ଓଟିଇଟି ପରୀକ୍ଷା ପାଇଁ ଜା-ରି ହେଲା ଆଡମିଟ କାର୍ଡ

ଓଡ଼ିଶା ରାଜ୍ୟରେ କରୋନା ମ-ହାମା-ରୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ଏହି ସମୟରେ ଆଜି ଏପ୍ରିଲ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା ପାଇଁ ଆଡମିଟ କାର୍ଡ ଜା-ରି କରାଯାଇଛି। ଆଜି ସକାଳ ୧୦ ଟା ସମୟରେ Board Of Secondary Education, Odisha (bseodisha.ac.in) ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ‌ କରାଯାଇଛି। ଓଟିଇଟି ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଓଟିଇଟିର ଅଫିସିଆଲ ୱେବସାଇଟକୁ ଯାଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ମୋଟ ୪୯୧ଟି ପରୀକ୍ଷା କେନ୍ଦ୍ରରେ ଏହି ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ।

Google

କରୋନା ମ-ହାମା-ରୀ ସମୟରେ ଉକ୍ତ ପରୀକ୍ଷା ଅଫଲାଇନ ଦ୍ଵାରା ହେବ। ଏହି ସମୟରେ ସାମାଜିକ ଦୂରତା ଅବଲମ୍ୱନ କରାଯିବା ସହିତ ପରୀକ୍ଷାର୍ଥୀ ମାନେ ସାନିଟାଇଜର ଏବଂ ମାସ୍କ ପିନ୍ଧି ପରୀକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଓଟିଇଟି ପରୀକ୍ଷା ମୋଟ ଦୁଇଟି ପେପରରେ ପରୀକ୍ଷା ହେବ। ଆଉ ଦୁଇଟି ଯାକ ପେପର ଗୋଟିଏ ଦିନରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ପେପରର ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟା ୩୦ରେ ସମାପ୍ତ ହେବ ଏବଂ ଦ୍ୱିତୀୟ ପେପରର ପରୀକ୍ଷା ଦ୍ୱିପହର ୧୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ରେ ସମାପ୍ତ ହେବ।

Google

ଏହି ପରୀକ୍ଷା ପାଇଁ ମୋଟ ୧ ଲକ୍ଷ ୨୫ ହଜାର ୮୮୦ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ପ୍ରଥମ ପେପର ପାଇଁ ୭୨ ହଜାର ୪୭୭ ପରୀକ୍ଷାର୍ଥୀ ପରୀକ୍ଷା ଦେବା ସମୟରେ ଦ୍ୱିତୀୟ ପେପର ପାଇଁ ୫୩ ହଜାର ୪୦୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *