ଅଜୟ ଦେବଗନ ମା-ଡ ଖାଉଥିବାର ଭିଡିଓ ହେଲା ଭାଇରଲ, ଟ୍ୱିଟ କରି ଅଭିନେତା ଜଣାଇଲେ ପୁରା ଘ-ଟ-ଣା

ବଲିଉଡର ଜଣାଶୁଣା ଅଭିନେତା ସିଂଘମ ଅଜୟ ଦେବଗନଙ୍କର ଗୋଟିଏ ଭିଡିଓ ରାତାରାତି ସାରା ଦେଶରେ ଭାଇରଲ ହୋଇଗଲା | ଏହି ଭିଡିଓରେ କଥିତ ରୂପରେ ଅଜୟ ଦେବଗନଙ୍କୁ ମା-ଡ ଦିଆଯାଉଛି | ବର୍ତ୍ତମାନ ଯେତେବେଳେ ଏହି ପ୍ରସଙ୍ଗ ବଡ ହୋଇଗଲା, ସେତେବେଳେ ଅଭିନେତା ସାମ୍ନାକୁ ଆସି ଏହି ପ୍ରସଙ୍ଗରେ ନିଜର ସ୍ପଷ୍ଟତା ପ୍ରକାଶ କରିଛନ୍ତି | ସେ କହିଛନ୍ତି ଯେ ସେ ଏହି ଭିଡିଓରେ ନାହାଁନ୍ତି |

ଏହା ସହିତ ସେ ଟ୍ୱିଟ କରି କହିଛନ୍ତି ଯେ ଏପରି ଲାଗୁଛି ଯେ ଯେମିତି ମୋର କୌଣସି କାର୍ବନ କପି ଅସୁବିଧାରେ ପଡ଼ିଯାଇଛି | ମୋ ପାଖକୁ ଏହା ସମ୍ବନ୍ଧୀୟ କଲ ମଧ୍ୟ ଆସୁଛି | ମୁଁ କେବଳ ସ୍ପଷ୍ଟ କରୁଛି ଯେ ମୁଁ କୌଣସି ସ୍ଥାନକୁ ଯାଇନାହିଁ | ମୋ ବିଷୟରେ କୌଣସି ବିବାଦରେ ଥିବା ସବୁ ଖବର ଭିତ୍ତିହୀନ ଅଟେ | ହୋଲିର ଅଭିନନ୍ଦନ | କୁହାଯାଉଛି ଯେ ଏହା ପୂର୍ବରୁ ଅଜୟ ଦେବଗନଙ୍କ ପ୍ରବକ୍ତା ମଧ୍ୟ କହିଥିଲେ ଯେ ଏହି ଭିଡିଓରେ ଅଜୟ ନାହାଁନ୍ତି | ସେ କହିଛନ୍ତି ଯେ ଅଜୟଙ୍କ ନାମରେ ମିଛ ଏବଂ ବିଭ୍ରାନ୍ତିକର ଭିଡିଓ ପ୍ରସାର କରାଯାଉଛି, ଯାହା ଉପରେ ଧ୍ୟାନ ଦେବା ଆବଶ୍ୟକ ନାହିଁ |

ଏହି ପୂରା ମାମଲାରେ ଅଭିନେତା ଅଜୟ ଦେବଗନଙ୍କ ପ୍ରବକ୍ତା କହିଛନ୍ତି ଯେ, ‘ଦିଲ୍ଲୀର ଏକ ପବ ବାହାରେ ଝଗଡା ସମ୍ବନ୍ଧିତ ଯେଉଁ ଭିଡିଓ ଭାଇରଲ ହେଉଛି, ତାହା ସମ୍ପୂର୍ଣ୍ଣ ଭାବେ ମିଛ ଅଟେ | ସେ ଏହାସହିତ ଏହା ମଧ୍ୟ କହିଛନ୍ତି ଯେ ଏହି ଖବରକୁ ପ୍ରସାରଣ କରୁଥିବା ମିଡିଆ ଚ୍ୟାନେଲଗୁଡ଼ିକ ଧ୍ୟାନ ଦିଅନ୍ତୁ ଯେ ଅଜୟ ଦେବଗନ ପୁରା ସମୟ ‘ମଇଦାନ’ ଏବଂ ‘ଗଙ୍ଗୁବାଇ କାଠିଆବାଡ଼ି’ର ସୁଟିଂରେ ବ୍ୟସ୍ତ ଅଛନ୍ତି | ସେ ଗତ ୧୪ ଦିନ ହେଲାଣି ଦିଲ୍ଲୀ ଯାଇନାହାଁନ୍ତି |

ଏହି ମାମଲାରେ ତାଙ୍କ ଟିମ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଅଜୟ ଦେବଗନ ଗତ ବର୍ଷ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ତାନହାଜୀ – ଦ ଅନସଙ୍ଗ ୱାରିଅରକୁ ପ୍ରମୋଟ କରିବାପାଇଁ ୨୦୨୦ ରେ ଦିଲ୍ଲୀ ଯାଇଥିଲେ | ତା’ପରଠାରୁ ସେ କେବେହେଲେ ଆଉ ଦିଲ୍ଲୀ ଯାଇନାହାଁନ୍ତି |

ପୁରା ମାମଲାଟି କ’ଣ ?

ଉଲ୍ଲେଖନୀୟ କଥା ହେଉଛି ଯେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏହା ଦାବି କରାଯାଉଛି ଯେ କୃଷକ ଆନ୍ଦୋଳନକୁ ସମର୍ଥନ କରି ନଥିବାରୁ ଏବଂ ଏହି ମାମଲାରେ ସରକାରଙ୍କୁ ସମର୍ଥନ କରୁଥିବା କାରଣରୁ ଗତ କାଲି ରାତିରେ ଦିଲ୍ଲୀର ଗୋଟିଏ ପବ ବାହାରେ କିଛି ଲୋକ ନିଜର ଟାର୍ଗେଟ କରି ତାଙ୍କୁ ବହୁତ ମା-ଡ଼ ମାରିଛନ୍ତି |

ଦେଖୁ ଦେଖୁ ଏହି ଭିଡିଓ ଭାଇରାଲ ହୋଇଗଲା | ଏହି ଭିଡିଓକୁ ସେୟାର କରି ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି ଯେ ଦିଲ୍ଲୀର ପବ ବାହାରେ ଅଜୟ ଦେବଗନଙ୍କୁ ମା-ଡ଼ ଦିଆଯାଇଛି | ତେବେ ଏହି ଭିଡିଓରେ ମାଡ ଦେଉଥିବା ବ୍ୟକ୍ତିଙ୍କ ଚେହେରା ସ୍ପଷ୍ଟ ଭାବରେ ଦେଖାଯାଉନାହିଁ |

ଏହି ମାମଲାରେ ଦିଲ୍ଲୀର ଏରୋସିଟିର ଏକ ହୋଟେଲରେ ବିବାଦ ଲାଗି ରହିଥିଲା | ଦୁଇ ପକ୍ଷ ମୁହାଁମୁହିଁ ସମୟରେ ଅତ୍ୟଧିକ ମ-ଦ୍ୟ-ପା-ନ କରିଥିଲେ | ଏହି ଝଗଡା ସମୟରେ ଦୁହେଁ ମା-ଡ଼ ହୋଇଥିଲେ | ଏହି ବିବାଦରେ ମୋଟ ପାଞ୍ଚ ଜଣ ଆହତ ହୋଇଗଲେ, ଯେଉଁଥିରେ ଦୁଇଜଣ ଝିଅ ମଧ୍ୟ ସାମିଲ ଅଛନ୍ତି | ସୂଚନା ପାଇବା ପରେ ପୋ-ଲି-ସ ଜନକପୁରୀ ବାସିନ୍ଦା ଏବଂ ଚାୱଲା ବାସିନ୍ଦାଙ୍କୁ ନିଜ ହେପାଜତକୁ ନେଇଗଲା, ଯାହାଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *