୩୦ ବର୍ଷ ହେଲାଣି ଖୋଲୁ ନଥିଲା ମହିଳାଙ୍କ ପାଟି, ଅଦ୍ଭୁତ ପ୍ରକାରର ଅପରେସନ କରି ଡାକ୍ତରମାନେ ଠିକ କରିଦେଲେ,ଜାଣନ୍ତୁ ପୁରା ଖବର

ଦିଲ୍ଲୀର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସିନିୟର ମ୍ୟାନେଜରଙ୍କ ପଦରେ କାମ କରୁଥିବା ମହିଳାଙ୍କର ଅଦ୍ଭୁତ ପ୍ରକାରର ଅପରେସନ ହେଲା | ତାଙ୍କର ପାଟି ୩୦ ବର୍ଷ ଧରି ବନ୍ଦ ଥିଲା, ଯାହାକୁ ଏକ ଗମ୍ଭୀର ଅପରେସନ ଦ୍ୱାରା ଖୋଲା ଗଲା | ଦେଢ଼ ମାସ ପୂର୍ବରୁ ୩୦ ବର୍ଷ ବୟସ୍କା ମହିଳା ଆସ୍ତା ମୋଙ୍ଗିଆଙ୍କୁ ସର ଗଙ୍ଗା ରାମ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ନିଆଯାଇଥିଲା, ଯେଉଁଠାରେ ଏହି ଚିକିତ୍ସା ହେଲା |

ମହିଳା ଜଣକ ଜନ୍ମଗତ ବ୍ୟାଧିରେ ପୀଡିତ ଥିଲେ | ତାଙ୍କର ପାଟିର ଦୁଇ ପାର୍ଶ୍ୱରୁ ଖପୁରୀ ହାଡ ସହିତ ଯୋଡି ହୋଇଯାଇଥିଲା | ସେହି କାରଣରୁ ସେ ନିଜ ପାଟି ଖୋଲି ପାରୁନଥିଲେ | ଏପରିକି ସେ ନିଜ ଆଙ୍ଗୁଳିରେ ଜିଭକୁ ଛୁଇଁପାରନ୍ତି ନାହିଁ | ସେ ତରଳ ପଦାର୍ଥରେ ଜୀବିତ ଥିଲେ |

ପାଟି ନ ଖୋଲୁଥିବାରୁ ଦାନ୍ତରେ ଇନଫେକ୍ସନ କାରଣରୁ କେବଳ କିଛି ଦାନ୍ତ ହିଁ ରହିଯାଇଥିଲା | ଗୋଟିଏ ଆଖିରେ ଦେଖିପାରୁନଥିଲେ | ସବୁଠାରୁ ବଡ ସମସ୍ୟା ଏହା ଥିଲା ଯେ ତାଙ୍କର ପୁରା ଚେହେରା ଟ୍ୟୁମରର ରକ୍ତ ଭରା ଶିରାରେ ପରିପୂର୍ଣ୍ଣ ଥିଲା | ଏହି କାରଣରୁ କୌଣସି ହସ୍ପିଟାଲ ସର୍ଜରୀ ପାଇଁ ପ୍ରସ୍ତୁତ ନଥିଲେ | ପରିବାର ଭାରତ, ଯୁକ୍ତରାଜ୍ୟ ଏବଂ ଦୁବାଇର ବଡ଼ ବଡ଼ ହସ୍ପିଟାଲରେ କହିଥିଲେ, କିନ୍ତୁ ସବୁ ହସ୍ପିଟାଲ ସର୍ଜରୀ ପାଇଁ ମନା କରିଦେଇଥିଲେ |

ଡକ୍ଟର ରାଜୀବ ଅହୁଜା, ସିନିୟର ପ୍ଲାଷ୍ଟିକ ସର୍ଜନ, ଡିପାର୍ଟମେଣ୍ଟ ଅଫ ପ୍ଲାଷ୍ଟିକ ଆଣ୍ଡ କସମେଟିକ ସର୍ଜରୀ, ସାର ଗଙ୍ଗା ରାମ ହସ୍ପିଟାଲ ଅନୁଯାୟୀ, ” ଯେତେବେଳେ ଆମେ ରୋଗୀଙ୍କୁ ଦେଖିଲୁ, ସେତେବେଳେ ପରିବାର ଲୋକଙ୍କୁ କହିଥିଲୁ ଯେ ସର୍ଜରୀ ବହୁତ ରିସ୍କି ଅଟେ ଏବଂ ଅତ୍ୟଧିକ ରକ୍ତସ୍ରାବରୁ ଅପରେସନରେ ମୃତ୍ୟୁ ମଧ୍ୟ ହୋଇପାରେ | ଆମେ ପ୍ଲାଷ୍ଟିକ ସର୍ଜରୀ, ଭାସ୍କୁଲାର ସର୍ଜରୀ ଏବଂ ରେଡିଓଲୋଜି ବିଭାଗର ଏକ ଟିମକୁ ଡାକିଲୁ ଏବଂ ବହୁ ବିଚାର ବିମର୍ଶ କରିବାପରେ ଏହି ଜଟିଳ ସର୍ଜରୀ କରିବାକୁ ନିଷ୍ପତ୍ତି ନେଲୁ | ଏହି ଜଟିଳ ସର୍ଜରୀ ପାଇଁ ଟିମକୁ ନେତୃତ୍ୱ ଡକ୍ଟର ରାଜୀବ ଅହୁଜାଙ୍କ ଦ୍ୱାରା କରାଯାଇଥିଲା ଏବଂ ଏଥିରେ ଡକ୍ଟର ରମଣ ଶର୍ମା ଏବଂ ଡକ୍ଟର ଇତିଶ୍ରୀ ଗୁପ୍ତା (ପ୍ଲାଷ୍ଟିକ ସର୍ଜରୀ), ଡକ୍ଟର ଅମ୍ବରେଶ ସତ୍ୟୱିକ (ଭାସ୍କୁଲାର ଏବଂ ଏଣ୍ଡୋଭାସ୍କୁଲାର ସର୍ଜରୀ) ଏବଂ ଡକ୍ଟର ଜୟଶ୍ରୀ ସୁଦ ଏବଂ ଡକ୍ଟର ଅମିତାଭ (ଆନେସ୍ଥେସିଆ ଟିମ)ର ସହଯୋଗ ଥିଲା |

ଅପରେସନର ତିନି ସପ୍ତାହ ପୂର୍ବରୁ ରୋଗୀର ମୁହଁରେ ଏକ ବିଶେଷ ଇଞ୍ଜେକ୍ସନ (ସ୍କ୍ଲେରୋସାଣ୍ଟ) ଲଗାଯାଇଥିଲା, ଯାହାଦ୍ୱାରା ରକ୍ତରେ ଭରା ଶିରା ଟିକେ ସଙ୍କୁଚିତ ହୋଇଯାଏ | ମାର୍ଚ୍ଚ ୨୦ ତାରିଖ ୨୦୨୧ ରେ ରୋଗୀଙ୍କୁ ଅପରେସନ ଥିଏଟରକୁ ନିଆଯାଇଥିଲା | ସବୁଠାରୁ ପ୍ରଥମେ ଧୀରେ ଧୀରେ ଟ୍ୟୁମରର ଶିରାକୁ ବଞ୍ଚାଇ ଡାକ୍ତର ପାଟିର ଡାହାଣ ଭାଗରେ ପହଞ୍ଚିଗଲେ, ଯେଉଁଠାରେ ମାଂସ ଖପୁରୀରେ ଯୋଡି ହୋଇଯାଇଥିଲା | ତା’ପରେ ଏହାକୁ କାଟି ଅଲଗା କରାଯାଇଥିଲା | ଏହିପରି ଭାବେ ବାମ ଭାଗର ମଧ୍ୟ ଯୋଡି ହୋଇଥିବା ମାଂସକୁ ଅଲଗା କରାଗଲା | ଯେଉଁଠାରେ କି ଟିକିଏ ଭୁଲରେ ଯଦି ଟ୍ୟୁମରର ସ୍ନାୟୁ କଟି ଯାଇଥାନ୍ତା, ତେବେ ରୋଗୀଙ୍କ ଅପରେସନ ଥିଏଟରରେ ହିଁ ମୃତ୍ୟୁ ହୋଇଥାନ୍ତା | ଅପରେସନ ସଫଳ ହେବାପାଇଁ ସାଢେ ତିନି ଘଣ୍ଟା ସମୟ ଲାଗିଥିଲା |

ଅପରେସନ ଟେବୁଲରେ ରୋଗୀଙ୍କର ପାଟି ଅଢେଇ ସେଣ୍ଟିମିଟର ଖୋଲିଥିଲା | ମାର୍ଚ୍ଚ ୨୫ ରେ ଯେତେବେଳେ ଆସ୍ଥା ହସ୍ପିଟାଲରୁ
ଡିସଚାର୍ଜ ହେଲେ, ସେତେବେଳେ ତାଙ୍କ ପାଟି ୩ ସେଣ୍ଟିମିଟର ଖୋଲିଥିଲା ​​| ଜଣେ ସାଧାରଣ ବ୍ୟକ୍ତିଙ୍କ ପାଟି ୪ ରୁ ୬ ସେଣ୍ଟିମିଟର ଖୋଲିଥାଏ | ଡାକ୍ତର ରାଜୀବ ଅହୁଜା କହିଛନ୍ତି ଯେ ବର୍ତ୍ତମାନ ପାଟିର ଫିଜିଓଥେରାପି ଏବଂ ବ୍ୟାୟାମ ଦ୍ୱାରା ତାଙ୍କ ପାଟି ଅଧିକ ଖୋଲିବ |

ହେମନ୍ତ ପୁଷ୍କର ମୋଙ୍ଗିଆ(ରୋଗୀର ବାପା)ଙ୍କ ଅନୁଯାୟୀ, ” ମୋ ଝିଅ ଗତ ୩୦ ବର୍ଷ ମଧ୍ୟରେ ବହୁତ କଷ୍ଟ ସହିଛି, ତା ପାଟି ଏତେ ବି ଖୋଲା ନଥିଲା ଯେ ସେ ନିଜ ଜିଭକୁ ହାତରେ ଛୁଇଁ ପାରୁନଥିଲା | ବର୍ତ୍ତମାନ ସଫଳ ସର୍ଜରୀ ପରେ ସେ କେବଳ ପାଟି ଖୋଲିପାରୁ ନାହିଁ, ବରଂ ନିଜ ଜିଭକୁ ମଧ୍ୟ ଛୁଇଁ ପାରୁଛି | ସେ ବର୍ତ୍ତମାନ ସାଧାରଣ ଭାବରେ କଥାବାର୍ତ୍ତା ମଧ୍ୟ କରିପାରୁଛି ” |

୩୦ ବର୍ଷ ପରେ ନିଜ ପାଟି ଖୋଲି ଆସ୍ଥା ମୋଙ୍ଗିଆ କହିଛନ୍ତି, ” ଏହି ଦ୍ୱିତୀୟ ଜନ୍ମ ପାଇଁ ମୁଁ ଭଗବାନ ଏବଂ ଡାକ୍ତରମାନଙ୍କୁ ଧନ୍ୟବାଦ ଦେଉଛି ” |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *