ଦିନ ଥିଲା ଗୋଟିଏ ମ୍ୟାଚ ଖେଳି କମାଉଥିଲେ ଏକଲକ୍ଷ ଟଙ୍କା,ଆଉ ଆଜି ଚଳାଉଛନ୍ତି ବସ୍,ଜାଣନ୍ତୁ ତାଙ୍କ ବିଷୟରେ

ଯେଉଁ ଖେଳାଳି କେବେ ନିଜ ଚମତ୍କାର ବୋଲିଂ ଦ୍ୱାରା ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ଧୂଳି ଚଟାଇ ଦେଇଛନ୍ତି ଓ କିଛି ବ୍ୟାଟ୍ସମ୍ୟାନ ଯିଏକି ନିଜର ଛକା ଓ ଚୌକା ସହିତ ଦର୍ଶକଙ୍କୁ ଆନନ୍ଦିତ କରୁଥିଲେ ଆଜି ସେହି କ୍ରିକେଟର ଜୀବନଯାପନ ପାଇଁ ଅଷ୍ଟ୍ରେଲିଆରେ ବସ ଚଳାଉଛନ୍ତି ।

ସାଧାରଣତଃ କ୍ରିକେଟରେ ଭଲ ପଇସା ମିଳିଥାଏ । କିନ୍ତୁ କିଛି କ୍ରିକେଟରଙ୍କ କାହାଣୀ କିଛି ଅଲଗା ହୋଇଥାଏ ସେମାନେ ଜୀବନଯାପନ ପାଇଁ କିଛି ଏମିତି କାମ କରିଥାନ୍ତି ଯାହାକି ଅକଳ୍ପନୀୟ ଅଟେ । ଏବେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଶ୍ରୀଲଙ୍କାର ସ୍ପିନ ବୋଲର ସୁରଜ ରାନଦୀପଙ୍କୁ ଅଷ୍ଟ୍ରେଲିଆରେ ବସ ଚଳାଉଥିବାର ଦେଖାଯାଇଛି । କେବଳ ସୁରଜ ରାନଦୀପ ନୁହେଁ ଅନ୍ୟ କେତେକ ଶ୍ରୀଲଙ୍କା ଖେଳାଳି ମଧ୍ୟ ନିଜର ପରିବାର ଚଳାଇବା ପାଇଁ ବସ ଡ୍ରାଇଭର କାମ କରୁଛନ୍ତି ।

ଚିନ୍ତାକା ଜୟସିନ୍ଧେ :-

ପୂର୍ବତନ ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ଚିନ୍ତାକା ଜୟସିନ୍ଧେ ବର୍ତ୍ତମାନ 42 ବର୍ଷର ହୋଇଯାଇଛନ୍ତି ସେ ଶ୍ରୀଲଙ୍କା ପାଇଁ ପାଞ୍ଚଟି t-20 ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି କିନ୍ତୁ ବର୍ତ୍ତମାନ ସେ ନିଜର ପରିବାର ଚଳାଇବା ପାଇଁ ଅଷ୍ଟ୍ରେଲିଆର ଏକ ବସ ଡ୍ରାଇଭର ଭାବରେ କାମ କରୁଛନ୍ତି ।

ବେଣ୍ଡିଗେଟନ ମୁବେଙ୍ଗା :-

ଜିମ୍ବାୱେର ପୂର୍ବତନ ଆକ୍ରମନାତ୍ମକ ଖେଳାଳି ମୁବେଙ୍ଗା ଭାରତ ବିପକ୍ଷରେ 2005 ମସିହାରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ସେ ଏହି ମ୍ୟାଚରେ ସୌରଭ ଗାଙ୍ଗୁଲିଙ୍କୁ ଆଉଟ କରିଥିଲେ । ବର୍ତ୍ତମାନ ସେ ଅଷ୍ଟ୍ରେଲିଆରେ ବସ ଚଳାଉଛନ୍ତି ।

ସୁରଜ ରାନଦୀପ :-

ପୂର୍ବତନ ଶ୍ରୀଲଙ୍କା ସ୍ପିନ ବୋଲର ସୁରଜ ରାନଦୀପ 2009 ମସିହାରେ ଭାରତ ବିପକ୍ଷରେ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ । ରାନଦୀପ ଭାରତ ବିପକ୍ଷରେ 2011 ଫାଇନାଲ୍ ବିଶ୍ୱକପ ମଧ୍ୟ ଖେଳିଥିଲେ । ସେ 50 ଅନ୍ତର୍ଜାତୀୟ ମ୍ୟାଚରୁ 86 ଟି ଉଇକେଟ ନେଇସାରିଛନ୍ତି ।

ଏମିତି ହେଲେ ବସ ଡ୍ରାଇଭର :-

ଟ୍ରାନ୍ସପୋର୍ଟ କମ୍ପାନୀ ଟ୍ରାନ୍ସଡେବ୍ ଅନୁସାରେ, ସୁରଜ ଓ ମୋଗେମ୍ବା କମ୍ପାନୀର ଏକ ଏକାଡେମୀ ସହିତ ଜଡିତ ଥିଲେ। ସେ ଏକଡେମୀ ଲୋକଙ୍କୁ ଡ୍ରାଇଭର ହେବାରେ ସାହାର୍ଯ୍ୟ କରିଥାନ୍ତି । 2018 ପରେ ମେଲବର୍ଣ୍ଣ ଟ୍ରାନ୍ସଡେବ ନିଜର 200 ଡ୍ରାଇଭରଙ୍କୁ ଭର୍ତ୍ତି କରାଇଥିଲେ । ଚିନ୍ତାକାଙ୍କ ପିତାଙ୍କ ପାଖରେ ଶ୍ରୀଲଙ୍କାରେ ତିନୋଟି ବସ ଥିଲା । ସେହିପରି ସୁରଜ ମଧ୍ୟ ବସ ଚଳାଇବାକୁ ବହୁତ ପସନ୍ଦ କରିଥାନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *