ଏହି ମହିଳାଙ୍କୁ ପସନ୍ଦ ଲାଗେ ନିଶ ଓ ଦାଢି ରଖିବାକୁ, ରେଜର ଓ ହେୟାର ରିମୁଭର ଜମାରୁ ବି ଛୁଅନ୍ତି ନାହିଁ, ଜାଣନ୍ତୁ ଏକ ହୃଦୟସ୍ପର୍ଶୀ କାରଣ

ପୁଅମାନଙ୍କ ଚେହେରାରେ ଦାଢି ଆସିବା ବହୁତ ସାଧାରଣ କଥା। ଦାଢିରେ ବହୁତ ସୁନ୍ଦର ଦେଖାଯାନ୍ତି। ମହିଳାଙ୍କ ଚେହେରାରେ ଯଦି ସାମାନ୍ୟ ଦାଢି ଆସିଯାଏ ତେବେ ସେମାନେ ହେୟାର ରିମ୍ଯୁଭର କିମ୍ବା ରେଜରର ସାହାଯ୍ୟ ନିଅନ୍ତି ଓ ସମସ୍ତ ଚାହୁଁନଥିବା ଚୁଟିକୁ ସଫା କରିଦିଅନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ନିଜ ଚେହେରାରେ ଦାଢି, ନିଶ ଆଦିକୁ କାଟିବା ପରିବର୍ତ୍ତେ ବଢିବାକୁ ଦେଲେ।

କ୍ଲାଇଡ ବରେନ ନାମକ ଏହି ମହିଳା ଆମେରିକାର ନେବରାସ୍କାରେ ରୁହନ୍ତି। ସେ ଯେତେବେଳେ ୧୫ବର୍ଷର ଥିଲେ ସେତେବେଳେ ତାଙ୍କର ଚେହେରାରେ ଦାଢି ଆସିବା ଆରମ୍ଭ ହୋଇଯାଇଥିଲା। ଏହା ନକଲି ଚୁଟି ନଥିଲା, ବରଂ ଅସଲି ଚୁଟି ଥିଲା। ଚୁଟି ଆସିବା ପରେ କ୍ଲାଇଡ ନିଷ୍ପତ୍ତି ନେଲେକି ପ୍ରକୃତିର ଏହି ନିୟମ ସହିତ ସେ ଜମାରୁ ଲାଗିବେ ନାହିଁ। ଯେମିତି ଥିଲା କ୍ଲାଇଡ ସେମିତି ରହିବାକୁ ଦେଲେ।

କ୍ଲାଇଡଙ୍କ ଏହି ନିଷ୍ପତ୍ତି ତାଙ୍କ ଜୀବନ ଉପରେ ବହୁତ ବଡ ପ୍ରଭାବ ପକାଇଲା। ଲୋକ ତାଙ୍କ ଚେହେରାର ଚୁଟି କାରଣରୁ ଖରାପ ଖରାପ କମେଣ୍ଟ କରିବାକୁ ଲାଗିଲେ। ସେ ଯୁଆଡେ ମଧ୍ୟ ଯାଉଥିଲେ ତାଙ୍କୁ ଲୋକମାନେ ବୁଲି ବୁଲି ଦେଖୁଥିଲେ। ଏହା ବ୍ଯତୀତ ଡେଟିଙ୍ଗ ଏପ୍ସରେ ମଧ୍ୟ ତାଙ୍କର ମଜାକ ଉଡାଉଥିଲେ। ଲୋକମାନେ ମୁହଁର ସୁନ୍ଦରତାକୁ ନେଇ ଖରାପ ଖରାପ କମେଣ୍ଟ କରୁଥିଲେ। ଏସବୁ ଛଡା କ୍ଲାଇଡ ମନୋବଳ ଭାଙ୍ଗି ନଥିଲେ। ବରଂ ଜଣେ ମଜବୁତ ମହିଳା ହୋଇ ଦେଖାଇଲେ। ଆଜି ସେ ସାରା ଦୁନିଆରେ ନିଜର ମଜବୁତ ସ୍ଥିତି କାରଣରୁ ଚର୍ଚ୍ଚାରେ ଅଛନ୍ତି।

କ୍ଲାଇଡ ବରେନ କୁହନ୍ତିକି ମୋତେ ମୋର ମୁହଁରେ ଥିବା ଚୁଟି ପାଇଁ ବହୁତ କିଛି ଶୁଣିବାକୁ ପଡିଥାଏ। ଲୋକମାନେ ମୋ ପାଖରେ ବସିବାକୁ ପସନ୍ଦ କରୁନଥିଲେ। ସମୟ ବିତିଚାଲିଲା ଓ ୨୭ବର୍ଷୀୟ କ୍ଲାଇଡ ବରେନ ମଜବୁତ ହୋଇଗଲେ। ତାଙ୍କର ଏହି ନିଷ୍ପତ୍ତି ମଧ୍ୟ ଆଜି ସେମିତି ଅଛି। ସେ ନିଜର ଚେହେରାର ଚୁଟିକୁ କାଟିବାକୁ ଚାହନ୍ତି ନାହିଁ। ସେ ଏହାକୁ ପ୍ରକୃତିର ଅବଦାନ ବୋଲି ଭାବନ୍ତି।

କ୍ଲାଇଡ ବରେନଙ୍କର ଜଣେ ପାର୍ଟନର ଅଛନ୍ତି ସେ ମଧ୍ୟ ତାଙ୍କୁ ଏଥିରେ ସହଯୋଗ କରନ୍ତି। ସେ କ୍ଲାଇଡଙ୍କୁ କହିଲେକି ତୁମର ଜିଦି ତୁମକୁ ଦୃଢ କରାଇବ। ଓ ସେମିତି ମଧ୍ୟ ହେଲା। କ୍ଲାଇଡ ବର୍ତ୍ତମାନ ସମୟରେ ଜଣେ ମଜବୁତ ମହିଳା ଅଟନ୍ତି। ସେ ଲେଖିକା ହେବାକୁ ଚାହାନ୍ତି। କ୍ଲାଇଡ ଫ୍ରିଲାଂସିଙ୍ଗ ପତ୍ରକାର କାମ କରୁଛନ୍ତି।

କ୍ଲାଇଡ ବରେନଙ୍କର ଏହି କଣ୍ଡିସନ କାରଣରୁ ହିର୍ସ୍ତୁଜିମ ନାମକ ଏକ ରୋଗ ହୋଇଛି। ଏଥିରେ ମହିଳାଙ୍କ ଚେହେରା, ଗୋଡ, ପେଟ, ଛାତି, ପିଠି ଓ ଜଙ୍ଘ ଆଦିରେ ଚୁଟି ଉଠିଥାଏ। ହିର୍ସ୍ତୁଜିମ ଏକ ହର୍ମୋନାଲ ଅସୁବିଧା କାରଣରୁ ହୋଇଥାଏ। ଏଥିରେ ଶରୀରରେ ଏଡ୍ରୋଜେନ୍ସ ନାମକ ହର୍ମୋନ ଲେବଲ ବଢିଯାଏ। ଏହାଦ୍ବାରା ପୋଲିସିଷ୍ଟିକ ଓବିସି ସିଣ୍ଡ୍ରୋମ ହୋଇଯାଏ। ସେମିତିରେ ତାଙ୍କର ଚିକିତ୍ସା ଚାଲିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *