କ’ଣ ଆମାଜନ କର୍ମଚାରୀମାନେ କାମରେ ଅଧିକ ବୋଝ ଯୋଗୁଁ ବୋତଲରେ କରିବାକୁ ପଡୁଛି ପରିଶ୍ରା ? ପଢନ୍ତୁ ପୁରା ଖବର

ଦୁନିଆର ସବୁଠାରୁ ଲୋକପ୍ରିୟ ୱେବସାଇଟ ଆମାଜନ ପୂର୍ବ ବହୁ ବର୍ଷରୁ ତାର କର୍ମଚାରୀଙ୍କୁ ଶୋଷଣ ଅଭିଯୋଗ ରହିଛି|ଏଵେ ଆମେରିକାର ଜଣେ ନେତା ଟୁଇଟରେ ପ୍ରତିକ୍ରିୟା ଦେବା ପରେ ଆମାଜନ କମ୍ପାନୀ ପୁନଃ ବିବାଦୀୟ|ମାର୍କ ପୋକନ ନାମକ ବ୍ୟକ୍ତି ଏହି ଟୁଇଟରେ ଲେଖିଥିଲେ ଯେ କର୍ମଚାରୀଙ୍କୁ ୧୫ ଡଲାର ପ୍ରତି ଘଣ୍ଟା ଦେବାରେ ପ୍ରେଗ୍ରେସିଭ ୱର୍କପ୍ଲେସ ବନି ନଥାଏ ଯେତେବେଳେ କର୍ମଚାରୀ ମାନଙ୍କୁ କାମ ବୋଝରେ ବୋତଲରେ ପରିଶ୍ରା କରିବାକୁ ପଡ଼ିଥାଏ|

ଏହି ଟୁଇଟରେ ପ୍ରତିକ୍ରିୟା ଦେଇ ଆମାଜନ ଲେଖିଛି ଯେ ଆପଣ ବୋତଲରେ ପରିଶ୍ରା କଥା ବିଶ୍ୱାସ କରନ୍ତିନି ନା?ଯଦି ଏମିତି ହୋଇଥାନ୍ତା ତେଵେ ଆମପାଇଁ କେହି କାମ କରିବାକୁ ଆସିନଥାନ୍ତେ|ସତ ଏହା ଯେ ଆମ ସହ ଏକ ମିଲିୟନରୁ ଉର୍ଦ୍ଧ୍ବ ଭଲ କର୍ମଚାରୀ ରହିଛନ୍ତି ଯେଉଁମାନେ ଆମ କାମକୁ ନେଇ ଗର୍ବ ଅନୁଭବ କରନ୍ତି ଓ ଏମାନଙ୍କ କେବଳ ଭଲ ଦରମା ସହ ଭଲ ହେଲ୍ଥ କେୟାର ପ୍ରଥମ ଦିନରୁ ମିଳେ|

ଆମାଜନର ଏହି ଟୁଇଟ୍ ପରେ ସୋସିଆଲ ମିଡିଆରେ ବହୁ ପ୍ରକାରର ପ୍ରତିକ୍ରିୟା ଆସୁଛି ଓ ବହୁ ପତ୍ରାକାର,ଆକ୍ଟିଭିଟ୍ସ ଏହି କମ୍ପାନୀ ବିଷୟରେ ପ୍ରମାଣ ଦେଖିକି ଆମାଜନକୁ ଏହି ଟୁଇଟରେ ଆଇନା ଦେଖାଉଛନ୍ତି|ଜଣେ ବ୍ୟକ୍ତି ଟୁଇଟ କରି ଲେଖିଛନ୍ତି ଯେ ଏକ ଲେବର ରିପୋର୍ଟର ଭାବେ ମୁଁ ଆମାଜନରେ ଭଲ କାମ କରିଆସିଛନ୍ତି ଓ ମୁଁ ଦାଵି କରେ ଯେ ଏହାର ୱର୍କଲୋଡ ଏତେ ଯେ ଡ୍ରାଇଭରକୂ ପରିଶ୍ରା କରିବାକୁ ବହୁ ସଂଘର୍ଷ କରିବାକୁ ପଡେ|

ଏହାସହ ମଦରବୋର୍ଡ ସହ କଥାବାର୍ତ୍ତା ହେବାରୁ ଆମାଜନର ଜଣେ ଡେଲିଭରି ୱର୍କର କହିଲେ ଯେ ତାଙ୍କର ୧୦ ଘଣ୍ଟାର ସିଫ୍ଟରେ ୩୦୦ ପ୍ୟାକେଜ୍ ପହଞ୍ଚାଇବାକୁ ପଡେ ଓ ଯଦି ସେ ଅଧିକ ସମୟ ନିଅନ୍ତି ତେବେ ଚାକିରି ମଧ୍ୟ ଚାଲି ଯାଇପାରେ|ଏହି ଡ୍ରାଇଭର କହିଛନ୍ତି ଯେ ଆମର ସିଡ୍ୟୁଲ ବହୁତ ଟାଇଟ୍ ଅଟେ ଯାହାଫଳରେ ଆମାଜନର ଡେଲିଭରି ଡ୍ରାଇଭର୍ସକୁ ବୋତଲରେ ପରିଶ୍ରା କରିବାକୁ ପଡେ|

ଏହି ଡ୍ରାଇଭର ମଧ୍ୟ କହିଛନ୍ତି ଯେ ଆମକୁ ରାତି ପୂର୍ବରୁ ପ୍ୟାକେଜ ପହଞ୍ଚାଇବାକୁ ପଡ଼ିଥାଏ ଓ ଟଏଲଟ୍ ଖୋଜିବା ଅର୍ଥ ଏଥିପାଇଁ ୧୦-୨୦ ମିନିଟ୍ ପର୍ଯ୍ୟନ୍ତ ଚାଲିଯାଏ|ଏଥିପାଇଁ ସୁବିଧା ଦୃଷ୍ଟିରୁ ବୋତଲରେ ପରିଶ୍ରା କରି ହାଲ୍କା ହୋଇଯାଉ|ସେ ମଧ୍ୟ କହିଛନ୍ତି ଆମାଜନର ବହୁ ଡ୍ରାଇଭର ଏମିତି କରିଥାନ୍ତି|ସେମାନେ ହାଇଜିନ ପ୍ରତି ମଧ୍ୟ ଧ୍ୟାନ ଦେଇଥାନ୍ତି ଓ ହାଲ୍କା ହେବା ପରେ ସାନିଟାଇଜରରେ ହାତ ସଫା କରନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *