ଭାରତ ବନାମ ଇଂଲଣ୍ଡ : ଦ୍ଵିତୀୟ ମ୍ଯାଚ ପୂର୍ବରୁ ଇଂଲଣ୍ଡକୁ ଦୁଇଟି ବଡ ଶକ୍ତ ଝଟକା, ଅଧିନାୟକ ଇୟୋନ ମର୍ଗାନ ସହିତ ଏହି ଷ୍ଟାର ଖେଳାଳୀ ଦଳରୁ ବାହାର

ଭାରତ ବିପକ୍ଷର ଦ୍ୱିତୀୟ ଦିନିକିଆ ପୂର୍ବରୁ ଇଂଲଣ୍ଡ ଦଳକୁ ଦୁଇଟି ବଡ଼ ଝଟକା ଲାଗିଛି। ଇଂଲଣ୍ଡର ଅଧିନାୟକ ଇୟୋନ ମର୍ଗାନ ଆହତ ଥିବା କାରଣରୁ ଶେଷ ଦୁଇଟି ଦିନିକିଆ ମ୍ୟାଚ ଖେଳିପାରିବେ ନାହିଁ। ଏହା ବ୍ୟତୀତ ସେମ ବିଲିଙ୍ଗ୍ସ ମଧ୍ୟ ଶୁକ୍ରବାରରେ ହେବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଉପଲବ୍ଧ ରହିବେ ନାହିଁ। ତୃତୀୟ ଦିନିକିଆରେ ବିଲିଙ୍ଗସ ଖେଳି ପାରିବେକି ନାହିଁ ତାହା ପରେ ନିଷ୍ପତ୍ତି ନିଆଯିବ।

ଜୋସ ବଟଲର ହେବେ ଅଧିନାୟକ:-

ଇୟୋନ ମର୍ଗାନଙ୍କ ଅନୁପସ୍ଥିତିରେ ବରିଷ୍ଠ ୱିକେଟ-କିପର ବ୍ୟାଟ୍ସମ୍ୟାନ ଜୋସ୍ ବଟଲର ଇଂଲଣ୍ଡ ଦଳର ଅଧିନାୟକ ହେବେ। ତେବେ ସେମ ବିଲିଙ୍ଗ୍ସଙ୍କ ସ୍ଥାନରେ ଲିଆମ ଲିଭିଙ୍ଗଷ୍ଟୋନ ସ୍ଥାନ ନେବେ। ଏହା ସହିତ ତାଙ୍କୁ ଦିନିକିଆରେ ଡେବ୍ୟୁ କରିବାର ସୁଯୋଗ ମିଳିବ। ତେବେ ଇଂଲଣ୍ଡ ଦଳକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ସିରିଜରେ ଅଧିନାୟକଙ୍କ ଅଭାବ ଅନୁଭବ ହେବ। ତେବେ ମଧ୍ୟମ କ୍ରମରେ ବିଲିଙ୍ଗ୍ସ ମଧ୍ୟ ଏକ ଭଲ କାମ କରନ୍ତି। ଏଭଳି ପରିସ୍ଥିତିରେ ଇଂଲଣ୍ଡ ଦଳ ପରବର୍ତ୍ତୀ ମ୍ୟାଚରେ ଅସୁବିଧାରେ ପଡ଼ିପାରେ।

ପ୍ରଥମ ଦିନିକିଆ ମ୍ୟାଚରେ ଆହତ ହୋଇଥିଲେ ମର୍ଗାନ:-

ଇୟୋନ ମର୍ଗାନ ମଙ୍ଗଳବାର ଦିନ ଖେଳାଯାଇଥିବା ପ୍ରଥମ ମ୍ୟାଚ ସମୟରେ ଆହତ ହୋଇଥିଲେ। ତାଙ୍କର ଦୁଇ ଆଙ୍ଗୁଠି ମଝିରେ ଆଘାତ ଲାଗିଥିଲା ​​ଏବଂ ସେଠାରେ ଚାରୋଟି ସିଲେଇ ହୋଇଛି। ଇଂଲଣ୍ଡର ଅଧିନାୟକ ଗୁରୁବାର ଦିନ ଏମସିଏ ଷ୍ଟାଡିୟମରେ ଫିଲ୍ଡିଂ ଅଭ୍ୟାସ କରିବା ପରେ ନିଜକୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଜେବେକି, ସେମ ବିଲିଙ୍ଗସ ମଧ୍ୟ ପ୍ରଥମ ମ୍ୟାଚ ସମୟରେ ଆହତ ହୋଇଥିଲେ। ସେ ଗୁରୁବାର ଅଭ୍ୟାସରେ ମଧ୍ୟ ଭାଗ ନେଇନଥିଲେ। ଡେଭିଡ ମଲାନଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସେ ଚୟନ ପାଇଁ ଉପଲବ୍ଧ ରହିବେ।

ଭାରତ ପାଖରେ ସିରିଜ ଜିତିବାର ସୁଯୋଗ:-

ଭାରତ ପାଖରେ ଇଂଲଣ୍ଡକୁ ପରବର୍ତ୍ତୀ ମ୍ୟାଚରେ ପରାସ୍ତ କରି ସିରିଜ ଜିତିବାର ଏକ ବଡ଼ ସୁଯୋଗ ରହିଛି। ଭାରତ ଏହି ସିରିଜରେ ପୂର୍ବରୁ ୧-୦ରେ ଆଗରେ ରହିଛି। ଯଦି ଏମିତିରେ ଭାରତ ପରବର୍ତ୍ତୀ ମ୍ୟାଚ ଜିତିବ ତେବେ ସିରିଜ ତାଙ୍କ ନାମରେ ହୋଇଯିବ। କେବଳ ଏତିକି ନୁହେଁ, ଯଦି ଟିମ ଇଣ୍ଡିଆ ଆଗାମୀ ଦୁଇଟି ମ୍ୟାଚରେ ଜିତିଯିବ, ତେବେ ଦିନିକିଆ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ପହଞ୍ଚିଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *