କରୋନା ଚିକିତ୍ସା କରାଇବା ପାଇଁ ଏକୁଟିଆ ହସ୍ପିଟାଲ ଚାଲିଗଲା ୬ ବର୍ଷର ନି-ରୀ-ହ ପିଲା,ଦେଖନ୍ତୁ କେମିତି ନି-ଆଁ ପରି ଭା-ଇ-ରା-ଲ ହେଉଛି ଏହି ଭିଡିଓ

କରୋନା ଭାଇରସର ଦ୍ୱିତୀୟ ପର୍ଯ୍ୟାୟ ସାରା ବିଶ୍ୱରେ ନିଜର ଆ-ତ-ଙ୍କ ବିସ୍ତାର କରୁଛି | କୋଭିଡ -୧୯ରେ ସଂକ୍ରମିତ ହେବାର ସବୁଠାରୁ ବଡ କ୍ଷତି ଏହା ହୋଇଥାଏ ଯେ ଆପଣଙ୍କର ଯତ୍ନ ଏବଂ ଦେଖାଶୁଣା କରିବାପାଇଁ ସମ୍ପର୍କୀୟ ଆପଣଙ୍କ ପାଖରେ ନଥାନ୍ତି | ଏଥିରେ ଆପଣ ସମସ୍ତଙ୍କୁ ଦୂରତା ରଖିବାକୁ ପଡିଥାଏ | ତା’ପରେ ହ-ସ୍ପି-ଟା-ଲ-ରେ ଭ-ର୍ତ୍ତି ହେବାକୁ ହେଲେ ମଧ୍ୟ ଏକୁଟିଆ ରହିବାକୁ ପଡିଥାଏ | ଏପରି ପରିସ୍ଥିତିରେ, ଯଦି କୌଣସି ଶିଶୁକୁ କରୋନା ହୋଇଯାଏ, ସେତେବେଳେ ତା’ପାଇଁ ଏକୁଟିଆ ହସ୍ପିଟାଲରେ ଆଡମିଟ ହେବ କେତେ କଷ୍ଟ-କର ହେବ ଏହା ଆପଣ ଭାବିପାରୁଥିବେ |

କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ସାହସୀ ପିଲା ସହ ପରିଚିତ କରିବାକୁ ଯାଉଛୁ ଯିଏକି ମାତ୍ର ୬ ବର୍ଷର ଅଟେ, କିନ୍ତୁ ଏକୁଟିଆ ହସ୍ପିଟାଲରେ ଭର୍ତ୍ତି ହେବାକୁ ଚାଲିଗଲା | ବର୍ତ୍ତମାନ ଏହି ଶିଶୁର ଫଟୋ ସୋସିଆଲ ମିଡିଆରେ ଭା-ଇ-ରା-ଲ ହେଉଛି | ସୂଚନାନୁସାରେ, ଏହି ୬ ବର୍ଷର ଶିଶୁକୁ କରୋନା ନିଜ ମା’ଙ୍କ କାରଣରୁ ହୋଇଛି | ମା ସଂସ୍ପର୍ଶରେ ଆସିବା ଦ୍ୱାରା ଭାଇରସ ଶିଶୁର ଶରୀରରେ ମଧ୍ୟ ଆସିଯାଇଥିଲା | ତା’ର ମା ପୂର୍ବରୁ ହିଁ ହସ୍ପି-ଟାଲରେ ଭ-ର୍ତ୍ତି ଅଛନ୍ତି |

ସାମ୍ନାରେ ଦେଖାଯାଉଥିବା ଫଟୋ ଏବଂ ଭିଡିଓରେ ଦେଖାଯାଇପାରେ ଯେ କିପରି ୬ ବର୍ଷର ନିରୀହ ପିଲା ମାସ୍କ ଲଗାଇ, ପିଠିରେ ବ୍ୟାଗ ଏବଂ ହାତରେ ବାଡ଼ି ଧରି ହସ୍ପିଟାଲ ଯିବାପାଇଁ ପ୍ରସ୍ତୁତ ହୋଇ ଠିଆ ହୋଇଛି | ସେ ନିଜର ସବୁ ଜିନିଷପତ୍ର ପ୍ୟାକ କଲା ଏବଂ ଘର ବାହାରେ ଏକୁଟିଆ ହିଁ ଠିଆ ହୋଇଗଲା | ଏଠାକୁ ତାକୁ ନେବାକୁ ଆମ୍ବୁଲାନ୍ସ ଆସିଲା | ପିପିଇ କିଟ ପିନ୍ଧିଥିବା କିଛି ଲୋକ ପ୍ରଥମେ ତାକୁ ସାନିଟାଈଜ କଲେ ଏବଂ ତାପରେ ଆମ୍ବୁଲାନ୍ସରେ ବସାଇ ହସ୍ପିଟାଲ ନେଇଗଲେ |

ଏଠାରେ ଧ୍ୟାନ ଦେବା କଥା ହେଉଛି ଯେ ଯେତେବେଳେ ପିଲାଟି ଘରୁ ହସ୍ପିଟାଲ ଯାଉଥିଲା, ସେତେବେଳେ ତାକୁ ଆଶ୍ୱାସନା ଦେବାକୁ କିମ୍ବା ତା ସହିତ ରହିବାକୁ କେହି ବି ସମ୍ପର୍କୀୟ ନ ଥିଲେ | ସେ ଏକୁଟିଆ ହିଁ ସାହସର ସହିତ ହସ୍ପିଟାଲ ଗଲା | ଏହି ମାମଲା କାମ୍ବୋଡିଆର ବୋଲି କୁହାଯାଉଛି | ତେବେ ପିଲା ଏବଂ ତା’ର ମା’ଙ୍କ ନାମ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ |

ପିଲାଟିର ଫଟୋ ଏବଂ ଭିଡିଓ ଦେଖିବା ପରେ ଲୋକମାନଙ୍କର ଅନେକ କମେଣ୍ଟ ଆସୁଛି | କେହି କେହି ଏହି ଦୃଶ୍ୟକୁ ହୃଦୟ ବି-ଦା-ର-କ ବୋଲି କହିଲେ ତ ଆଉ କେହି ପିଲାଟିର ସାହସକୁ ଅଭିବାଦନ ଜଣାଇବାକୁ ଲାଗିଲେ | ସେହିପରି ଅନେକ ଲୋକ ସେ ଜଲଦି ଠିକ ହୋଇଯାଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କଲେ | ଆମେ ଦାବିର ସହ କହିବୁ ଯେ ଯେତେବେଳେ ଆପଣ ଏହି ଘଟଣାର ଭିଡିଓ ଦେଖିବେ, ସେତେବେଳେ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ |

ଏଠାରେ ଦେଖନ୍ତୁ ଭାବପ୍ରବଣ ଭିଡିଓ :-

ପିଲା ଭା-ଇ-ରା-ଲ ହେବା ପରେ ଅନେକ ଲୋକ ତାକୁ ହସ୍ପିଟାଲରେ ଗିଫ୍ଟ ମଧ୍ୟ ପଠାଇଥିଲେ | ଏହା ମଧ୍ୟ ଅପଡେଟ ମିଳିଲା ଯେ ପିଲାଟିକୁ ପରେ ତା’ର କରୋନା ସଂକ୍ରମିତ ମା ସହିତ ଗୋଟିଏ ହସ୍ପିଟାଲକୁ ସିଫ୍ଟ କରିଦିଆଗଲା | ଏହିପରି ଭାବେ ପିଲାଟିକୁ ଆହୁରି ଅଧିକ ସାହସ ମିଳିଯିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *