ଆଇପିଏଲ 2021: ପଞ୍ଜାବ କିଙ୍ଗସ ପାଇଁ ଖୁସି ଖବର, ଆଇପିଏଲ ପୂର୍ବରୁ ଫିଟ୍ ହେଲେ ଏହି ଖତରନାକ ଖେଳାଳୀ,ଜାଣନ୍ତୁ ପୁରା ଖବର

ଅଷ୍ଟ୍ରେଲିଆରେ ବ୍ୟାଟିଂ କରୁଥିବା ସମୟରେ ଆହତ ହୋଇଯାଇଥିବା ଭାରତୀୟ ବୋଲର ମହମ୍ମଦ ଶାମି କହିଛନ୍ତି, ସେ ବର୍ତ୍ତମାନ ଫିଟ ହୋଇଯାଇଛନ୍ତି ଓ ଏପ୍ରିଲ 9 ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗରେ ମଧ୍ୟ ସେ ପଞ୍ଜାବ କିଙ୍ଗସ ଦଳରେ ଯୋଗଦେବେ ।

ଆଡ଼ିଲେଡ଼ର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ପ୍ୟାଟ କମିନ୍ସଙ୍କ ଏକ ବାଉଁଶର ବଲ ମହମ୍ମଦ ଶାମିଙ୍କ କହୁଣୀରେ ଲାଗିଥିଲା । ଏହାପରେ ସେ ଲମ୍ବା ସମୟ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଟିମ ସହିତ ଜଡିତ ରହିଥିଲେ ଓ ବର୍ତ୍ତମାନ ଫିଟ ହୋଇଯାଇଛନ୍ତି । ଶାମି କହିଥିଲେ, ” ମୁ5 ସମ୍ପୂର୍ଣ୍ଣ ଭାବରେ ଫିର ଅଛି ଓ ଖେଳିବାକୁ ପ୍ରସ୍ତୁତ ମଧ୍ୟ ଅଛି ।

ସେ କହିଥିଲେ, ସେ ସର୍ବଦା ସକାରାତ୍ମକ ଭାବରେ ରହିଥାନ୍ତି । ସେ କହିଥିଲେ ବିଗତ ଆଇପିଏଲରେ ମୋ ପ୍ରଦର୍ଶନ ଠିକ ଥିଲା ଓ ଆଶା କରୁଛି କି, ଚଳିତବର୍ଷ ମଧ୍ୟ ମୋ ପ୍ରଦର୍ଶନ ଠିକ ରହିବ । ଆଘାତ କାରଣରୁ ମୋତେ ଆଇପିଏଲ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ପ୍ରସ୍ତୁତ ହେବାକୁ ଅଧିକ ସମୟ ମିଳିଗଲା । ଶାମି ବିଗତଥର 20 ଉଇକେଟ ନେଇଥିଲେ ଓ ଅନ୍ୟ ପଟରେ ତାଙ୍କୁ କୌଣସି ବୋଲରଙ୍କ ସହଯୋଗ ମିଳିନଥିଲା । ଚଳିତବର୍ଷ ଆଇପିଏଲ ପାଇଁ ପଞ୍ଜାବ କିଙ୍ଗସ ଝାଏ ରିଚାର୍ଡସନ, ମୋଏଜେସ ହେନରିକ୍ସ ଓ ରିଲେ ମେରେଡିଥଙ୍କୁ ଦଳରେ ସାମିଲ କରିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *