ସାକ୍ଷାତ କରନ୍ତୁ ଦୁନିଆର ସବୁଠାରୁ ଛୋଟ ନାଗା ସନ୍ୟାସୀଙ୍କୁ,୧୮ ଇଞ୍ଚ ଓ ୧୮ କିଲୋର ଅଟନ୍ତି ଏହି ସାଧୁ,ଜାଣନ୍ତୁ ତାଙ୍କ ବିଷୟରେ କିଛି

ହରିଦ୍ୱାରରେ ଏପ୍ରିଲ ୧ ତାରିଖରୁ ମହାକୁମ୍ଭ ମେଳା ଆରମ୍ଭ ହେବାକୁ ଯାଉଛି | କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ଏହି କୁମ୍ଭମେଳା କେବଳ ଏକ ମାସ ଅର୍ଥାତ ୩୦ ଏପ୍ରିଲ ପର୍ଯ୍ୟନ୍ତ ହିଁ ଚାଲିବ | ଏହାମଧ୍ୟରେ କୁମ୍ଭରେ ଯୋଗ ଦେଇଥିବା ହଜାର ହଜାର ସାଧୁ ସନ୍ଥ ଏବେଠାରୁ ନିଜର ଡେରା ଲଗାଇବାକୁ ଲାଗିଲେଣି |

କୁମ୍ଭମେଳାର ଏହା ବିଶେଷତ୍ୱ ଯେ ଆମକୁ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାରର ସାଧୁ ସନ୍ଥ ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଥାନ୍ତି | ଏହି ସମୟରେ କିଛି ସନ୍ଥ ମହାତ୍ମା ଏତେ ଭିନ୍ନ ହୋଇଥାନ୍ତି ଯେ ସେମାନଙ୍କୁ ଦେଖିବାପାଇଁ ଭକ୍ତମାନଙ୍କର ଭିଡ ହୋଇଥାଏ | ଏହି ବର୍ଷ ହରିଦ୍ୱାରରେ ମଧ୍ୟ ଏପରି ଜଣେ ନାଗା ସନ୍ୟାସୀ ଆସିଛନ୍ତି, ଯିଏକି ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି |

ଆମେ ଏଠାରେ ଯେଉଁ ନାଗ ସନ୍ୟାସୀଙ୍କ ବିଷୟରେ କଥା ହେଉଛନ୍ତି, ତାଙ୍କର ଲମ୍ବ ମାତ୍ର ୧୮ ଇଞ୍ଚ ଅଟେ ଏବଂ ଓଜନ ମାତ୍ର ୧୮ କିଲୋ ଅଟେ | ଏହି ଅନନ୍ୟ ସାଧୁଙ୍କ ନାମ ସ୍ୱାମୀ ନାରାୟଣ ନନ୍ଦ ଅଟେ | ସେ ଜୁନା ଆଖାଡାର ନାଗା ସନ୍ୟାସୀ ଅଟନ୍ତି | ଅଖାଡା ଏହା ଦାବି କରିଥାଏ ଯେ ସ୍ୱାମୀ ନାରାୟଣ ନନ୍ଦଙ୍କର ଲମ୍ବ ମାମଲାରେ ଦୁନିଆର ସବୁଠାରୁ ଛୋଟ ନାଗା ସନ୍ୟାସୀ ଅଟନ୍ତି |

୧୮ ଇଞ୍ଚର ନାଗା ସନ୍ୟାସୀଙ୍କ ପାଖରେ ସବୁବେଳେ ଭିଡ଼ ଦେଖାଯାଏ | ଲୋକମାନେ ତାଙ୍କର ଝଲକ ପାଇବାକୁ ଏବଂ ତାଙ୍କ ଆଶୀର୍ବାଦ ପାଇବାକୁ ଇଚ୍ଛା କରିଥାନ୍ତି | ଅନେକ ଲୋକ ତ ତାଙ୍କ ସହିତ ଆସି ସେଲଫି ମଧ୍ୟ ନିଅନ୍ତି | ସେ ସବୁବେଳେ ହ୍ୱିଲ ଚେୟାରରେ ବସିଥାନ୍ତି | ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବାରେ ତାଙ୍କର ସହଯୋଗୀ ସାହାଯ୍ୟ କରିଥାନ୍ତି |

ଝାନ୍ସୀରେ ରହୁଥିବା ନାରାୟଣ ନନ୍ଦା ୧୫ ବର୍ଷ ବୟସରେ ହିଁ ଅନାଥ ହୋଇଯାଇଥିଲେ | ୨୦୧୦ ମସିହାରେ ସେ କୁମ୍ଭମେଳାରେ ଜୁନା ଆଖାଡାରେ ଯୋଗ ଦେଇଥିଲେ | ଏହି ଆଖଡ଼ାରେ ଯୋଗଦେବା ପୂର୍ବରୁ ତାଙ୍କ ନାମ ସତ୍ୟନାରାୟଣ ପାଠକ ଥିଲା | ଅଖାଡା ତାଙ୍କୁ ସ୍ୱାମୀ ନାରାୟଣ ନନ୍ଦ ବୋଲି ନାମ ଦେଇଥିଲା |

ସେ ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରୀ ମହୋତ୍ସବର ରାଜ ସ୍ନାନ ପାଇଁ ବାଲିଆ ୟୁପିରୁ ଆସିଯାଇଥିଲେ | ଏଠାରେ ଜନତା ପ୍ରତ୍ୟେକ ଥର ତାଙ୍କର ଦର୍ଶନ ପାଇବାକୁ ଭିଡ଼ କରିଥାନ୍ତି | ସେ ବର୍ତ୍ତମାନ ସୁଦ୍ଧା ଉଜେଇନ,ନାଶିକ, ପ୍ରୟାଗରାଜ ଏବଂ ହରିଦ୍ୱାରର ୧୨ କୁମ୍ଭରେ ଯୋଗ ଦେଇସାରିଛନ୍ତି |

ମିଡ଼ିଆ ସହିତ କଥାବାର୍ତ୍ତା କରି ସେ ତାଙ୍କର ପୁରା ନାମ ନାରାୟଣ ନନ୍ଦ ବାମନ ଭଗବାନ ବୋଲି କହିଥିଲେ | ସେ କୁହନ୍ତି ଯେ ମୁଁ ବାଲିଆ ଜିଲ୍ଲାରେ ମୋର ଗୁରୁଙ୍କ ପାଖରେ ରହେ | ମୋର ଗୁରୁଜୀଙ୍କ ନାମ ଗଙ୍ଗା ନନ୍ଦ ଦାସ ଏବଂ ତାଙ୍କ ଗୁରୁଙ୍କ ନାମ ଆନନ୍ଦ ଗିରି ଅଟେ | ସେମାନଙ୍କ ଠାରୁ ମୋତେ ମୋର ପରିଚୟ ମିଳିଛି | ମୁଁ ଶିବଙ୍କର ଜଣେ ଭକ୍ତ ଏବଂ ମୁଁ ତାଙ୍କ ଭକ୍ତିରେ ସର୍ବଦା ଜଡିତ | ସ୍ୱାମୀ ନାରାୟଣ ନନ୍ଦଙ୍କର ଯତ୍ନ ନେଉଥିବା ଜଣେ ଶିଷ୍ୟ ଉମେଶ କୁମାର କହିଛନ୍ତି ଯେ ଗୁରୁଜୀ ନାରାୟଣ ନନ୍ଦ ଗିରି ମହାରାଜ ୨୦୧୦ କୁମ୍ଭରେ ମଧ୍ୟ ହରିଦ୍ୱାରକୁ ଆସିଥିଲେ | ମୁଁ ସେତେବେଳେ ମଧ୍ୟ ତାଙ୍କ ସହିତ ଥିଲି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *