ଦେଖନ୍ତୁ ଥିସାରା ପରେରାଙ୍କ ଛଅ ବଲରେ ଛଅ ଛକାର ଭିଡ଼ିଓ,ଗୋଟିଏ ଓଭରରେ ଛଅ ଛକା ମାରିବାରେ ଶ୍ରୀଲଙ୍କାର ପ୍ରଥମ କ୍ରିକେଟର

ଶ୍ରୀଲଙ୍କାର ଅଲରାଉଣ୍ଡର ଥିସାରା ପରେରା ରବିବାର ଦିନ ଇତିହାସ ରଚିଛନ୍ତି|ପରେରା ଏକ ପେଶୱର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚରେ ଗୋଟିଏ ଓଭରରେ ଛଅ ଛକା ସହ କିର୍ତୀମାନ ସ୍ଥାପନ କରିଛନ୍ତି|ସେ ଗୋଟିଏ ଓଭରରେ ଛଅ ଛକା ମାରିବା ଶ୍ରୀଲଙ୍କାର ପ୍ରଥମ କ୍ରିକେଟର ଅଟନ୍ତି|ଏତିକି କେବଳ ନୁହେଁ ସେ ଶ୍ରୀଲଙ୍କା ତରଫରୁ ଲିଷ୍ଟ ଏରେ ଅନ୍ୟତମ ଦ୍ରୃତ ଅର୍ଦ୍ଧଶତକ ମାରିବା ଖେଳାଳି ହୋଇଯାଇଛନ୍ତି|

ସେ ଏହି ଉପଲବ୍ଧି ରବିବାର ଦିନ ପାନଗୋଡାରେ ସୈନ୍ୟ ପଡ଼ିଆରେ ଚାଲୁଥିବା ମେଜର କ୍ଲଵ୍ସ ଲିମିଟେଡ ଓଭର ଲିଷ୍ଟ ଏ ଟୁର୍ଣ୍ଣାମେଣ୍ଟରେ ହାସଲ କରିଛନ୍ତି|ଏହା ବ୍ଲୁମଫିଲ୍ଡ କ୍ରିକେଟ ଏବଂ ଆଥଲେଟିକ୍ କ୍ଲବ ବିରୁଦ୍ଧ ମ୍ୟାଚରେ ଶ୍ରୀଲଙ୍କା ଆର୍ମିର କ୍ୟାପଟେନସିପ୍ କରୁଥିଲେ|ସେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ଓହ୍ଲାଇଲେ ଓ ସେତେବେଳେ ୨୦ବଲର ଖେଳ ବାକି ଥିଲା|ଏହାପରେ ସେ ଦ୍ରୂତ ପାଳି ଖେଳିଲେ ଓ ଛ ଛକା ସହ ୧୩ ବଲରେ ଅପରାଜିତ ୫୨ରନ କରିଥିଲେ|

ପରେରା ପାଳିରେ ୮ ଛକା ମାରିଥିଲେ ଏବଂ ଏହି ପାରି କୈାଣସି ଶ୍ରୀଲଙ୍କୀୟ ଲିଷ୍ଟ ଏ ରେ ଅନ୍ୟତମ ଦ୍ରୁତ ଅର୍ଦ୍ଧଶତକ ଅଟେ|ପୂର୍ବତନ ଶ୍ରୀଲଙ୍କା ଅଲରାଉଣ୍ଡର କୈଶଲ୍ୟା ବିରରତ୍ନେ ୨୦୦୫ରେ ୧୨ ବଲରେ ଅର୍ଦ୍ଧଶତକ ଲଗାଇଥିଲେ|

ପରେରା ଏହିଭଳି ଭାବରେ ପେଶୱର କ୍ରିକେଟରେ ଏହି ଉପଲବ୍ଧି ନିଜ ନାମରେ କରିଥିବା ନବମ କ୍ରିକେଟର ଅଟନ୍ତି|ଏହା ପୂର୍ବରୁ ଗାରଫିଲ୍ଡ ସୋବର୍ସ,ରବି ଶାସ୍ତ୍ରୀ,ହର୍ଶଲ ଗିବ୍ସ,ଯୁବରାଜ ସିଂ,ରାଶ ବାଇଟଲେ,ହଜର ତୁଲ୍ଲାହ ଜଜଈ,ଲିୟା କାର୍ଟର ଓ ଏବେ କିରୋନ ପୋଲାର୍ଡ ଏମିତି କରିଛନ୍ତି|

କହିରଖେ ପରେରାଙ୍କ ଅନ୍ତଃରାଷ୍ଟ୍ରୀୟ କ୍ୟାରିଅର କଥା,ତ ସେ ଶ୍ରୀଲଙ୍କା ପାଇଁ ଛଅ ଟେଷ୍ଟ,୧୬୬ ଏକ ଦିବସୀୟ ମ୍ୟାଚ ଓ ୬୪ଟି ଟି-୨୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *