ପୁରା ଗ୍ରାମ ଯାଇଥାଏ । ସବୁ ପ୍ରକାରର ବିବାହ ହୋଇଥାଏ କିନ୍ତୁ ବରଯାତ୍ରୀ ବିନା କନ୍ୟାରେ ଫେରିବାକୁ ପଡିଥାଏ । ଏହି ପରମ୍ପରା ସହିତ ଗ୍ରାମର ବିଶ୍ୱମ୍ଭର ପ୍ରାୟ 38 ଥର ବର ହୋଇଥିଲେ ଓ ବିନା କନ୍ୟାରେ ଫେରିଥିଲେ । ବିବାହ ପୂର୍ବରୁ ଝିଅକୁ ପ୍ରଥମେ ନିଜର ମାଆ ଘରେ ରହିବାକୁ ପଡିଥାଏ ଓ ପରେ ହେଲାଷ୍ଟକ ଶେଷ ହେବାପରେ କନ୍ୟା ପୁଣିଥରେ ନିଜର ଶାଶୁଘର ଯାଇଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *