ସଞ୍ଚୟ ଖାତାରେ ଆହୁରି କମ ମିଳିବ ସୁଧ,ସରକାର ଜାରୀ କଲେ ନୂଆ ସୁଧର ରେଟ୍,ଜାଣନ୍ତୁ ପୁରା ଖବର

ସରକାର ବୁଧବାର ଦିନ ପିପିଏଫ୍ ଓ ଏନଏସି ସହ ଲଘୁ ସଞ୍ଚୟ ଯୋଜନା ଉପରେ ସୁଧ ଦରରେ ୧.୧% ପର୍ଯ୍ୟନ୍ତ ହ୍ରାସ କରିଛନ୍ତି|ଏହି ହ୍ରାସ ୧ ଅପ୍ରେଲ ଠାରୁ ଆରମ୍ଭ ୨୦୨୧-୨୨ ପ୍ରଥମ ତିନି ମାସ ପାଇଁ କରାଯାଇଛି|ସୁଧର ଦରରେ ହ୍ରାସ ପାଇଁ ଏହି ପଦକ୍ଷେପ ନେଇଛନ୍ତି|ବିତ୍ତ ମନ୍ତ୍ରାଳୟର ସୂଚନା ଅନୁସାରେ ପିପିଏଫରେ ସୁଧର ଦର ୦.୭%କମି ୬.୪% ଓ ଏନଏସସିରେ ୦.୯% କମି ୫.୯% କରାଯାଇଛି|

ଲଘୁ ସଞ୍ଚୟ ଯୋଜନାରେ ସୁଧ ତ୍ରୈମାସିକ ଆଧାରରେ ଅଧିସୂଚିତ କରାଯାଏ|ଅଧିସୂଚନା ଅନୁସାରେ ବିତ୍ତ ବର୍ଷ ୨୦୨୧-୨୨ର ପ୍ରଥମ ତିନି ମାସ ଅପ୍ରେଲ ଜୁନ ଅବଧି ପାଇଁ ବିଭିନ୍ନ ଲଘୁ ସଞ୍ଚୟ ଯୋଜନାରେ ସୁଧ ଦର ସଂଶୋଧନ କରାଯାଇଛି|ପାଞ୍ଚ ବର୍ଷୀୟ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ସୁଧ ଦର ୦.୯% ହ୍ରାସ ଘଟି ୬.୫% କରାଯାଇଛି|ଏହି ଯୋଜନାରେ ସୁଧ ତ୍ରୈମାସିକ ହିସାବରେ ଦିଆଯାଏ|ପ୍ରଥମ ଥର ସଞ୍ଚୟ ଖାତାରେ ଜମା ଉପରେ ସୁଧ ୦.୫%ହ୍ରାସ ଘଟି ୩.୫% କରାଯାଇଛି|ଏବେ ପର୍ଯ୍ୟନ୍ତ ଏହା ଉପରେ ବାର୍ଷିକ ୪% ହାରରେ ସୁଧ ମିଳୁଥିଲା|

ବାଳିକାଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ସୁଧର ହାର ୨୦୨୧-୨୨ର ପ୍ରଥମ ତ୍ରୈମାସିକ ହାର ୦.୭% ହ୍ରାସ ପାଇ ୬.୯% କରିଦିଆଯାଇଛି|କୃଷକ ବିକାଶ ଉପରେ ବାର୍ଷିକ ସୁଧର ହାର ୦.୭% କମ କରି ୬.୨% କରାଯାଇଛି|ଏବେ ପର୍ଯ୍ୟନ୍ତ ଏହା ୬.୯% ଥିଲା|ବିତ୍ତ ମନ୍ତ୍ରାଳୟ ୨୦୧୬ରେ ସୁଧ ଦର ଘୋଷଣା କରି କହିଥିଲେ ଯେ ଲଘୁ ସଞ୍ଚୟ ଯୋଜନାରେ ସୁଧ ସରକାରୀ ବ୍ରାଣ୍ଡ ପ୍ରତିଫଳ ସହ ଜଡ଼ିତ|

ସୁଧରେ ସର୍ବାଧିକ ୧.୧% ହ୍ରାସ ଏକ ବର୍ଷ ଜମା ରାଶିର କରାଯାଇଛି|ଏବେ ଏହା ଉପରେ ସୁଧ ୪.୪% ହେବ ଯାହା ୫.୫% ଥିଲା|ଏହିଭଳି ୨ ବର୍ଷ ପାଇଁ ସଞ୍ଚୟ ଜମାରେ ସୁଧ ୦.୫% ହ୍ରାସ ପାଇ ୫% ,୩ ବର୍ଷ ପାଇଁ ସୁଧର ହାର ୦.୪% କମ କରାଯାଇଛି ଓ ୫ ବର୍ଷ ପାଇଁ ୦.୯% ହ୍ରାସ ଘଟି ୫.୮% କରି ଦିଆଯାଇଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *