ଆଇପିଏଲ ୨୦୨୧: RCB ଗ୍ଲେନ ମ୍ୟାକ୍ସୱେଲଙ୍କ ଉପରେ କାହିଁକି ୧୪.୨୫ କୋଟି ଖର୍ଚ୍ଚ କଲା ? କୋଚ ମାଇକ ହେସନ ଖୋଲିଲେ ରହସ୍ୟ,ଜାଣନ୍ତୁ ପୁରା ଖବର

ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ଏହି ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ ପୂର୍ବରୁ ଅକ୍ସନରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୪.୨୫କୋଟି ଟଙ୍କାରେ କିଣିଥିଲା। ଆଇପିଏଲରେ ଓଉସତ ପ୍ରଦର୍ଶନ ପରେ ମଧ୍ୟ ପ୍ରାୟତଃ ଅଧିକ ଦାମରେ ବିକ୍ରି ହେଉଥିବା ମ୍ୟାକ୍ସୱେଲଙ୍କୁ ଆରସିବି କାହିଁକି ଏତେ ବଡ ମୂଲ୍ୟରେ କିଣିଲା, ରହି ପ୍ରଶ୍ନର ଉତ୍ତର କୋଚ ମାଇକ ହେସନ ଦେଇଛନ୍ତି।

‘ମ୍ୟାକ୍ସୱେଲ ଦେବେ ସମସ୍ତଙ୍କୁ ଖୋଲିକରି ଖେଳିବାକୁ ସୁଯୋଗ’:-

ଆରସିବିର କ୍ରିକେଟ ଡାଇରେକ୍ଟର ମାଇକ ହେସନଙ୍କ କହିବା କଥାକି ମଝି ଓ ଶେଷ ଅଭରରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଆକ୍ରାମକ ବ୍ୟାଟିଂ ତାଙ୍କର ଦଳ ପାଇଁ ବହୁତ ଉପଯୋଗୀ ପ୍ରମାଣିତ ହେବ ଓ ଏଥିରେ ବଡ ବଡ ଖେଳାଳିଙ୍କୁ ଖୋଲିକରି ଖେଳିବାକୁ ସୁଯୋଗ ମିଳିବ। ହେସନ ଭର୍ଚୁଆଲ ପ୍ରେସ କଂଫରେନ୍ସରେ କହିଲେକି,’ ସେ ସାନଦାର ଅଟନ୍ତି ଓ ମଝି ଅଭରରେ ଆମକୁ ତାଙ୍କର ଆବଶ୍ୟକତା ଅଛି। ତାଙ୍କ ନିକଟରେ ଭଉତ ଅନୁଭବ ଅଛି।’

ନିଜ ଦମରେ ମ୍ଯାଚ ଜିତାଇପାରିବେ ମ୍ୟାକ୍ସୱେଲ:-

ହେସନ କହିଲେକି,’ଫର୍ମରେ ରହିଲେ ସେ ନିଜ ଦମରେ ମ୍ଯାଚ ଜିତାଇପାରିବେ। ଆମକୁ ତାଙ୍କର ଅନୁଭବର ସଠିକ ବ୍ୟବହାର କରିବା ଉଚିତ। ଆମକୁ ଦେଖିବାର ଅଛି ସେ କେମିତି ଏହା କରିବେ। ମୁଁ ତାଙ୍କ ସହ କଥା ହେବି ଓ ତାଙ୍କୁ ତାଙ୍କର ଭୂମିକା ବିଷୟରେ ଜଣାଇବି। ତାଙ୍କ ପାଖରେ ଟ୍ୟାଲେଣ୍ଟ ଓ ଅନୁଭବ ଅଛି ଓ ସେ ନେତୃତ୍ଵ କରୁଥିବା ସମୂହର ଅଂଶ ମଧ୍ୟ ହେବେ।

ବିରାଟ କୋହଲି ଆରମ୍ଭ କରିବେ ଇନିଙ୍ଗ୍ସ:-

ହେସନ ଅଧିନାୟକ ବିରାଟ କୋହଲିଙ୍କ ବିଷୟରେ କହିଲେକି ବର୍ତ୍ତମାନ ସମୟରେ କୋହଲିଙ୍କର ଫର୍ମକୁ ନେଇ ସେ ବହୁତ ଖୁସି ଅଛନ୍ତି ଓ ସେ ଏହି ସିଜିନରେ ଇନିଙ୍ଗ୍ସର ଆରମ୍ଭ କରିବେ। ସେ କହିଲେ,’ସେ ଏଥର ଟପ ଅର୍ଡରରେ ଆସିବେ ଓ ସାନଦାର ଫର୍ମରେ ମଧ୍ୟ ଅଛନ୍ତି। ଇଂଲଣ୍ଡ ବିରୁଦ୍ଧରେ ତାଙ୍କର ଟି-୨୦ ସିରିଜରେ ସାନଦାର ପ୍ରଦର୍ଶନ କରିଥିଲେ ଓ ଆଶାକରୁଛୁକି ଆଗକୁ ମଧ୍ୟ ଏମିତି ଜାରି ରହିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *