ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା

ଓଡ଼ିଶା ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ଭୀ-ଷ-ଣ ତାତି ହେଲାଣି। ଗତକାଲି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଆଉ ଟିଟିଲାଗଡ଼ ସହରରେ ୪୨.୨ ଡିଗ୍ରୀ ତାପମାତ୍ରା ରହିଥିଲା। ଯାହାକି ସବୁଠାରୁ ଉ-ତ୍ତ-ପ୍ତ ସହର ରହିଛି। ବାରିପଦାରେ ତାପମାତ୍ରା ୪୨ ଡିଗ୍ରୀ ଥିବା ସମୟରେ ବଲାଙ୍ଗିର ସହରରେ ତାପମାତ୍ରା ୪୧.୫ ଡିଗ୍ରୀ, ଝାରସୁଗୁଡ଼ା ସହରରେ ତାପମାତ୍ରା ୪୧.୨ ଡିଗ୍ରୀ, ହୀରାକୁଦ ସହରରେ ତାପମାତ୍ରା ୪୧.୧ ଡିଗ୍ରୀ ଅଛି। ଆଉ ଓଡ଼ିଶା ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଛି

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ବଲାଙ୍ଗିର ଓ ସୋନପୁରକୁ ହି-ଟ ୱେଭ ଓ୍ୱାର୍ଣ୍ଣିଂ ଜା-ରି କରାଯାଇଛି।

Google

ଆଉ ଅନ୍ୟ ପାର୍ଶ୍ବରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ପାଇଁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଉ ଏହି ଘୁର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଉ ଏହାର ପ୍ରଭାବରେ ବଙ୍ଗୋପ ସାଗର ଓ ଆଣ୍ଡାମାନ ସାଗର ଉପରେ ପାଗ ମେଘୁଆ ରହିବ। ଆକାଶରେ ବାଦଲ ମେଘୁଆ ରହିପାରେ ବୋଲି ଅନୁମାନ କରାଯାଉଛି। ସେହିପରି ଆରବ ସାଗର ଉପରେ ଘୂର୍ଣ୍ଣିବଳୟ ମଧ୍ୟ ଦେଖାଦେବାର ସମ୍ଭାବନା ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *