ଅନଲାଇନରେ ପାଠ ପଢି ପାରୁନଥିଲେ ଗରିବ ପିଲାମାନେ, ତେଣୁ ସରକାରୀ ସ୍କୁଲ ଶିକ୍ଷକ ସ୍କୁଟରରେ ତିଆରି କରିଦେଲେ ଚଳପ୍ରଚଳ ଲାଇବ୍ରେରୀ,ଦେଖନ୍ତୁ କେମିତି ପ୍ରସ୍ତୁତ କରାଯାଇଛି ଏହି ଲାଇବ୍ରେରୀ

କରୋନା ମହାମାରୀ ଦୁନିଆରେ ବହୁତ କିଛି ବଦଳେଇ ଦେଇଛି | ପିଲାମାନଙ୍କ ପାଠପଢା ଉପରେ ଏହାର ଜବରଦସ୍ତ ପ୍ରଭାବ ପଡିଥିବାର ଦେଖିବାକୁ ମିଳିଛି | ପିଲାମାନଙ୍କୁ ମୋବାଇଲ, ଲାପଟପ ମାଧ୍ୟମରେ ଅନଲାଇନ ପାଠପଢା କରିବାକୁ ପଡୁଛି | ସଠିକ ନେଟୱାର୍କର ନ ଥିବା କାରଣରୁ ଗାଁରେ ପଢ଼ୁଥିବା ପିଲାମାନଙ୍କର ପାଠପଢା ଉପରେ ବିଶେଷ ପ୍ରଭାବ ପଡିଥିବାର ଦେଖିବାକୁ ମିଳିଛି | ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଗରିବ ପିଲାମାନଙ୍କର ପାଠପଢ଼ାରେ ଯେମିତି ପ୍ରଭାବ ନ ପଡେ, ଏଥିପାଇଁ ଜଣେ ସରକାରୀ ସ୍କୁଲର ଶିକ୍ଷକ ଚଳପ୍ରଚଳ ଲାଇବ୍ରେରୀ ତିଆରି କରିଛନ୍ତି |

ଏମପିର ସାଗର ଜିଲ୍ଲାର ଏକ ସରକାରୀ ସ୍କୁଲର ଶିକ୍ଷକ ସିଏଚ ଶ୍ରୀବାସ୍ତବ ନିଜ ସ୍କୁଟରରେ ହିଁ ଚଳପ୍ରଚଳ ଲାଇବ୍ରେରୀ ତିଆରି କରିଛନ୍ତି | ଏହି ଲାଇବ୍ରେରୀରେ ପିଲାମାନଙ୍କୁ କୋର୍ସ ସମ୍ବନ୍ଧିତ ସବୁ ବହି ଥିବା ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବହି ମଧ୍ୟ ରହିଛି | ପିଲାମାନେ ଏହି ଲାଇବ୍ରେରୀକୁ ଖୁବ ବ୍ୟବହାର କରୁଛନ୍ତି ଏବଂ ଭଲ ପାଠ ପଢୁଛନ୍ତି |

ଶିକ୍ଷକ ସିଏଚ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ଲାଇବ୍ରେରୀ ବ୍ୟବହାର କରୁଥିବା ଅଧିକାଂଶ ପିଲା ଗରିବ ପରିବାରର ଅଟନ୍ତି | ଆର୍ଥିକ ସମସ୍ୟା କାରଣରୁ ସେମାନେ ଫୋନ ଏବଂ ଲାପଟପ କିଣି ପାରିବେ ନାହିଁ ଏବଂ କୋଭିଡ କାରଣରୁ ଏହି ପିଲାମାନଙ୍କର ପାଠପଢା ଉପରେ ବହୁତ ପ୍ରଭାବ ପଡିଛି | ଏହା ଭାବି ଗୋଟିଏ ଛୋଟ ଲାଇବ୍ରେରୀ ତିଆରି କରିଛି, ଯେପରିକି ଏହି ପିଲାମାନେ ଆରାମରେ ପଢିପାରିବେ |

ଏହି ଲାଇବ୍ରେରୀରେ ପିଲାମାନଙ୍କ କୋର୍ସ ସମ୍ବନ୍ଧିତ ବହି ବ୍ୟତୀତ କାହାଣୀ, କବିତା ଭଳି ଅନେକ ବହି ରହିଛି | ପିଲାମାନେ ଏହି ବହିଗୁଡିକୁ ପଢି ବହୁତ ଉପଭୋଗ କରୁଛନ୍ତି | ଶିକ୍ଷକ ସିଏଚ ଶ୍ରୀବାସ୍ତବଙ୍କ ଏହି ପଦକ୍ଷେପ ପାଇଁ ସବୁଆଡେ ପ୍ରଶଂସା କରାଯାଉଛି |

କୁହାଯାଉଛି ଯେ ଅରୁଣାଚଳ ପ୍ରଦେଶର ପାପୁମ ପାରେ ଜିଲ୍ଲାରେ ରହୁଥିବା ନେଙ୍ଗୁରଙ୍ଗ ମୀନା ନିଜ ରାଜ୍ୟର ପ୍ରଥମ ରୋଡ଼ ସାଇଡ ଲାଇବ୍ରେରୀ ଖୋଲିଥିଲେ | ଏହି ଲାଇବ୍ରେରୀ ଖୋଲିବାର ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ପିଲାମାନଙ୍କ ମଧ୍ୟରେ ପାଠ ପଢ଼ିବାର ଅଭ୍ୟାସକୁ ବିକଶିତ କରିବା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *