ଶ୍ରୀଲଙ୍କାର ଏହି ବ୍ୟାଟ୍ସମ୍ୟାନ ମାରିଲେ ଛଅ ବଲରେ ଛଅ ଛକା,ସୃଷ୍ଟି କଲେ ଦୁଇ ଦୁଇଟି ରେକର୍ଡ,ଜାଣନ୍ତୁ ପୁରା ଖବର

ଶ୍ରୀଲଙ୍କାର ଅଲରାଉଣ୍ଡର ଥିଶାରା ପରେରା କ୍ରିକେଟ ପଡ଼ିଆରେ ଏପରି ପ୍ରଦର୍ଶନ କରିଛନ୍ତି ଯାହା ଅନେକ ଖେଳାଳିମାନେ କରିବାକୁ ଚାହାନ୍ତି। ଏହି କୀର୍ତ୍ତିମାନ ହେଉଛି, କ୍ରମାଗତ ୬ଟି ଛକା ମାରିବା। ଥିଶାରା ପରେରା ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ୫୦ଓଭର ଟୁର୍ନାମେଣ୍ଟରେ ଆର୍ମି ସ୍ପୋର୍ଟସ କ୍ଲବ ପାଇଁ ଖେଳିବାବେଳେ କରିଥିଲେ। ସେ ବ୍ଲୁମଫିଲ୍ଡ କ୍ଲବ ବୋଲର ଦିଲହାନ କୁରେଙ୍କ ଓଭରରେ ୬ଟି ଛକା ମାରିଥିଲେ। କ୍ରମାଗତ ୬ଟି ଛକା ସହାୟତାରେ ପରେରା ୧୩ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। କ୍ରିକେଟର ଯେକୌଣସି ଫର୍ମାଟରେ କ୍ରମାଗତ ୬ଟି ଛକା ମାରିଥିବା ଥିଶାରା ପରେରା ହେଉଛନ୍ତି, ଶ୍ରୀଲଙ୍କାର ପ୍ରଥମ ବ୍ୟାଟ୍ସମ୍ୟାନ। ଏଥିସହିତ, ଶ୍ରୀଲଙ୍କା ପକ୍ଷରୁ ଦ୍ୱିତୀୟ ଦୃତତମ ପଚାଶ ମଧ୍ୟ ତାଙ୍କ ନାମରେ ହୋଇଛି। ଦୃତତମ ପଚାଶ କରିବାରେ କୌଶଲ୍ୟ ବିରାରତ୍ନେ ଆଗରେ ଅଛନ୍ତି। ସେ ୧୨ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।

ଥିଶାରା ପରେରାଙ୍କ ପୂର୍ବରୁ ଆଠ ଜଣ ବ୍ୟାଟ୍ସମ୍ୟାନ ବିଭିନ୍ନ ବିଭିନ୍ନ ଫର୍ମାଟରେ କ୍ରମାଗତ ୬ଟି ଛକା ମାରିଛନ୍ତି। ସର୍ବପ୍ରଥମେ ଏହା ୱେଷ୍ଟଇଣ୍ଡିଜର ଗୋରି ସୋବର୍ସ ଏହି କମାଲ କରିଥିଲେ। ସେ ୧୯୬୮ ମସିହାରେ ଏହା କରିଥିଲେ। ତାଙ୍କ ପରେ ଭାରତର ରବି ଶାସ୍ତ୍ରୀ ଏହା କରିଥିଲେ। ଉଭୟ ପ୍ରଥମ ଶ୍ରେଣୀ କ୍ରିକେଟରେ ୬ଟି ଛକା ମାରିଥିଲେ। ଦକ୍ଷିଣ ଆଫ୍ରିକାର ହର୍ସେଲ ଗିବ୍ସ ୨୦୦୭ ବିଶ୍ଵ କପରେ ଏହା କରିଥିବାବେଳେ ଭାରତର ଯୁବରାଜ ସିଂ ୨୦୦୭ ଟି-୨୦ ବିଶ୍ୱକପରେ କ୍ରମାଗତ ୬ଟି ଛକା ମାରିଥିଲେ।

ଶ୍ରୀଲଙ୍କା ସେନାର ଏକ ଅଂଶ ମଧ୍ୟ ଥିଶାରା ପରେରା:-

ଥିଶାରା ପରେରା ଶ୍ରୀଲଙ୍କା ସେନାର ଏକ ଅଂଶ ମଧ୍ୟ ଅଟନ୍ତି। ସେ ଶ୍ରୀଲଙ୍କା ଦଳର ଏକ ଅଂଶ ମଧ୍ୟ ଥିଲେ। ସେ ଏପର୍ଯ୍ୟନ୍ତ ୬ଟି ଟେଷ୍ଟ, ୧୬୬ଟି ଦିନିକିଆ ଏବଂ ୮୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଟେଷ୍ଟରେ ସେ ୨୦୩ ରନ କରିଥିଲେ ଏବଂ ୧୧ଟି ୱିକେଟ ନେଇଥିଲେ, ତେବେ ଦିନିକିଆରେ ସେ ୨୩୩୮ ରନ ଏବଂ ୧୭୫ ୱିକେଟ ନେଇଛନ୍ତି। ତା’ପରେ ଟି-୨୦ରେ ୧୨୦୪ରନ ସଂଗ୍ରହ କରିବା ସହ ସେ ୫୧ ୱିକେଟ ନେଇଛନ୍ତି। ସେ ଆକ୍ରାମକ ଢଙ୍ଗରେ ବ୍ୟାଟିଂ କରନ୍ତି ଏବଂ ଦିନିକିଆ ଟି-୨୦ରେ ତାଙ୍କର ଷ୍ଟ୍ରାଇକ ହାର ୧୦୦ରୁ ଅଧିକ ଥିଲା।

ଏହି ବ୍ୟାଟ୍ସମ୍ୟାନ ୬ଟି ଛକା ମାରିଛନ୍ତି:-

୧। ଗେରି ସୋବର୍ସ (୧୯୬୮)

୨। ରବି ଶାସ୍ତ୍ରୀ (୧୯୮୫)

୩। ହର୍ସଲ ଗିବ୍ସ (୨୦୦୭)

୪। ଯୁବରାଜ ସିଂ(୨୦୦୭)

୫। ରସ ହ୍ୱିଟେଲି (୨୦୧୭)

୬। ହଜରତୁଲ୍ଲା ଜଜାଇ (୨୦୧୮)

୭। ଲିଓ କାର୍ଟର (୨୦୨୦)

୮। କିରୋନ ପୋଲାର୍ଡ (୨୦୨୧)

୯। ଥିଶାରା ପରେରା (୨୦୨୧)

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *