ଏୟାରଟେଲ ଏହି ପ୍ଲାନକୁ କଲା ବନ୍ଦ, ରିଚାର୍ଜ କରିବା ପୂର୍ବରୁ ନିଶ୍ଚିୟ ଭାବରେ ପଢନ୍ତୁ ଏହି ଖବର

ଯଦି ଆପଣ ଏୟାରଟେଲ କମ୍ପାନୀର ସିମ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ କାମରେ ଆସିବ। ବାସ୍ତବରେ, ଏୟାରଟେଲ କମ୍ପାନୀ ତାଙ୍କର ଅନେକ ଯୋଜନା ପରିବର୍ତ୍ତନ କରିଛି ଏବଂ ଅନେକ ଯୋଜନାର ମୂଲ୍ୟ ମଧ୍ୟ ବୃଦ୍ଧି କରିଦେଇଛନ୍ତି। ଏପରି ପରିସ୍ଥିତିରେ ଏହା ଜାଣିବା ଅତ୍ୟନ୍ତ ଜରୁରୀ ଅଟେକି, ବର୍ତ୍ତମାନ ପରବର୍ତ୍ତୀ ରିଚାର୍ଜ କରିବା ପାଇଁ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡିବ।

୯୯ ଟଙ୍କା ଯୋଜନା ବନ୍ଦ:-

ଏୟାରଟେଲ ୯୯ ଟଙ୍କିଆ ଯୋଜନା ବନ୍ଦ କରି ଦେଇଛି। ବର୍ତ୍ତମାନ ଏହା କିଛି ସର୍କଲରେ ଉପଲବ୍ଧ ଅଛି। ସୂଚନା ମୁତାବିକ, ୯୯ ଟଙ୍କିଆ ଯୋଜନା ମଧ୍ୟପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ଇଷ୍ଟରେ ବର୍ତ୍ତମାନ ଯାଏ ଚାଲିବ। ପ୍ରଥମେ ଏହା ବିହାର, ଝାଡଖଣ୍ଡ ଏବଂ ଓଡିଶାରେ ମଧ୍ୟ ଉପଲବ୍ଧ ଥିଲା। ଏହି ରାଜ୍ୟଗୁଡିକରେ ଅସୀମିତ ଯୋଜନା ଭାବରେ ୧୯ ଟଙ୍କା ବାଲା ଯୋଜନା ହିଁ ଚାଲିବ। ଏଥିସହିତ, ଏଣ୍ଟ୍ରି ଲେବଲ ଯୋଜନା ଭାବରେ ୧୨୯ ଟଙ୍କାର ଯୋଜନା ଉପଲବ୍ଧ ହେବ।

୯୯ ଟଙ୍କା ସହିତ ଯୋଜନାରେ କ’ଣ ଥିଲା?:-

ଏୟାରଟେଲର ୯୯ ଟଙ୍କା ଯୋଜନା ୧୮ ଦିନର ବୈଧତା ସହିତ ଆସୁଥାଏ। ଯେଉଁଥିରେ ୧ ଜିବୀ ଡାଟା ଉପଲବ୍ଧ ଥିଲା ଏବଂ ପ୍ରତିଦିନ ୧୦୦ଟି ଏସଏମଏସ ଥିଲା। ଏହା ବ୍ୟତୀତ ଲୋକାଲ ଏବଂ ଏସଟିଡି କଲ ସଂପୂର୍ଣ୍ଣ ମାଗଣା ଥିଲା। ଏହି ଯୋଜନା ଅନ୍ତର୍ଗତ ୟୁଜରଙ୍କୁ ଏୟାରଟେଲ ଏକ୍ସଟ୍ରିମ, ୱିଙ୍କ ମ୍ୟୁଜିକ୍ ଏବଂ ଜି୫ ପ୍ରିମିୟମର ଲାଭ ମଧ୍ୟ ମିଳୁଥିଲା।

୧୨୯ ଟଙ୍କିଆ ଯୋଜନାରେ କ’ଣ ବିଶେଷ?:-

ଏୟାରଟେଲ ୧୨୯ ଟଙ୍କାର ଯୋଜନାରେ ବୈଧତା ୨୪ ଦିନ ପାଇଁ ରଖିଛି। ଏଥିରେ ୧ ଜିବୀ ଡାଟା ପ୍ରତିଦିନ ପାଇବେ, ଏବଂ ୩୦୦ ଏସଏମଏସ ଲାଭ ମଧ୍ୟ ପାଇବେ। ଏହି ଯୋଜନାରେ ସମସ୍ତ ଲୋକାଲ-ଏସଟିଡି ନେଟୱାର୍କରେ ଅସୀମିତ କଲିଂର ସେବା ଉପଲବ୍ଧ ଅଛି। ଏୟାରଟେଲ ଏକ୍ସଟ୍ରିମ, ୱିଙ୍କ୍ ମ୍ୟୁଜିକ ଏବଂ ଜି୫ ପ୍ରିମିୟମ ମଧ୍ୟ ଉପଲବ୍ଧ ରହିବ।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମ୍ପାନୀ ରୋଜଗାର:-

ଭାରତୀ ଏୟାରଟେଲ ଡିସେମ୍ବର ୨୦୨୦ର ତିନି ମାସରେ ୮୫୪ କୋଟି ରୋଜଗାର କରିଛି। କମ୍ପାନୀ ଗତ ବର୍ଷ ଏହି ସମୟରେ ୧୦୩୫ କୋଟି ରୋଜଗାର କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *