ଦେଖନ୍ତୁ ଭିଡିଓ : ରେଲୱେ ଷ୍ଟେସନରେ ହଠାତ ପହଞ୍ଚିଲା ହାତୀ,ତା ପରେ ଟ୍ରାକ ଉପରେ

ସୋସିଆଲ ମିଡିଆରେ ଗୋଟିଏ ହାତୀର ଭିଡିଓ ଖୁବ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ | ଗୋଟିଏ ହାତୀ ରେଲୱେ ଷ୍ଟେସନରେ ପହଞ୍ଚିଗଲା | ସେ ଟ୍ରାକରେ ଦୌଡ଼ିବାକୁ ଆରମ୍ଭ କଲା | ସେହି ସମୟରେ ପ୍ଲାଟଫର୍ମରେ ଯିଏ ବି ଥିଲା, ସେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା | ଅନ୍ୟ ପ୍ଲାଟଫର୍ମରେ ଟ୍ରେନ ଛିଡା ହୋଇଥିଲା | ତା’ପାଖ ଦେଇ ହାତୀ ଗଲା ଏବଂ ଟ୍ରାକ ଉପରେ ଦୌଡିବା ଆରମ୍ଭ କରିଦେଲା | ଏହି ମଜାଦାର ଭିଡିଓକୁ ଆଇପିଏସ ଅଫିସର ଦୀପନସୂ କାବ୍ରା ସେୟାର କରିଛନ୍ତି |

ଭିଡିଓରେ ଦେଖାଯାଇପାରେ ଯେ ହାତୀ ପ୍ଲାଟଫର୍ମ ପାଖରେ ହିଁ ଟ୍ରାକ ଉପରେ ଶୀଘ୍ର ଶୀଘ୍ର ଚାଲୁଛି | କିଛି ଲୋକ ଷ୍ଟେସନରେ ଉପସ୍ଥିତ ଥିଲେ | ସେମାନେ କ୍ୟାମେରା ବାହାର କରି ଭିଡିଓ ରେକର୍ଡ କରିବା ଆରମ୍ଭ କରିଦେଲେ | ସେ କାହାକୁ ମଧ୍ୟ କ୍ଷତି ନ ପହଞ୍ଚାଇ ଶାନ୍ତ ଭାବରେ ଟ୍ରାକ ଉପରେ ଚାଲୁଥିଲା |

ଆଇପିଏସ ଅଫିସର ଦୀପନସୁ କାବ୍ରା ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, # ଗଜାନନ_ ଏକ୍ସପ୍ରେସ କିଛି ସମୟ ମଧ୍ୟରେ ହିଁ ପ୍ଲାଟଫର୍ମ ନମ୍ବର ୬ ଦେଇ ଯିବ | ନିଜ ନିଜର କ୍ୟାମେରା ବାହାର କରନ୍ତୁ ଏବଂ ସୁରକ୍ଷିତ ଦୂରତାରେ ରୁହନ୍ତୁ …’ |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ ସେ ମାର୍ଚ୍ଚ ୨୭ ତାରିଖରେ ସେୟାର କରିଥିଲେ, ଯାହାର ବର୍ତ୍ତମାନ ସୁଦ୍ଧା ୨୨ ହଜାରରୁ ଅଧିକ ଭ୍ୟୁ ହୋଇସାରିଛନ୍ତି, ଏହାସହିତ ୨ ହଜାରରୁ ଅଧିକ ଲାଇକ ଏବଂ ୨୦୦ ରୁ ଅଧିକ ରି-ଟ୍ୱିଟ ହୋଇସାରିଛି | ଜଣେ ୟୁଜର କହିଛନ୍ତି ଯେ ଏହି ଭିଡିଓ ହରିଦ୍ୱାର ରେଳ ଷ୍ଟେସନର ଅଟେ |

କମେଣ୍ଟ ସେକ୍ସନରେ ଲୋକମାନେ ମଜାଳିଆ ରିଆକ୍ସନ ଦେଇଛନ୍ତି …

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *