ଦେଖନ୍ତୁ ଅଦ୍ଭୁତ ଇଲେକ୍ଟ୍ରିକ ବାଇକ: ଗୋଟିଏ ଚକାରେ ଚାଲୁଛି ବାଇକ, ଆଗକୁ ନଇଁଲେ ବଢୁଛି ସ୍ପୀଡ଼,ଜାଣନ୍ତୁ ଏହି ଇଲେକ୍ଟ୍ରିକ ବାଇକ ବିଷୟରେ

ଆଗାମୀ ସମୟରେ ଇଲେକ୍ଟ୍ରିକ ବାଇକ ଚାହିଦା ବଢିବ । ଏମିତିରେ କେତେକ କମ୍ପାନୀ ନିଜର ଇଲେକ୍ଟ୍ରିକ ବାଇକକୁ ମାର୍କେଟକୁ ଆଣୁଛନ୍ତି । ଏହିସମୟରେ ଚୀନର ନମ୍ବର୍ ୱାନ ଇକମର୍ସ କମ୍ପାନୀ ଅଲିବାବା ଏକ ଇଲେକ୍ଟ୍ରିକ ସ୍କୁଟର ମାର୍କେଟକୁ ଆଣିଛି ଯାହାକୁ ଗୋଟିଏ ଚକରେ ଚାଲିବ ଓ ଏହାର ଦାମ ଜାଣିଲେ ଆପଣ ଚକିତ ହୋଇଯିବେ ।

ଅଲିବାବା ଗ୍ରୁପର ଏହି ବାଇକ ବର୍ତ୍ତମାନ ସମସ୍ତଙ୍କ ନଜର ନିଜ ଆଡ଼କୁ ଟାଣୁଛି । ଆପଣ ସର୍କସରେ ଏକ ଚକା ବାଲା ଗାଡି ଦେଖିଥିବେ କିନ୍ତୁ ବର୍ତ୍ତମାନ ସତରେ ଏହା ବାସ୍ତବରେ ଆସିଯାଇଛି ।

ଏହାକୁ ଚଳାଇବା ପ୍ରଣାଳୀ ମଧ୍ୟ ଭିନ୍ନ ଅଟେ । ଯଦି ଆପଣ ଏହାକୁ ଆଗକୁ ନଇଁ ଚଳାଉଛନ୍ତି ତାହେଲେ ସ୍ପୀଡ଼ ବଢିବ ଓ ଯଦି ପଛକୁ ହେଉଛନ୍ତି ତାହେଲେ ସ୍ପୀଡ଼ କମିଯିବ ।

ଏହି ଚକିଆ ବାଇକର ଫ୍ରେମ ଷ୍ଟିଲରେ ନିର୍ମିତ ଥିବାବେଳେ ଏହାର ଟାଙ୍କି ଫକ୍ସ ଫ୍ୟୁଲ ଅଟେ । ଏହି ବାଇକ ଡୁକାଟି ମନଷ୍ଟର ସହିତ ବହୁତ ସମାନତା ରଖୁଛି । ଏହାର ପଛରେ ଏକ ପିଲିୟନ ସିଟ ମଧ୍ୟ ରହିଛି ।

ଏହି ଇଲେକ୍ଟ୍ରିକ ବାଇକରେ ପାନାସୋନିକ ବ୍ୟାଟେରୀ ପ୍ୟାକ ଲାଗିଛି । କମ୍ପାନୀ ଦାବି କରୁଛି ଏହି ବାଇକକୁ ଥରେ ଚାର୍ଜ କଲେ 100 କିଲୋମିଟର ପର୍ଯ୍ୟନ୍ତ ଯିବ । ଏହାକୁ ଚାର୍ଜ କରିବାପାଇଁ 3 ରୁ 12 ଘଣ୍ଟା ଲାଗିଥାଏ । ଏହାର 40 କିଲୋଗ୍ରାମ ଅଟେ ଓ 2000 ୱାଟ ପାୱାରର ବିଶିଷ୍ଟ ଏଥିରେ ଇଲେକ୍ଟ୍ରିକ ମୋଟର ଲାଗିଛି ।

ଏହି ବାଇକକୁ ଆପଣ 48 କିଲୋମିଟର ପ୍ରତିଘଣ୍ଟା ବେଗରେ ଚଳାଇପାରିବେ । ଏହାର ଦାମ 1500 ଡ଼ଲାର ଯାହାକି ଭାରତୀୟ ମୁଦ୍ରାରେ 1.34 ଲକ୍ଷ ଟଙ୍କା ଅଟେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *