ଆଇପିଏଲରୁ ବାହାରିଲେ ଶ୍ରେୟସ ଅୟର : କିଏ ସମ୍ଭାଳିବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ଵ ? ଜାଣନ୍ତୁ କିଏ ହେବ ଦିଲ୍ଲୀର ଅଧିନାୟକ ?

ଆଇପିଏଲର ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲକୁ ଏକ ଶକ୍ତ ଝଟକା ଲାଗିଛି। ଦଳର ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ୍ ଅୟର ୯ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ଫିଲଡିଙ୍ଗ ସମୟରେ କାନ୍ଧରେ ଆଘାତ ହୋଇଥିବା ଅୟର ଅନ୍ତତଃ ଚାରି ମାସ କ୍ରିକେଟ ଠାରୁ ଦୂରରେ ରହିବେ। ଦଳର ସହ-ମାଲିକ ପାର୍ଥ ଜିନ୍ଦଲ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଚେନ୍ନାଇ ସୁପର କିଙ୍ଗ୍ସର ମ୍ଯାଚ ମୁମ୍ବାଇରେ ଖେଳ ହେବ।

ବାମ କାନ୍ଧର ହାଡ ଖସିଗଲା:-

ଶ୍ରେୟସ ଅୟରଙ୍କୁ ପୁଣେରେ ଇଂଲଣ୍ଡର ଇନିଂସର ଅଷ୍ଟମ ଓଭର ସମୟରେ ଆହତ ହୋଇଥିଲେ। ଶାର୍ଦ୍ଦୁଲ ଠାକୁର ବୋଲିଂ କରୁଥିଲେ। ଏହି ସମୟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଏକ ସଟ ମାରିଥିଲେ। ଯାହାକୁ ରୋକିବା ପାଇଁ ଶ୍ରେୟସ ନିଜର ସମସ୍ତ ଚେଷ୍ଟା ଦ୍ଵାରା ଡାଇଭ ମାରିଥିଲେ। ଏହା ପରେ ସେ ଯନ୍ତ୍ରଣା ଅନୁଭବ କରିଲେ ଏବଂ କାନ୍ଧ ଧରି ବସି ପଡ଼ିଲେ। ଅଧିନାୟକ ବିରାଟ କୋହଲିଙ୍କ ସମେତ ଦଳର ଅନ୍ୟ ଖେଳାଳିମାନେ ମଧ୍ୟ ତାଙ୍କ ପାଖକୁ ଯାଇଥିଲେ। ତାଙ୍କ କାନ୍ଧରେ ଲାଗିଥିବା ଆଘାତ ଗୁରୁତର ଥିଲା, ଏଭଳି ପରିସ୍ଥିତିରେ ତାଙ୍କୁ ପଡ଼ିଆରୁ ବାହାରକୁ ନିଆଯାଇଥିଲା। ତା’ପରେ ସେ ପଡ଼ିଆକୁ ଆଉ ଫେରିପାରିନଥିଲେ ଏବଂ ପରେ ଦିନିକିଆ ସିରିଜରୁ ବାହାର ରହିବାର ଖବର ସାମ୍ନାକୁ ଆସିଥିଲା।

କିଏ ହେବେ ଦିଲ୍ଲୀର ନୂଆ ଅଧିନାୟକ?:-

ନିକଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜରେ ଶ୍ରେୟସ ଅୟର ଚମତ୍କାର ବ୍ୟାଟିଂ କରୁଥିବା ବେଳେ ବହୁ ରନ ସଂଗ୍ରହ କରିଥିଲେ। ତାଙ୍କର ଏହି ସାନଦାର ପ୍ରଦର୍ଶନ ଯୋଗୁଁ ଭାରତ ଇଂଲଣ୍ଡକୁ ଟି-୨୦ ସିରିଜରେ ୩-୨ରେ ପରାସ୍ତ କରିଥିଲା। ବର୍ତ୍ତମାନ ଶ୍ରେୟସ ଅୟରଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲସକୁ ଏକ ନୂତନ ଅଧିନାୟକ ଖୋଜିବାକୁ ପଡ଼ିବ। ଦଳ ପରିଚାଳନାଙ୍କ ପାଖରେ ବିକଳ୍ପଗୁଡ଼ିକର ଅଭାବ ନାହିଁ। ଅନୁଭବି ଅଜିଙ୍କ୍ଯା ରହାଣେ ରାଜସ୍ଥାନ ରୟାଲ୍ସ ଏବଂ ରବିଚନ୍ଦ୍ରନ ଅଶ୍ୱିନ କିଙ୍ଗସ ଇଲେଭେନ ପଞ୍ଜାବର ନେତୃତ୍ୱ ନେଇ ସାରିଛନ୍ତି। ନିକଟରେ ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇକୁ ବିଜୟ ହଜାରେ ଟ୍ରଫି ଜିତିଥିବା ଯୁବ ପୃଥ୍ବୀ ଶୋ ମଧ୍ୟ ଜଣେ ପ୍ରତିଯୋଗୀ।

ରିଷଭ ପନ୍ତଙ୍କ ନାମ ସବୁଠୁ ଆଗରେ:-

ସୁତ୍ର ଅନୁସାରେ ରେସର ସବୁଠୁ ଆଗରେ ରିଷଭ ପନ୍ତ ଅଛନ୍ତି। ଭାରତୀୟ ଦଳର ଏହି ମ୍ଯାଚ ବିଜେତାଙ୍କର ପ୍ରଦର୍ଶନରେ ଫ୍ରାଞ୍ଚାଇଜ ବହୁତ ପ୍ରଭାବିତ ହୋଇଛି ଓ ସେ ତାଙ୍କୁ ଅଧିନାୟକତ୍ଵ ଦେବାର ସମ୍ଭାବନା ବହୁତ ଅଧିକ ଅଛି। ଦିଲ୍ଲୀ କ୍ୟାପିଟାଲ୍ସର ପ୍ରମୋଟର କିରଣ କୁମାର ଗାନ୍ଧୀ ଓ ପାର୍ଥ ଜିନ୍ଦଲ ଅତିଶୀଘ୍ର ରିକି ପଣ୍ଟିଙ୍ଗଙ୍କ ସହ କଥାବାର୍ତ୍ତା ହୋଇ ଏକ ନାମ ଉପରେ ମୋହର ଲଗାଇବେ। ଉପ-ଅଧିନାୟକ ରୂପରେ ତାଙ୍କ ନାମର ଚର୍ଚ୍ଚା ସର୍ବପ୍ରଥମେ କରାଯାଉଛି। ଯଦି ଏମିତି ହେଲା ତେବେ ତିନିଜଣ ଭାରତୀୟ ୱିକେଟକିପର ଆଇପିଏଲରେ ଅଧିନାୟକତ୍ଵ ଅଧିନାୟକ କରୁଥିବାର ନଜର ଆସିବେ। କେଏଲ ରାହୁଲ ପଞ୍ଜାବ କିଙ୍ଗସ ପାଇଁ ଓ ଏହି ସିଜିନ ପାଇଁ ରାଜସ୍ଥାନ ରୟାଲ୍ସ ଯୁବ ଖେଳାଳି ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି।

ଅୟରଙ୍କ ଅଭାବ ପୂରଣ କରିବା ଅସମ୍ଭବ ଅଟେ:-

ଟିମ ମ୍ୟାନେଜମେଣ୍ଟ କେବଳ ଅଧିନାୟକ ନୁହେଁ ବରଂ ଅୟରଙ୍କ ଅନୁପସ୍ଥିତିରେ ଏକ ଭଲ ବ୍ୟାଟ୍ସମ୍ୟାନଙ୍କୁ ଖୋଜୁଅଛି। ୟୁଏଇରେ ଖେଳା ଯାଇଥିବା ଗତ ସିଜିନରେ ସେ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ସର୍ବୋଚ୍ଚ ସ୍କୋରର ଥିଲେ। କେଏଲ ରାହୁଲ, ଶିଖର ଧାୱନ ଓ ଡେଭିଡ ୱାର୍ନରଙ୍କ ପରେ ତାଙ୍କ ନାମରେ ୫୧୯ ରନ ଥିଲା। ୨୦୧୮ରେ ଗୌତମ ଗମ୍ଭୀର ଅଧିନାୟକତ୍ଵ ଛାଡିବା ପରେ ଶ୍ରେୟସ ଅୟରଙ୍କୁ ନୂଆ ଅଧିନାୟକ ମିଳିଥିଲା। ସେବେଠୁ ୨୬ବର୍ଷୀୟ ଏହି ମୁମ୍ବାଇବାସିନ୍ଦା ଦଳକୁ ସଫଳତା ଦେଇଛନ୍ତି। ଥରେ ପ୍ଲେଅଫରେ ଓ ଗତବର୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇ ଥିଲେ। କିନ୍ତୁ ଫାଇନାଲ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ପରାଜୟ ମିଳିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *