ଦେଖନ୍ତୁ ଭିଡିଓ : ଏକ୍ସରସାଇଜ୍ କରୁଥିବା ସମୟରେ ବଡି ବିଲ୍ଡରଙ୍କ ମାଂସପେଶୀର ଅବସ୍ଥା ହେଲା ଏମିତି ,ସର୍ଜରୀ ପାଇଁ ଯୋଗାଡ କରିବାକୁ ପଡିଲା ୨୭ ଲକ୍ଷ

ଦୁବାଇରେ ଜଣେ ଵଡି ବିଲ୍ଡରଙ୍କ ସହ ଭୟାନକ ଘଟଣା ଘଟିଛି|ରାୟନ କ୍ରୋଲି ନାମକ ବଡି ବିଲ୍ଡର ଜିମରେ ବେଞ୍ଚ ପ୍ରେସ ଏକ୍ସରସାଇଜ୍ କରୁଥିଲେ|ରାୟନ ବହୁତ ଓଜନ ଓଠାଇଥିଲେ ସେଥିପାଇଁ ତାଙ୍କର ବାଲାନ୍ସ ବିଗିଡି ଗଲା ଓ ତାଙ୍କର ଦକ୍ଷିଣ ହାତର ମାଂସପେଶୀ ଫାଟି ଗଲା,ଫଳରେ ହସ୍ପିଟାଲରେ ଭର୍ତ୍ତି କରାଗଲା|

ରାୟନଙ୍କ ଟ୍ରେନର ତାଙ୍କ ସହ ମହଜ୍ଜୁଦ ଥିଲେ|ସେ ଏହା ସୁନିଶ୍ଚିତ କରୁଥିଲେ ଯେ ରାୟନଙ୍କ ମୁଣ୍ଡ ଯେମିତି ମେସିନରେ ପଡି ନଯାଏ|କୁହାଯାଏ ଯେ ସେ ଏହି ଏକ୍ସସରସାଇଜ୍ ସମୟରେ ୧୮୦ କିଲୋ ଓଜନ ଉଠାଉଥିଲେ|ଭିଡିଓରେ ଦେଖିପାରିବେ ଯେ ରାୟନ ବେଞ୍ଚ ପ୍ରେସ କରିବା ସମୟରେ ଓଜନକୁ ଉପରକୁ ନେଉଥିଲେ କିନ୍ତୁ ଅଚାନକ ମାଂସପେଶୀ ଫାଟିଯିବା ଫଳରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ|

ସୂଚନାଯୋଗ୍ୟ ଯେ ତାଙ୍କ କୋଚ୍ ଲୈରି ରାୟନ ପାଇଁ ଗୋଙ୍କଡମିରେ ହେଲ୍ପ ମାଗିଥିଲେ ଓ ଏହାର ସହାୟତାରେ ୫ ଦିନରେ ୩୮ ହଜାର ଡଲାର ମାନେ ୨୭ ଲକ୍ଷ ଟଙ୍କା ଯୋଗାଡ ହୋଇଗଲା|ରାୟନ ଇଂଲଣ୍ଡର ଅଟନ୍ତି ତେଣୁ ଦୁବାଇରେ ତାଙ୍କ ଇନ୍ସୁରାନ୍ସ ମେଡିକାଲ ଵିଲକୁ କଭର କରିବ ନାହିଁ|

ରାୟନଙ୍କ ସର୍ଜରୀ ହୋଇସାରିଛି|ସେ ଇନଷ୍ଟାଗ୍ରାମ ରେ ପୋଷ୍ଟ କରି ଲେଖିଛନ୍ତି ଯେ ଏହି ସର୍ଜରୀ ୧ ଘଣ୍ଟା ମଧ୍ୟରେ ହେବାର ଥିଲା କିନ୍ତୁ ଦୁର୍ଭାଗ୍ୟକୁ ୪ ଘଣ୍ଟା ଲାଗିଲା|ମୁଁ ସର୍ଜରୀ ପୂର୍ବରୁ ଡରୁଥିଲି ଯେ ବିଲ୍ଡିଙ୍ଗ କ୍ୟାରିୟର ଆରମ୍ଭ ନହେବା ପୂର୍ବରୁ ଯେମିତି ଶେଷ ନହେଉ|

ସେ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଏଵେ ମଧ୍ୟ ତାଙ୍କୁ ଯନ୍ତ୍ରଣା ହେଉଛି|ମୁଣ୍ଡ ଠାରୁ ଗୋଡ ପର୍ଯ୍ୟନ୍ତ ମୋର ପୁରା ଶରୀରର ସୂଜି ହୋଇଛି|ମୋତେ ମୋ ହାତକୁ ପୂର୍ବ ଅଵସ୍ଥାକୁ ଆଣିବାକୁ ଗମ୍ଭୀର ପ୍ଲାନ କରିବାକୁ ହେବ|ପ୍ରଥମେ ନିଜ ହାତ ସହିତ ଘରେ କମ୍ଫଟେବଲ ହେବାକୁ ହେବ ଓ ପରେ ଧିରେ ଧିରେ ଜିମ୍ କରିବାକୁ ହେବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *