ଆଇପିଏଲ 2021: ସର୍ଜରୀ ପରେ ଧୋନୀଙ୍କ ଦଳରେ ସାମିଲ ହେଲେ ଏହି ଖେଳାଳି,ମିଳିପାରେ ବର୍ତ୍ତମାନ ଏହି ବଡ଼ ଦାୟିତ୍ୱ

ଆଇପିଏଲ 2021 ର ଅପେକ୍ଷା ବର୍ତ୍ତମାନ ସମାପ୍ତ ହେବାକୁ ଯାଉଛି । ଏପ୍ରିଲ 9 ତାରିଖରୁ ଆଇପିଏଲ 14 ତମ ସିଜିନର ପ୍ରଥମ ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ଆଇପିଏଲ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ଏକ ଖୁସି ଖବର ମିଳୁଛି କାରଣ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଲମ୍ବା ସମୟ ଧରି କ୍ରିକେଟରୁ ବାହାରେ ରହିଥିଲେ କିନ୍ତୁ ସେ ଏବେ ସିଏସକେ ସହିତ ଜଏନ କରିଛନ୍ତି । ଏହାମଧ୍ୟ ସୂଚନା ଆସୁଛି କି, ତାଙ୍କୁ ଦଳର ଉପ ଅଧିନାୟକ ମଧ୍ୟ କରାଯିବ ।

ବିଗତବର୍ଷ ଚେନ୍ନାଇର ଆଇପିଏଲ ଭଲ ଯାଇନଥିବାରୁ ବର୍ତ୍ତମାନ ଚଳିତ ଆଇପିଏଲ ପାଇଁ ଚେନ୍ନାଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହାସହ ଜାଡେଜା ଦଳରେ ପ୍ରବେଶ କରିଛନ୍ତି ।

ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ବାମହାତର ଆଙ୍ଗୁଳିରେ ଏହିବର୍ଷ ଜାନୁଆରୀରେ ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ବଲ ବାଜିଥିଲା । ଯାହାପାଇଁ ତାଙ୍କ ଅଙ୍ଗୁଠିର ସର୍ଜରୀ ହୋଇଥିଲା ।

ଜାନୁଆରୀ ମାସରୁ ହିଁ ସେ କ୍ରିକେଟ ଓ ଦଳରୁ ଦୂରରେ ଥିଲେ କିନ୍ତୁ ବର୍ତ୍ତମାନ ମୁମ୍ବାଇରେ ସିଏସକେ କ୍ୟାମ୍ପ ସହିତ ଜଡ଼ିତ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

ସେ ନିଜର ଟ୍ୱିଟର ଆକାଉଣ୍ଟରେ ଫୋଟୋ ଶେୟର କରିଥିଲେ। ଯେଉଁଥିରେ ସେ ଟୋପି ଓ ଚଷମା ପିନ୍ଧି ବହୁତ ଫିଟ ଲାଗୁଥିଲେ ଓ କ୍ୟାପ୍ସନରେ ଲେଖିଥିଲେ

#enjoythemoment

#goodvibes

ମୁମ୍ବାଇ ଠାରେ ଚେନ୍ନାଇର କ୍ୟାମ୍ପ ସହ ଜଏନ ହେବାପୂର୍ବରୁ ଜାଡେଜା ବେଙ୍ଗାଲୁରୁରେ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ପ୍ରାକ୍ଟିସ ମଧ୍ୟ କରିଥିଲେ ।

ଜଣାଇଦେଉଛୁ କି, ଏବେପର୍ଯ୍ୟନ୍ତ ଚେନ୍ନାଇର ଉପ ଅଧିନାୟକ ପଦ ସୁରେଶ ରାଇନା ସମ୍ଭାଳୁଥିଲେ । କୁହାଯାଉଛି ଏହିଥର ସେ ନୂଆ ଉପ ଅଧିନାୟକ ହେବାକୁ ଯାଉଛନ୍ତି ।

ଜାଡେଜାଙ୍କ ଭଳି ସୁରେଶ ରାଇନା, ଅଧିନାୟକ ଧୋନୀ ମଧ୍ୟ ଦଳରେ ଜଏନ କରିସାରିଛନ୍ତି ଓ ପ୍ରାକ୍ଟିସ ମଧ୍ୟ ଆରମ୍ଭ କରିଦେଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *