ଭାରତ ବନାମ ଇଂଲଣ୍ଡ: କଣ ସାମ କରନଙ୍କ ବ୍ୟାଟିଂ ପଛରେ ମହେନ୍ଦ୍ର ସିଂ ଧୋନୀଙ୍କର ହାତ ? ଜୋସ ବଟଲର କଲେ ଏହି ବଡ ଦାବୀ,ଜାଣନ୍ତୁ ପୁରା ଖବର

ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ସିରିଜର ଶେଷ ଦିନକିଆରେ ଭାରତୀୟ ଦଳ ୭ରନରେ ବିଜୟୀ ହୋଇଥିଲା। କିନ୍ତୁ ଭାରତୀୟ ଦଳ ପାଇଁ ଏହା ସହଜ ହୋଇନଥିଲା। ଏହି ରୋମାଞ୍ଚକ ମ୍ଯାଚରେ ଇଙ୍ଗ୍ଲିଶ ଦଳର ଅଲରାଉଣ୍ଡର ସେମ କୁରନଙ୍କର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। କୁରନ ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ରଖିଥିଲେ ମ୍ଯାଚରେ।

ସେମ କୁରନ ଅଟକାଇ ଦେଲେ ନିଃଶ୍ଵାସ:-

ଇଙ୍ଗ୍ଲିଶ ଦଳ ଯେତେବେଳେ ଅସୁବିଧାରେ ଥିଲେ ସେତେବେଳେ ସେମ କୁରନ ବ୍ୟାଟିଂ କରିବାକୁ କ୍ରିଜକୁ ଆସିଥିଲେ। ସେ ସମୟରେ ଏମିତି ଲାଗୁଥିଲାକି ଭାରତୀୟ ଦଳ ଏହି ମ୍ଯାଚକୁ ସହଜରେ ଜିତିଯିବ। କିନ୍ତୁ ସେମ ୮୩ ବଲରେ ୯୫ରନର ଇଙ୍ଗିନ୍ସ ଖେଳି ଭାରତୀୟ ପ୍ରଶଂସକଙ୍କର ନିଃଶ୍ଵାସ ଅଟକାଇଦେଇଥିଲେ। ସେ ଶେଷ ପର୍ଯ୍ୟନ୍ତ ନଟଆଉଟ ରହି ଇଂଲଣ୍ଡ ଦଳକୁ ଜିତାଇ ପାରିନଥିଲେ।

କୁରନଙ୍କ ମଧ୍ୟରେ ଦେଖାଗଲା ଧୋନୀଙ୍କ ଝଲକ:-

ଇଂଲଣ୍ଡର କାର୍ଯ୍ୟବାହକ ଅଧିନାୟକ ଜୋସ ବଟଲର ତୃତୀୟ ଓ ଶେଷ ଦିନକିଆ ସମୟରେ ଅଲରାଉଣ୍ଡର ସେମ କୁରନଙ୍କ ମଧ୍ୟରେ ଦିଗ୍ଗଜ ଫିନିଶର ଏମଏସ ଧୋନୀଙ୍କ ଝଲକ ଦେଖିଲେ। ବଟଲର ମ୍ଯାଚ ପରେ କହିଲେ,”ସେମ ବହୁତ ଭଲ ଇନିଙ୍ଗ୍ସ ଖେଳିଛନ୍ତି ବରଂ ମ୍ଯାଚ ହରାଇବାର ନିରାଶ ରହିବ କିନ୍ତୁ ଏଥିରେ ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ମିଳିବ।’

ସେମଙ୍କ ସଫଳତା ପଛରେ ଧୋନୀ?:-

ସେ କହିଲେକି,” ଯେଉଁ ପ୍ରକାର ଧୋନୀ ଏମିତି ସ୍ଥିତିରେ ମ୍ଯାଚକୁ ଶେଷ ପର୍ଯ୍ୟନ୍ତ ନେଇ ରୋମାଞ୍ଚକ ସୃଷ୍ଟି କରନ୍ତି। ସେହିପରି ଝଲକ ସେମଙ୍କ ମଧ୍ୟରେ ଦେଖାଯାଇଛି। ଧୋନୀ ଦିଗ୍ଗଜ ଖେଳାଳି ଅଟନ୍ତି ଓ ସେମଙ୍କୁ ତାଙ୍କ ନିକଟରୁ ଅଧିକ ଲାଭ ମିଳିଛି। ଆମ ସମସ୍ତଙ୍କୁ ସେମଙ୍କ ଏହି ଇନିଙ୍ଗ୍ସରୁ ବହୁତ କିଛି ଶିଖିବାକୁ ମିଳିବ ଓ ଆମେ ଏହା ଚିନ୍ତା କରିବାକୁ ଚେଷ୍ଟା କରିବା କେଉଁ ପ୍ରକାର ଏମିତି ସ୍ଥିତିରେ ନିଜ ଦମରେ ଆଗକୁ ବଢିହେବ।”

ସେମ ବୋଲିଂରେ ମଧ୍ୟ କମାଲ ଦେଖାଇଲେ:-

ଏହି ଅଲରାଉଣ୍ଡର କେବଳ ନିଜର କ୍ଯାରିୟରର ସର୍ବାଧିକ ସ୍କୋର କରିନଥିଲେ ବରଂ ଖତରନାକ ଭାବରେ ଖେଳୁଥିବା ରିଷଭ ପନ୍ତଙ୍କୁ ମଧ୍ୟ ଆଉଟ କରିଥିଲେ। ବଟଲର କହିଲେକି,’ସେମ ଦେଖାଇଲେକି ସତରେ ସେ ମ୍ଯାଚ ବିଜେତା। ସେ ରିଷଭ ପନ୍ତଙ୍କ ୱିକେଟ ମଧ୍ୟ ନେଇଛନ୍ତି। ଟେଷ୍ଟ ହେଉ କିମ୍ବା ଦିନକିଆ କିମ୍ବା ଟି-୨୦ ବଡ ୱିକେଟ ହାସିଲ କରିଛନ୍ତି। ସେମ ଯେଉଁ ପ୍ରକାର ଖେଳ ଦେଖାଇଛନ୍ତି, ଆମକୁ ତାଙ୍କ ଉପରେ ଗର୍ବ ଅଛି।’

‘ପରାଜୟ ପରେ ମଧ୍ୟ ଭଲ ତଜୁର୍ବା’:-

ଆଘାତର ଶିକାର ହୋଇଥିବା ଇୟୋନ ମର୍ଗାନଙ୍କ ସ୍ଥାନରେ ଅଧିନାୟକ କରୁଥିବା ଜୋସ ବଟଲର କହିଲେକି ସିରିଜ ହାରିବା ପରେ ମଧ୍ୟ ଏହି ଟୁରରେ ତାଙ୍କର ଦଳକୁ ବହୁତ କିଛି ଶିଖିବାକୁ ମିଳିଛି। ସେ କହିଲେକି,’ ଆମକୁ ଏହି ଟୁରରେ ବହୁତ କିଛି ଶିଖିବାକୁ ମିଳିଛି ଓ ପ୍ରଥମ ଥର ଖେଳୁଥିବା ଖେଳାଳିଙ୍କୁ ଭଲ ତଜୁର୍ବା ମଧ୍ୟ ମିଳିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *