25 ବର୍ଷ ବୟସରେ ଅଧିକାଂଶ ପୁରୁଷ ହୋଇପାରନ୍ତି ନପୁଂସକ । ଜାଣନ୍ତୁ ଏହାର କାରଣ

ଆମେରିକାର ଏକ ପ୍ରଫେସର କହିଛନ୍ତି କି, 2045 ମସିହା ବେଳକୁ ପ୍ରାୟ ଲୋକଙ୍କ ପ୍ରଜନନ ଅଙ୍ଗରେ ପ୍ରଭାବ ଦେଖାଦେବା କାରଣରୁ ସେମାନେ ନପୁଂସକତାର ଶିକାର ହୋଇପାରନ୍ତି । ଏମିତି ଦାବି କରିଥିବା ଶନା ସ୍ବେନ ନ୍ୟୁୟର୍କ ସିଟିରେ ଏୱାରମେଣ୍ଟାଲ ମେଡିସିନର ପ୍ରଫେସର ଅଟନ୍ତି ଓ ସେ 2017 ମସିହାରେ ନିଜର ରିସର୍ଚ୍ଚ ମାଧ୍ୟମରେ କହିଥିଲେ କି, କେମିତି ପଶ୍ଚିମ ଅଞ୍ଚଳରେ ରହୁଥିବା ଲୋକମାନଙ୍କର ସ୍ପର୍ମ କାଉଣ୍ଟ ଅଧା ହୋଇଯାଇଛି ।

ସ୍ବେନ କହିଛନ୍ତି, ପ୍ଲାଷ୍ଟିକରେ ମହଜୁଦ ଥିବା କେମିକାଲ କାରଣରୁ ଲୋକମାନଙ୍କର ପ୍ରଜନନ କ୍ଷମତା ପ୍ରଭାବିତ ହେଉଛି। କିନ୍ତୁ କିଛି ଲୋକଙ୍କର ମାନିବା ହେଉଛି ତାଙ୍କର ଖାଦ୍ୟ ପାନୀୟ ଶୈଳୀ ଓ ଅଧିକ ବୟସରେ ବିବାହ କାଟିବା ଏହିପରି କରିଥାଏ ।

ସ୍ବେନ ମଧ୍ୟ ଏହିକଥାକୁ ମାନି କହିଛନ୍ତି କି, କିଛି ଲୋକଙ୍କର ପ୍ରଜନନ ଶକ୍ତିର କମି ପ୍ଲାଷ୍ଟିକରେ ଥିବା କେମିକାଲ କାରଣରୁ ମଧ୍ୟ ହୋଇଯାଇଥାଏ । ମସଲନ ନାମକ ଏକ କେମିକାଲ ଯାହାଦ୍ୱାରା ପ୍ଲାଷ୍ଟିକକୁ ନରମ କରାଯାଉଛି ତାହା ହେଉଛି ମୁଖ୍ୟ ଉତ୍ପାଦ ।

ସ୍ବେନ କହିଛନ୍ତି, ଏହି କେମିକାଲ ବର୍ତ୍ତମାନ ଆମ ଶରୀର ଭିତରେ ପହଞ୍ଚିସାରିଛି । ଏହି କେମିକାଲ ମଣିଷ ମାନଙ୍କ ଶରୀରରେ ଟେଷ୍ଟଷ୍ଟେରନ କମ କରିଥାଏ ଓ ସ୍ପର୍ମ କାଉଣ୍ଟକୁ ମଧ୍ୟ କମାଇଥାଏ । ଏହି କେମିକାଲ ପୁରୁଷଙ୍କ ସହିତ ମହିଳାଙ୍କ ଶରୀରରେ ମଧ୍ୟ କ୍ଷତି ପହଞ୍ଚାଇଥାଏ ।

ଏହାବ୍ୟତୀତ ଆଉଏକ କେମିକାଲ ଯାହାରନାମ ବିସଫିନଲ A ଯିଏକି ପ୍ଲାଷ୍ଟିକକୁ ଶକ୍ତିଶାଳୀ ବନାଇବାର ବ୍ୟବହୃତ ହୁଏ ତାହା ମଧ୍ୟ ଆମ ଶରୀର ପାଇଁ କ୍ଷତିକାର ଅଟେ । ଏହା ସାଧାରଣତଃ କ୍ୟାଣ୍ଡ ଓ ଫୁଡ଼ କଣ୍ଟେନରରେ ମିଳିଥାଏ । ଏହା ମହିଳା ମାନଙ୍କ ପ୍ରଜନନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହି କେମିକାଲ ପୁରୁଷ ଓ ମହିଳା ଉଭୟଙ୍କ ପାଇଁ ବହୁତ ଖତରନାକ ଅଟେ ।

ସେ ଏହାପରେ କହିଥିଲେ, ରିପୋର୍ଟସ ମୁତାବିକ, ଏହି କେମିକାଲ ଦ୍ୱାରା ପୁରୁଷର ସ୍ପର୍ମ କ୍ୱାଲିଟି ଉପରେ ପ୍ରଭାବ ପଡିବାସହ ଇରେକ୍ଟଟାଇଲ ଡିସଫକ୍ସନ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଏହାବ୍ୟତୀତ ଏମିତି କିଛି ପେଷ୍ଟିସାଇଡ଼ସ ରହିଛନ୍ତି ଯାହାକି ମନୁଷ୍ୟର ସେକ୍ସୁଆଲ ଲାଇଫ ଉପରେ ପ୍ରଭାବ ପକାଇଥାଏ ।

ସ୍ବେନ କହିଛନ୍ତି, 2017 ମସିହାର ଷ୍ଟଡି ମାଧ୍ୟମରୁ ତାଙ୍କୁ ମିଳିଥିଲା କି, 2045 ମସିହା ବେଳକୁ କେତେକ ପୁରୁଷ ନପୁଂସକ ହୋଇଯିବେ ଓ କପଲ ସେମାନଙ୍କର ପ୍ରେଗନାନ୍ସି ପାଇଁ କୌଣସି ଆସିଷ୍ଟାଣ୍ଟର ସହଯୋଗ ନେବେ ।

ସେ ଏହି ସମସ୍ୟାର ଉପଚାର ବିଷୟରେ କଥା ହୋଇ କହିଥିଲେ କି, ଅଧିକାଂଶ ବାହାର ଖାଦ୍ୟ ଯାହାକି ପ୍ଲାଷ୍ଟିକ କଣ୍ଟେନରରେ ଆସୁଛି ସେହି ଖାଦ୍ୟ ଛାଡିଦିଅନ୍ତୁ ଓ ଘରେ ଲଗାଯାଇଥିବା ପନିପରିବା ଯୁକ୍ତ ଖାଦ୍ୟ ଖାଆନ୍ତୁ କାରଣ ଏଥିରେ ପ୍ଲାଷ୍ଟିକ ରହିବାର ସମ୍ଭାବନା ବହୁତ କମ ରହିଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *