ଏହି ୩ ଯୁବ ଖେଳାଳୀ ମଧ୍ୟରୁ ଯାହାଙ୍କୁ ହେଲେ ୨୦୨୩ ବିଶ୍ୱକପ ପରେ ମିଳିପାରେ ଭାରତୀୟ ଦଳର ଅଧିନାୟକ ପଦ,ଜାଣନ୍ତୁ ସେମାନେ କିଏ କିଏ ?

ଭାରତୀୟ କ୍ରିକେଟ ଟିମ ବର୍ତ୍ତମାନ ସବୁଠାରୁ ମଜବୁତ ଦଳ ମଧ୍ୟରୁ ଗୋଟିଏ ଅଟେ । ଟିମ ଇଣ୍ଡିଆର ଖାସିୟତ ଏହା ହେଉଛି କି, ଯେତେବେଳେ କୌଣସି ଭଲ କ୍ରିକେଟର ଦଳରେ ଖେଳୁଥାଏ ତାହାର ସ୍ଥାନ ନେବାପାଇଁ ଆଉଜଣେ ବହୁତ ବଢିଆ ଖେଳାଳି ଆସିଥାଏ । ସେହିପରି ଅଧିନାୟକ ପଦବୀରେ ମଧ୍ୟ କିଛି ଏହିପରି ଦେଖିବାକୁ ମିଳିଛି ।

ଆଜିଠାରୁ ପାଖାପାଖି 15-20 ବର୍ଷ ପୂର୍ବରୁ ଫ୍ୟାନ୍ସମାନଙ୍କୁ ଲାଗିଥିଲା କି, ସୌରଭ ଗାଙ୍ଗୁଲିଙ୍କ ଠାରୁ ଭଲ ଅଧିନାୟକ କେହିବି ହେବେନାହିଁ କିନ୍ତୁ ଏହାପରେ କ୍ରିକେଟ ଫ୍ୟାନସମାନେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦେଖିଥିଲେ ଓ ନିଜର ଅଧିନାୟକତ୍ୱରେ ସେ ଦଳକୁ ବହୁତ ସଫଳତା ଦେଲେ ।

ଧୋନୀଙ୍କ ଅଧିନାୟକରୁ ଅବସର ନେବାପରେ ଲୋକମାନେ ପ୍ରଶ୍ନ ଉଠାଇଥିଲେ କି, ଧୋନୀଙ୍କ ପରେ ଭାରତୀୟ ଦଳର ଅଧିନାୟକ ଭାର କିଏ ଗ୍ରହଣ କରିବ ଓ ସେ ଦଳକୁ ସେହିପରି ସଫଳତା ଦେବ ତ ! ଏହାର ଜବାବରେ ବିରାଟ କୋହଲିଙ୍କ ରୂପରେ ଅଧିନାୟକ ମିଳିଛି ।

ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଦଳ ବହୁତ ଉପଲବ୍ଧି ହାସଲ କରିଛି ଯାହାକୁ ପୂର୍ବରୁ ଦଳ କେବେ ପାଇନଥିଲା । ଏମିତିରେ ପୁଣି ପ୍ରଶ୍ନ ଉଠୁଛି ବିରାଟ କୋହଲିଙ୍କ ପରେ କିଏ ଭାରତକୁ ସେହିପରି ସଫଳତା ଦେବ ?

3 ଜଣ କ୍ରିକେଟର ଯିଏକି 2023 ବିଶ୍ୱକପ ପରେ ଭାରତୀୟ ଦଳର ଅଧିନାୟକ ହୋଇପାରନ୍ତି :-

ପୃଥ୍ୱୀ ସ:-

ଭାରତୀୟ ଦଳରେ ପୃଥ୍ୱୀ ସ ଜଣେ ଉଦୀୟମାନ ତାରକା ଓ ସେ ଭାରତକୁ ଅଣ୍ଡର-19 ରେ ମଧ୍ୟ ବିଜୟ ଥିଲେ । ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଟିମ ବିଜୟ ହଜାରେ ଟ୍ରଫି ଜିତିଥିଲା। ଯଦି ଭାରତୀୟ ଦଳ 2023 ପରେ ନିଜର ଅଧିନାୟକ ବଦଳାଇବାକୁ ଚାହିଁବ ତାହେଲେ ସେ ପୃଥ୍ୱୀ ସଙ୍କୁ ନେଇ ବିଚାର କରିବ ।

ଶୁବମନ ଗିଲ :-

ଭବିଷ୍ୟତରେ ଭାରତୀୟ ଦଳ ଶୁବମନ ଗିଲଙ୍କୁ ଅଧିନାୟକ ପଦ ଦେବାପାଇଁ ଭାବିପାରେ କାରଣ ଶୁବମନ ଜଣେ ଟେକ୍ନିକାଲ ବ୍ୟାଟ୍ସମ୍ୟାନ ଓ ତାଙ୍କୁ ଭାରତର ଭବିଷ୍ୟତ ବୋଲି କୁହାଯାଉଛି ।

ଶ୍ରେୟାସ ଆୟର :-

ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମ ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ଭାରତର ଏମିତି ଏକ ଖେଳାଳି ଯଦି ତାଙ୍କୁ ଅଧିନାୟକ ପଦ ଦେଇ ଦିଆଯିବ ତାହେଲେ ସେ ଏହାକୁ ବହୁତ ଭଲ ଭାବରେ ନିଭାଇ ପାରିବେ । ଆୟର ଆଇପିଏଲରେ ଦିଲ୍ଲୀ ଓ ଘରୋଇ କ୍ରିକେଟରେ ମୁମ୍ବାଇ ପାଇଁ ଅଧିନାୟକ ତୁଲାଇଥାନ୍ତି ।

ଶ୍ରେୟାସ ଆୟରଙ୍କ ଅଧିନାୟକ ହାର ବହୁତ ଭଲ ରହିଛି । ଯଦି ଭାରତୀୟ ଦଳ 2023 ପରେ କୌଣସି ଅନ୍ୟଜଣଙ୍କୁ ଅଧିନାୟକ ପଦ ଦେବାକୁ ଚାହେଁ ତାହେଲେ ଶ୍ରେୟାସ ଆୟରଙ୍କ ବିଷୟରେ ନିଶ୍ଚୟ ଭାବିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *