NRI ଚାହା ବାଲା : ବିଦେଶରୁ ଫେରି ଦେଶରେ ଆରମ୍ଭ କଲେ ଚା ଦୋକାନ,ଆୟ ବର୍ତମାନ କୋଟି କୋଟି ଟଙ୍କା,ଜାଣନ୍ତୁ ତାଙ୍କ ବିଷୟରେ କିଛି

ଏକଦା ସମୟ ଥିଲା ଯେତେବେଳେ ପଢାଲିଖା ନକରିବା ଫଳରେ ମା ବାପା କହୁଥିଲେ ପଢ ନହେଲେ ଚା ଦୋକାନ ଖୋଲିବୁ|କିନ୍ତୁ ଏବେ ଏମିତି କିଛି ନାହିଁ|କାହିଁକି କୈାଣସି କାମ ଛୋଟ ହୋଇନଥାଏ ଓ ଧନ୍ଧା ଠାରୁ ଵଡ କୈାଣସି ଧର୍ମ ହୋଇନଥାଏ|ଏମିତିରେ ଚା ଵିକି ଜୀବନ ତିଆରି କରିଥିବା ବହୁ କାହାଣୀ ଆପଣ ଶୁଣିଥିବେ|ଆଜି ଏମିତି ଏକ କାହାଣୀ ରହିଛି ଯେଉଁଥିରେ ବ୍ୟକ୍ତି ଚା ବ୍ୟବସାୟ ଆରମ୍ଭ କରିବାକୁ ନ୍ୟୁଜିଲାଣ୍ଡର ଆରାମଦାୟକ ଚାକିରି ଛାଡି ଭାରତ ଆସିଥିଲେ|

ଏହି କାହାଣୀ ଏନଆରଆଇ ଜଗଦୀଶ କୁମାରଙ୍କର|ସେ ନ୍ୟୁଜିଲାଣ୍ଡରେ ଆରାମଦାୟକ ଜୀଵନ କାଟୁଥିଲେ,ଯିଏ ବହୁବର୍ଷ ପର୍ଯ୍ୟନ୍ତ ହସପିଟାଲିଟି ସେକ୍ଟରରେ କାମ କରିଥିଲେ|କିନ୍ତୁ ୨୦୧୮ରେ ସେ ଏକ ପ୍ଲାନ ସହ ସବୁଦିନ ପାଇଁ ଭାରତ ଫେରିଲେ ଓ ଚା ବ୍ୟବସାୟ ଆରମ୍ଭ କରିଥିଲେ|ଏହାପରେ ସେ କେବେ ପଛକୁ ଫେରି ନାହାନ୍ତି|ଆଜି ଦିନରେ ତାଙ୍କ କମ୍ପାନୀ ୩୫ କର୍ମଚାରୀ ସହ ୧.୨ କୋଟିର ଟର୍ଣ ଓଭର ଦେଇଥାଏ|

ଜଗଦୀଶଙ୍କ ଆୟର ମୁଖ୍ୟ ସ୍ରୋତ ଏଚସିଏଲ ଓ ଇନଫୋସିସ ଭଳି ଏମଏନସି କମ୍ପାନୀ, ଯେଉଁଠାକୁ ସେ ଚା ପଠାନ୍ତି|ଏହା ସହ ତାଙ୍କ ପାଖରେ ୪ ମଲ୍ଟି ବ୍ରାଣ୍ଡ ଆଉଟଲେଟ୍ ମଧ୍ୟ ରହିଛି|ଏହା ସହ ସେ ବିବାହ କ୍ୟାଟରିଙ୍ଗ ବିଜନେସ ଆରମ୍ଭ କରିବାର ଯୋଜନା କରୁଛନ୍ତି

ସେ ଆସାମରୁ ବିଭିନ୍ନ ପ୍ରକାରର ଚା ପତି ମଗାନ୍ତି|ପୁଣି ସେ ଅଲଗା ଅଲଗା ମୁଡ ଓ ଜରୁରୀ ହିସାବରେ ତାଙ୍କ ମଧ୍ୟରେ ମିଶେଇ ହୃଦୟସ୍ପର୍ଶୀ କମ୍ବିନେସନ ବନାନ୍ତି|ଉଦାହରଣ ଗୋଲାପ ପାଖୁଡା ସହ ପ୍ୟାର ମହବତ ବାଲା ଚା,ହଳ୍ଦୀ ସହ ଆଣ୍ଟି କରୋନା ବ୍ରହ୍ମାସ୍ତ୍ର ଚା ,ଅଦା ସହ ମା ହାତ ଚା ଇତ୍ୟାଦି|

ଜଗଦୀଶ ବୁଝିଥିଲେ ଯେ ବଜାରରେ କମ୍ପିଟିସିନ ରହିଛି ତେଣୁ ସେ ଏହାକୁ ମୁକାବିଲା କରିବାକୁ ଚାର ପ୍ରାରମ୍ଭିକ ମୂଲ୍ୟ ୧୦ ଟଙ୍କା ରଖିଥିଲେ|ୟୋର ଷ୍ଟୋରିରେ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଛନ୍ତି କିଛି ଆଉଟଲେଟ୍ ୯୦ଟଙ୍କାର ଚା ବିକୁଛନ୍ତି|କିନ୍ତୁ ପ୍ରତିମାସ ୨୫-୩୦ ଆୟ କରୁଥିବା ବ୍ୟକ୍ତି କଷ୍ଟରେ ପ୍ରତିଦିନ ୯୦ ଟଙ୍କା ଖର୍ଚ୍ଚ କରିପାରିବ|ଏହି ବ୍ୟବସାୟ ଇଲାଇଟ ମାର୍କେଟକୁ କ୍ୟାପଚର ପାଇଁ ସଫଳ ହେବ|

ତେଣୁ ଜଗଦୀଶ ନିଜର ଆତ୍ମନିର୍ଭରଶୀଳ ବିଜନେସ ଓ ଦେଶର ଷ୍ଟାର୍ଟଅପ କଲ୍ଚରକୁ ନେଇ ବହୁ ପ୍ରେରିତ|ତାଙ୍କ କହିବାନୁଯାୟୀ ଲୋକମାନେ ଘରେ ବସିବା ଅପେକ୍ଷା ଡିଜିଟାଲ ଇଣ୍ଡିଆ ଓ ଷ୍ଟାର୍ଟଅପ କଲ୍ଚର ଆପଣେଇବା ଆବଶ୍ୟକ|ସେ ମୋଦୀଙ୍କ ମିଶନ ସପକ୍ଷରେ ଅଟନ୍ତି ଓ ଅଧିକରୁ ଅଧିକ ଲାଭ ଉଠାଇବାକୁ ଚାହାନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *