ଏପ୍ରିଲ ୧୬ରେ ଶକ୍ତିଶାଳୀ ସେଟଲାଇଟ ଲଞ୍ଚ କରିବ ଇସ୍ରୋ ! ଶତ୍ରୁ କିଛି ହରକତ କରିବା ପୂର୍ବରୁ ଏଥର ୧୦୦୦ ଥର ଚିନ୍ତା କରିବ,ଜାଣନ୍ତୁ ପୁରା ଖବର

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ISRO) ୧୬ ଏପ୍ରିଲ ୨୦୨୧କୁ ଏମିତି ଏକ ସେଟଲାଇଟ ଲଞ୍ଚ କରିବାକୁ ଯାଉଛି ଯାହାକି ଦେଶର ଜମି ବିକାଶ ଓ ବିପର୍ଯ୍ୟୟକୁ ରୋକିବା ପାଇଁ ସାହାଯ୍ୟ କରିବ। ଏହି ସେଟଲାଇଟ ସୀମାର ସୁରକ୍ଷା ପାଇଁ କାମରେ ଆସିବ। ଏହା ଏକ ଅର୍ଥ ଅବଜରଭେସନ ସେଟଲାଇଟ ଅଟେ ଯାହା କେବଳ ଭାରତର ମାଟି ଓ ଏହାର ସୀମା ଉପରେ ଅନ୍ତରୀକ୍ଷରୁ ନଜର ରଖିବ। ଏହି ଜିଓ-ଇମେଜିଙ୍ଗ ସେଟଲାଇଟର ନାମ ହେଉଛି EOS-3/GISAT-1 (Earth Observation Satellite-3/Geosynchronous Satellite Launch Vehicle F10)

EOS-3/GISAT-1 ର ଲଂଚିଙ୍ଗ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଦ୍ଵୀପ ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରେ ହେବ। ଲଂଚିଙ୍ଗ ପାଇଁ GSLV-MK2 ରକେଟକୁ ଉପଯୋଗ କରାଯିବ। ରକେଟ EOS-3/GISAT-1 ସେଟଲାଇଟକୁ ଜିଓ ଷ୍ଟେସନାରୀ ଅର୍ବିଟରେ ସ୍ଥାପିତ କରାଯିବ। ଯେଉଁଠି ଏହା ୩୬ହଜାର କିଲୋମିଟର ଉଚ୍ଚତାରୁ ପୃଥ୍ବୀର ଚକ୍କର କାଟିବ। ଲଞ୍ଚିଙ୍ଗ ପାଗ କିମ୍ବା ଯନ୍ତ୍ରପାତି ବାଧା ଆସିଲେ ମଧ୍ୟ ଏଡାଇ ଯାଇପାରିବ।

GSLV-MK୨ ରକେଟ ପ୍ରଥମ ଥର ଓଜାଇବ ସେପ୍ଡ ପୋଲ୍ଡ ଫାୟାରିଙ୍ଗ(OPLF) ସେଟଲାଇଟକୁ ଛଡାଯିବ। ଅର୍ଥାତ EOS-3/GISAT-1 ସେଟଲାଇଟ OPLF କ୍ୟାଟାଗୋରୀରେ ଆସିଥାଏ। ଏହାର ଅର୍ଥ ସେଟଲାଇଟ ୪ମିଟର ବ୍ଯାସ ମେହରାବ ପରି ଦେଖାଯିବ। ଇସ୍ରୋର ସୂତ୍ର ଅନୁସାରେ ସ୍ଵଦେଶୀ କ୍ରାୟୋଜୋନିକ ଇଞ୍ଜିନରୁ ଲେସ ରକେଟର ଏହା ଅଷ୍ଟମ ଉଡାଣ ହେବ। ଯେତେବେଳେକି GSLV ରକେଟତ ୧୪ତମ ଉଡାଣ ହେବ।

ଲଞ୍ଚର ୧୯ମିନିଟ ଅନ୍ତରାଳରେ EOS-3/GISAT-1 ସେଟଲାଇଟ ନିଜର ନିର୍ଦ୍ଧାରିତ କକ୍ଷରେ ନିୟୋଜିତ ହୋଇଯିବ। ଏହି ସେଟଲାଇଟର ଖାସ କଥା ହେଉଛିକି ଏହାର କ୍ୟାମେରା। ଏହି ସେଟଲାଇଟରେ ତିନୋଟି କ୍ୟାମେରା ଲାଗିଛି। ପ୍ରଥମ ମଲ୍ଟି ସ୍ପେକ୍ଟ୍ରାଲ ଭିଜିବଲ ଏଣ୍ଡ ନିୟର-ଇନଫ୍ରାରେଡ(୬ ବେଣ୍ସ), ଦ୍ଵିତୀୟ ହାଇପର ସ୍ପେକ୍ତ୍ରାଲ ଭିଜିବଲ ଏଣ୍ଡ ନ୍ୟାୟର-ଇନଫ୍ରାରେଡ(୧୫୮ ବେଣ୍ସ), ତୃତୀୟ ହାଇପର ସେକ୍ତ୍ରାଲ ସର୍ଟ ୱେବ ଇନଫ୍ରାରେଡ(୨୫୬ ବେଣ୍ସ)। ପ୍ରଥମ କ୍ୟାମେରାର ରିଜଲ୍ଯୁସନ ୪୨ ମିଟର, ଦ୍ଵିତୀୟର ୩୧୮ ମିଟର ଓ ତୃତୀୟର ୧୯୧ ମିଟର ଅଟେ। ଅର୍ଥାତ ଏହି ଆକୃତିର ବସ୍ତୁ ଏହି କ୍ୟାମେରାରେ ସହଜରେ ଉତ୍ତୋଳନ ହୋଇପାରିବ।

ଭିଜିବଲ କ୍ୟାମେରା ଅର୍ଥାତ ଦିନରେ କାମ କରିବା ପାଇଁ କ୍ୟାମେରା ଯେଉଁ ସାମାନ୍ୟ ଫୋଟ ଉଠାଏ। ଏହା ବ୍ଯତୀତ ଏଥିରେ ଇନଫ୍ରାରେଡ କ୍ୟାମେରା ମଧ୍ୟ ଲାଗିଛି। ଯାହାକି ରାତିରେ ମଧ୍ୟ ଫୋଟ ଉଠାଇପାରିବ। ଅର୍ଥାତ ଭାରତ ସୀମା ଉପରେ କୌଣସି ପ୍ରକାର ଫୋଟ ନେବାରେ ସକ୍ଷମ ହେବ।

ଏହା ବ୍ଯତୀତ ଏହି ସେଟଲାଇଟ ସାହାଯ୍ୟରେ ବିପର୍ଯ୍ୟୟ ରୋକିବା, ଅଚାନକ ହୋଇଥିବା ଘଟଣା ଉପରେ ନଜର ରଖାଯାଇପାରିବ। ଏହା ସହିତ କୃଷି, ଜଙ୍ଗଲ, ମିନରେଲୋଜି, ବିପର୍ଯ୍ୟୟ ପୂର୍ବରୁ ସୂଚନା ଦେବା, କ୍ଲାଉଡ ପ୍ରୋପାର୍ଟିଜ, ବରଫ ଓ ଗ୍ଲେସିୟର ସମେତ ସମୁଦ୍ର ଉପରେ ନଜର ରଖାଯାଇପାରିବ। ଏହାସବୁ ଏହି ସେଟଲାଇଟ ସାହାଯ୍ୟରେ ହୋଇପାରିବ।

୧୯୭୯ ମସିହାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ୩୭ ଅର୍ଥ ଅବଜରଭେସନ ଛଡାଯାଇଛି। ଏଥିରେ ଦୁଇଟି ଲଞ୍ଚ ବିଫଳ ହୋଇଥିଲା। ଇସ୍ରୋ ପ୍ରଥମ ଲଞ୍ଚିଙ୍ଗ ୫ ମାର୍ଚ୍ଚରେ କରାଯିବାର ଥିଲା କିନ୍ତୁ କିଛି ଯନ୍ତ୍ରପାତି ଖରାପ କାରଣରୁ ଏହାକୁ ବାତିଲ କରିଦିଆଯାଇଥିଲା। ପୁଣି ଖବର ଆସିଲାକି ଏହି ସେଟଲାଇଟ ୨୮ ମାର୍ଚ୍ଚକୁ ଲଞ୍ଚ କରାଯାଇପାରେ କିନ୍ତୁ ଏହାକୁ ଏଡାଇ ୧୬ଏପ୍ରିଲ କରିଦିଆଗଲା।

୨୨୬୮ କିଲୋଗ୍ରାମ ଓଜନର EOS-3/GISAT-1 ସେଟଲାଇଟ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତକୁ ସବୁଠୁ ଭାରି ଅର୍ଥ ଅବଜରଭେସନ ସେଟଲାଇଟ ହେବ। ଏହା ପୂର୍ବରୁ ଭାରତ ୬୦୦ ରୁ ୮୦୦ କିଲୋଗ୍ରାମ ଓଜନର ସେଟଲାଇଟ ଲଞ୍ଚ କରାଯାଇଥିଲା। ଏହି ସେଟଲାଇଟ ପୃଥିବୀର ଚାରିପାଖରେ ୬୦୦ କିଲୋମିଟର ଉଚ୍ଚତାରେ ପୋଲରୁ ପୋଲ ପର୍ଯ୍ୟନ୍ତ ଚକ୍କର ୯୦ ମିନିଟରେ ଥରେ କରିପାରିବ।

EOS-3/GISAT-1 ସେଟଲାଇଟ ପରେ ଇସ୍ରୋ ଦ୍ଵିତୀୟ ଜିଓ-ଇମେଜରି ସେଟଲାଇଟ EOS-2 ଲଞ୍ଚ କରିବ, କିନ୍ତୁ ଏହାର ଶେଷ ତାରିଖ ଫିକ୍ସ ହୋଇନାହିଁ। ଏହି ସେଟଲାଇଟ ଦେଶର ସୁରକ୍ଷା ପାଇଁ ଖାସ ଉପକରଣ ସହ ଜଡିତ। ଯେଉଁଥିରେ ଥର୍ମାଲ ଇମେଜିଙ୍ଗ କ୍ୟାମେରା ମଧ୍ୟ ଆସିଥାଏ। ଯଦି ଏହି କ୍ୟାମେରା ଏହି ସେଟଲାଇଟରେ ଲାଗେ ତେବେ ରାତିର ଅନ୍ଧାରରେ ଗରମର ଅନୁପାତର ଆକୃତିରୁ ଜଣା ପଡିଯିବକି ଦେଖା ଯାଉଥିବା ଆକୃତି ପଶୁ ନା ମଣିଷ। ଏହାଦ୍ବାରା ଦେଶର ସୀମା ଅଧିକ ସୁରକ୍ଷିତ ରହିବ। ଏହା ସହିତ ଦେଶର ଆନ୍ତରିକ ସୁରକ୍ଷା ପାଇଁ ଲାଭଦାୟକ ହେବ।



ଇସ୍ରୋର ବିଶ୍ଵସ୍ତ ସୂତ୍ର ମୁତାବିକ EOS-3/GISAT-1 ସେଟଲାଇଟର ଲଞ୍ଚିଙ୍ଗ ସତୀଶ ଧାୱନ ସ୍ପେସ ସେଣ୍ଟରରେ ଲଞ୍ଚ ପ୍ୟାଡ-୨ ରୁ କରାଯିବ। ଏହି ସେଟଲାଇଟର ସାମାନ୍ଯ ୧୯.୪ ଡିଗ୍ରୀ ଢଳି ଅଛି। ଏହା ପୂର୍ବରୁ ପଠାଯାଇଥିବା ଅର୍ଥ ଅବଜରଭେସନ ସେଟଲାଇଟ Cartosat ଓ RISAT ସିରିଜର ସେଟଲାଇଟ ସର୍ଜିକାଲ ଷ୍ଟ୍ରାଇକ, ବାଲାକୋଟ ଆଟାକ ଓ ଚୀନ ସହିତ ଗତ ବର୍ଷ ହୋଇଥିବା ବିବାଦ ସମୟରେ ସୀମା ଉପରେ ଭରପୁର ନଜର ରଖିଥିଲେ। ଯେଉଁଥିରେ ଶତୃର ସ୍ଥିତି ଖରାପ ହୋଇଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *