ଭାରତ ବନାମ ଇଂଲଣ୍ଡ : ଶାର୍ଦୁଲଙ୍କୁ ‘ମ୍ୟାନ ଅଫ ଦ ମ୍ୟାଚ’ ଓ ଭୁବିଙ୍କୁ ‘ମ୍ୟାନ ଅଫ ଦ ସିରିଜ’ ନମିଳିବାରୁ କୋହଲି ହେଲେ ନାରାଜ,ଜାଣନ୍ତୁ କିଏ କିଏ ପାଇଲେ ?

ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ତୃତୀୟ ମ୍ୟାଚରେ ବିଜୟଲାଭ କରିଥିବାରୁ ସମସ୍ତ ଶ୍ରେୟ ବୋଲରଙ୍କୁ ଦେଇଥିଲେ କିନ୍ତୁ ବୋଲରଙ୍କୁ ‘ମ୍ୟାନ ଅଫ ଦ ମ୍ୟାଚ’ ଓ ‘ମ୍ୟାନ ଅଫ ଦ ସିରିଜ’ ନମିଳିବାରୁ ସେ ଦୁଃଖିତ ହୋଇଥିଲେ । ଶାର୍ଦୁଲ ଠାକୁର 30 ରନ କରିବାସହ ମ୍ୟାଚରେ ଚାରୋଟି ଉଇକେଟ ନେଇଥିଲେ ସେହିପରି ଭୁବି ସିରିଜରେ ଭଲ ବୋଲିଂ କରିଥିଲେ । ଇଂଲଣ୍ଡ ତରଫରୁ 95 ରନର ତାବଡ଼ତୋଡ଼ ପାଳି ଖେଳିଥିବା ସାମ କରନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ଜନୀ ବେୟାରଷ୍ଟୋଙ୍କୁ ମ୍ୟାନ ଅଫ ଦ ସିରିଜ ଦିଆଯାଇଥିଲା ।

କୋହଲି କହିଥିଲେ, ସାମ କରନ ଏକ ଭଲ ପାଳି ଖେଳିଥିଲେ। ଯେତେବେଳେ ଶୀର୍ଷ ଦଳ ଭିତରେ ଲଢେଇ ହେଉଥାଏ ସେତେବେଳେ ମ୍ୟାଚ ରୋମାଞ୍ଚକ ହୋଇଥାଏ । ଅନ୍ତିମରେ ହାର୍ଦିକ ପାଣ୍ଡ୍ୟା ଓ ନଟରାଜନ ବହୁତ ଭଲ ବୋଲିଂ କରିଥିଲେ କିନ୍ତୁ ମୁଁ ହଇରାଣ ହୋଇଗଲି କାରଣ ଶାର୍ଦୁଲ ଓ ଭୁବି ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜ ପାଇଁ ଦାବିଦାର ଥିଲେ । ମ୍ୟାଚରେ କୋହଲି ବୋଲର ମାନଙ୍କୁ ସବୁ ଶ୍ରେୟ ଦେଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *