ଜେଠାଲାଲଙ୍କ ଜୀବନଶୈଳୀ : କେବେ ୫୦ ଟଙ୍କାରେ କରୁଥିଲେ କାମ ଓ ଆଜି କୋଟି କୋଟି ସମ୍ପତ୍ତିର ମାଲିକ, ପ୍ରତ୍ଯେକ ଏପିସୋଡ ପିଛା ନିଅନ୍ତି ଏତେ ଟଙ୍କା

ଟେଲିଭିଜନ ଦୁନିଆରେ ନିଜର ନାମ ସୃଷ୍ଟି କରିଥିବା ଜେଠାଲାଲ ଉର୍ଫ ଦିଲୀପ ଯୋଶୀଙ୍କୁ ଆଜି କିଛି ପରିଚୟର ଆବଶ୍ୟକ ନାହିଁ। ନିଜର ଦମଦାର ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିସାରିଛନ୍ତି ଦିଲୀପ ଯୋଶୀଙ୍କୁ ଲୋକେ ଜେଠାଲାଲ ନାମରେ ଜାଣିଛନ୍ତି, କାରଣ ଟିଭିର ପ୍ରସିଦ୍ଧ ସିରିଏଲ ତାରକ ମେହେତାଙ୍କ ଉଲଟା ଚଷମାରୁ ତାଙ୍କୁ ଦର୍ଶକଙ୍କ ନିକଟରୁ ଅଲଗା ପରିଚୟ ମିଳିଛି। ୧୨ବର୍ଷ ବୟସରେ ଦିଲୀପ ଯୋଶୀ ଅଭିନୟ କରିବା ଆରମ୍ଭ କରିଥିଲେ ଓ ଆଜି ସେ ନିଜର କଡା ପରିଶ୍ରମ ସାହାଯ୍ୟରେ ବଡ ସଫଳତା ହାସିଲ କରିଛନ୍ତି ଓ ଏହା ସହିତ ବିଳାସପୂର୍ଣ ଜୀବନଯାପନ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଜେଠାଲାଲ ଉର୍ଫ ଦିଲୀପ ଯୋଶୀଙ୍କ ଲାଇଫଷ୍ଟାଇଲ ବିଷୟରେ।

ଦିଲୀପ ଯୋଶୀ ଖାଇବାକୁ ବହୁତ ଭଲ ପାନ୍ତି। ମିଡିଆ ରିପୋର୍ଟ ମୁତାବିକ, ସେ ଖାଇବା ସମୟରେ ଅଧିକ ଚିନ୍ତା କରନ୍ତି ନାହିଁ, ତାଙ୍କୁ ଯାହାବି କିଛି ଖାଇବାକୁ ମିଳେ, ତାହାକୁ ସେ ବଡ ଇଚ୍ଛା ସହକାରେ ଖାଇଥାନ୍ତି। ତାଙ୍କୁ ଖାଇବାରେ ଜିଲାପି, ଫାପଡା ବହୁତ ଭଲ ଲାଗେ।

ଟିଭି ସିରିଏଲ ବ୍ଯତୀତ ଦିଲୀପ ଯୋଶୀ ଫିଲ୍ମରେ ମଧ୍ୟ ସପୋର୍ଟିଂ ଅଭିନେତା ରୂପରେ କାମ କରିଛନ୍ତି। ଏଥିରେ ହମ ଆପକେ ହେ କୋନ, ଫିର ଭି ଦିଲ ହେ ହିନ୍ଦୁସ୍ଥାନୀ, ହମରାଜ, ଦିଲ ହେ ହିନ୍ଦୁସ୍ଥାନୀ ପରି ଫିଲ୍ମ ମଧ୍ୟ ସାମିଲ ଅଛି।

ଦିଲୀପ ଯୋଶୀଙ୍କ ଆୟ ବିଷୟରେ କହିଲେ, ତେବେ ଟିଭି ସିରିଏଲ, ବିଜ୍ଞାପନ, ବ୍ରାଣ୍ଡ ପ୍ରୋମୋଶନ ଓ ସୋସିଆଲ ମିଡିଆ ଜରିଆରେ ଭଲ ଆୟ କରନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ଏକ ଇଣ୍ଟରଭ୍ୟୁରେ ଦିଲୀପ ଯୋଶୀ ନିଜର ଷ୍ଟ୍ରଗଲ ବିଷୟରେ କଥାବାର୍ତ୍ତା କରି କହିଲେକି, ସେ ଏକ ବେକଷ୍ଟେଜ କଳାକାର ଭାବରେ କାମ ଆରମ୍ଭ କରିଥିଲେ। ସେଠାରେ ସେ ୫୦ ଟଙ୍କା ପ୍ରତି ଭୂମିକାକୁ ମିଳୁଥିଲା। ସେ ସମୟରେ ତାଙ୍କୁ କେହି କାମ ଦେଇନଥିଲେ।

ବର୍ତ୍ତମାନ ସମୟରେ ଯେତେବେଳେ ଦିଲୀପ ଯୋଶୀ ନିଜର ଭୂମିକା ଜେଠାଲାଲକୁ ନିଭାଇବା ପାଇଁ ଏକ ଏପିସୋଡ ପିଛା ପାଖାପାଖି ଦେଢଲକ୍ଷ ଟଙ୍କା ଫିସ ନିଅନ୍ତି। ସେ ମାସକୁ ପାଖାପାଖି ୨୫ଦିନ ସୁଟ କରିଥାନ୍ତି ଓ ସେହି ହିସାବରେ ସେ ମାସକୁ ୩୬ଲକ୍ଷ ଟଙ୍କା ଆୟ କରନ୍ତି।

ମିଡିଆ ରିପୋର୍ଟ ମୁତାବିକ, ଦିଲୀପ ଯୋଶୀଙ୍କୁ ବିଳାସବ୍ୟସନ କାର ବହୁତ ପସନ୍ଦ ଲାଗେ। ତାଙ୍କ ପାଖରେ ପାଖାପାଖି ୮୦ଲକ୍ଷ ଟଙ୍କାର ଅଡି କ୍ୟୁ ୭ କାର ଅଛି। ଏହା ବ୍ଯତୀତ ସେ ଟୟୋଟା ଇନୋଭା ଗାଡି ଚଳାଇବାକୁ ବହୁତ ପସନ୍ଦ କରନ୍ତି।

ଯଦି ଦିଲୀପ ଯୋଶୀ ସିରିଏଲ ଓ ବିଜ୍ଞାପନର ଆୟକୁ ମିଶାଯିବ ତେବେ ସେ ପ୍ରତ୍ଯେକ ବର୍ଷ ପାଞ୍ଚ କୋଟି ଟଙ୍କା ଆୟ କରିଥାନ୍ତି।

ଯଦି ଦିଲୀପ ଯୋଶୀଙ୍କ ଘର କଥା କହିବା ତେବେ, ତାଙ୍କର ମୁମ୍ବାଇର ଅନ୍ଧେରୀରେ ଏକ ବହୁତ ବିଳାସପୂର୍ଣ ଘର ଅଛି। ଯେଉଁଠି ସେ ନିଜର ପରିବାର ସହିତ ରୁହନ୍ତି।

ଦିଲୀପ ଯୋଶୀଙ୍କ ସମୁଦାୟ ସମ୍ପତ୍ତି କୋଟିରେ ଅଛି। ମିଡିଆ ରିପୋର୍ଟ ମୁତାବିକ, ତାଙ୍କର ସମୁଦାୟ ସମ୍ପତ୍ତି ୪୫କୋଟି ଟଙ୍କାରୁ ଅଧିକ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *