ବୈଜ୍ଞାନିକଙ୍କ ବଡ ଦାବି :ଏବେ କେବେ ସମ୍ପୁର୍ଣ୍ଣ ସମାପ୍ତ ହେବ ନାହିଁ କରୋନା ଭାଇରସ,ଆମର ଆଖପାଖରେ ସଦାବେଳେ ରହିବ ମହଜ୍ଜୁଦ

ପୁରା ଦୁନିଆରେ ତଵାହି ମଚାଉଥିବା କରୋନା ଭାଇରସକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି|ଏହି ଭାଇରସ ଉପରେ ଟିକନିକ୍ ଗବେଷଣା କରୁଥିବା ବୈଜ୍ଞାନିକ ମାନେ ପାଇଛନ୍ତି ଯେ ଏହି ଭାଇରସର ସମ୍ପୁର୍ଣ୍ଣ ମୁଳୋତ୍ପାଟନ ହେବ ନାହିଁ|ଏହି ଭାଇରସ ଜୀବିତ ପ୍ରାଣୀଙ୍କ ସମ୍ପର୍କରେ ଆସିବା ଫଳରେ ସଦାବେଳେ ମହଜ୍ଜୁଦ ରହିବ|ଆମ ଶରୀର ଯେତିକି ଏହି ଭାଇରସ ବିରୁଦ୍ଧରେ ମଜଭୁତ ହେବ,ଭାଇରସ ସେତେ ଦୁର୍ବଳ ହେବ|କିନ୍ତୁ ଏହାର ଅସ୍ଥିତ୍ୱ ବିଲୋପ ହେବ ନାହିଁ|

ଆଇସିଏମଆରର ବରିଷ୍ଠ ବୈଜ୍ଞାନିକ କରୋନା ଭାଇରସର ପ୍ରାରମ୍ଭିକ ସମୟରୁ ଶୋଧ କରୁଥିବା ଡ଼ାକ୍ତର ସମୀରନ୍ ପଣ୍ଡା କହିଛନ୍ତି ଯେ କୋଭିଡ ୧୯ ପୂର୍ବରୁ ଥିଲା ଓ ଆଗକୁ ରହିବ|ସେ ଚିନର ବୁହାନରୁ ପ୍ରଥମ କେସ ଆସିବା ଦିନଠାରୁ ଏହାର ଗତିବିଧି ଉପରେ ଲକ୍ଷ୍ୟ କରୁଛନ୍ତି|ସେ କହିଛନ୍ତି ଯେତେବେଳେ କୈାଣସି ଭାଇରସ ଜିବୀତ ପ୍ରାଣୀମାନଙ୍କ ସଂସ୍ପର୍ଶରେ ଆସିଥାଏ,ସେ ନିଜର ଅସ୍ତିତ୍ବ ଛାଡେ ନାହିଁ|କାରଣ ଭାଇରସକୁ ବଢାଇବା ପାଇଁ ଜିବୀତ ପ୍ରାଣୀମାନଙ୍କ କୋଷିକା ମହତ୍ୱପୂର୍ଣ୍ଣ|

ଡ଼ାକ୍ତର ସମୀରନ୍ ପଣ୍ଡା କହିଛନ୍ତି ଯେ ପାଖାପାଖି ୯୦ ବର୍ଷ ପୂର୍ବରୁ ଇନଫ୍ଲୁଏନ୍ଜା ଭାଇରସ ଚିହ୍ନଟ ହୋଇଥିଲା|ସେବେଠାରୁ ଏପର୍ଯ୍ୟନ୍ତ ଏହି ଭାଇରସ ନିଜ ସ୍ୱରୂପ ଵଦଳାଇ ମନୁଷ୍ୟ ଠାରୁ ପ୍ରାଣୀମାନଙ୍କ ଶରୀରରେ ନିଜରର ଅସ୍ଥିତ୍ୱ ରଖି କ୍ଷତି କରୁଛି|ଏହି ବେମାରୀରୁ ମୁକ୍ତିଲାଭ ପାଇଁ ଉପାୟ ବାହାରିବା ଫଳରେ ଏହାର ପ୍ରଭାବ କମ ହୋଇଛି କିନ୍ତୁ ଅସ୍ଥିତ୍ୱ ଏବେ ମଧ୍ୟ ରହିଛି|ସେହିପରି ଦଶବର୍ଷ ପୂର୍ବେ ସ୍ୱଇନ ଫ୍ଲୁ ଲୋକଙ୍କ ଜୀବନକୁ ଅଟକେଇ ଦେଇଥିଲା|୨୦୦୮-୦୯ରେ ଏହାକୁ ନେଇ ଯେତିକି ସଂଶୟ ଥିଲା ଏଵେ ନାହିଁ|ଏହି କଥା ଅଲଗା ଯେ ସ୍ୱଇନ ଫ୍ଲୁ ନିଜର ସ୍ୱରୂପ ଲଗାତାର ବଦଳାଏ|ଏହିପରି ଭାବେ କୋଭିଡ -୧୯କୁ ନେଇ ଆଗାମୀ ଦିନରେ ଏମିତି ହେବ ଯାହା ନିଜର ସ୍ୱରୂପ ବଦଳେଇବ|

ଏଥିପାଇଁ ଡରିବା ଅନାବଶ୍ୟକ|ଡାକ୍ତର ପାଣ୍ଡା କହିଛନ୍ତି ଯେ ଯେତିକି ଅଧିକ ଆମ ଶରୀର ଇମନ୍ୟୁ ସିଷ୍ଟମ ଶକ୍ତି ବଢିବ ଭାଇରସ ସେତେ ଦୁର୍ବଳ ହେବ|ଭାଇରସ କମଜୋର ହେବା ଅର୍ଥ ଆମ ଇମନ୍ୟୁ ସିଷ୍ଟମ ଭଲ|ଯେଉଁ ଲୋକଙ୍କ ଇମନ୍ୟୁ ସିଷ୍ଟମ ଦୁର୍ବଳ ଭାଇରସ ତାଙ୍କ ଉପରେ ଆକ୍ରମଣ କରିଥାଏ|ଏଥିପାଇଁ ଡରିବା ଅନାବଶ୍ୟକ|ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନରେ ସାମିଲ ହୋଇ ଭାଇରସର ଦୁସ୍ପ୍ରଭାବରୁ ମୁକ୍ତିଲାଭ କରନ୍ତୁ|

ଏହା ଆସନ୍ତା ବହୁ ବର୍ଷ ପର୍ଯ୍ୟନ୍ତ ବୈଜ୍ଞାନିକଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିବ|ଯେଉଁଭଳି ଭାବେ ଏହା ମ୍ୟୁଟେସନ ହେଉଛି ଏହା ଏକ ବଡ ଚ୍ୟାଲେଞ୍ଜ ରହିବ|କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କରୋନା ମହାମାରୀକୁ ନେଇ ଗଠିତ ଟାସ୍କ ଫୋର୍ସକୁ ନେଇ ଗଠିତ ଅଧ୍ୟକ୍ଷ କହିଛନ୍ତି ଯେ କରୋନା ମ୍ୟୁଟେସନ ହେବା ଫଳରେ ବୈଜ୍ଞାନିକଙ୍କୁ ଶୋଧ କରିବା ସହ ଆଲର୍ଟ ହେବାକୁ ରହିବ|ଏହି ମ୍ୟୁଟେସନର ପ୍ରଭାବ ଭ୍ୟାକସିନ ଫଳରେ କମ ହେବ|ଏଥିପାଇଁ କେଵଳ ମ୍ୟୁଟେସନ ଉପରେ ଧ୍ୟାନ ଦେଲେ ହେବନାହିଁ ଏଥିପାଇଁ ଉପଯୁକ୍ତ ଭ୍ୟାକସିନ ସୃଷ୍ଟି କରିବାକୁ ହେବ|ଫଳରେ ତାର ଵଦଳିବା ରୂପକୁ ରୋକାଯାଇ ପାରିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *