ଭାରତ ବନାମ ଇଂଲଣ୍ଡ: ଭାରତୀୟ ଦଳରୁ ଏହି ଦୁଇ ଖେଳାଳୀ ବାହାର,ତାଙ୍କ ବଦଳରେ କାହାକୁ କାହାକୁ ମିଳିବ ଦଳରେ ସୁଯୋଗ

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମ୍ୟାଚରେ ଭାରତୀୟ ଓପନର ରୋହିତ ଶର୍ମା ଏବଂ ଶ୍ରେୟସ ଅୟର ଆହତ ହୋଇଥିଲେ। ତେବେ ରୋହିତ ବର୍ତ୍ତମାନ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରୁ ବାହାରି ଯାଇଛନ୍ତି, ସେହିପରି ଅୟର ପୁରା ସିରିଜରୁ ବାହାରେ ଅଛନ୍ତି। ଏଭଳି ପରିସ୍ଥିତିରେ ଏକ ବଡ଼ ପ୍ରଶ୍ନଆସୁଛିଯେ, ଏହି ଖେଳାଳିଙ୍କର ସ୍ଥାନ ଦଳରେ କିଏ ନେବ। ଦ୍ୱିତୀୟ ଦିନିକିଆ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆରେ କିଛି ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

ରୋହିତଙ୍କ ସ୍ଥାନ ନେଇ ପାରନ୍ତି ଗିଲ:-

ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ମ୍ୟାଚ ସମୟରେ ରୋହିତ ଶର୍ମା ଆହତ ହୋଇଥିଲେ। ବାସ୍ତବରେ, ମାର୍କ ବୁଡଙ୍କ ଏକ ଦୃତ ଗତିର ବଲ୍ ରୋହିତଙ୍କ କାନ୍ଧରେ ବାଜିଥିଲା, ଯାହାପରେ ରୋହିତ ଯନ୍ତ୍ରଣାରେ ଦେଖାଯାଇଥିଲେ ଏବଂ ମେଡିକାଲ ଷ୍ଟାଫଙ୍କୁ ପଡ଼ିଆରେ ଆସିବାକୁ ପଡିଥିଲା। ରୋହିତ ଏହାପରେ ଫିଲ୍ଡିଂ କରିବାକୁ ପଡ଼ିଆକୁ ଆସିନଥିଲେ। ଅନ୍ୟ ମ୍ୟାଚରେ ବର୍ତ୍ତମାନ ରୋହିତ ଖେଳିପାରିବେ ନାହିଁ। ଦ୍ୱିତୀୟ ମ୍ୟାଚରେ ବିରାଟ କୋହଲି ଶିଖର ଧାୱନଙ୍କ ସହ ଯୁବ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲଙ୍କୁ ଇନିଂସ ଆରମ୍ଭ କରିବା ପାଇଁ ପଠାଇ ପାରନ୍ତି। ଗିଲଙ୍କ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ।

କିଏ ନେବେ ଅୟରଙ୍କ ସ୍ଥାନ?:-

ଅନ୍ୟପକ୍ଷରେ, ଶ୍ରେୟସ ଅୟର, କାନ୍ଧର ହାଡ ଖସିଯିବା କାରଣରୁ ସିରିଜରେ ଆଗକୁ ଖେଳିବେ ନାହିଁ। ଅୟରଙ୍କ ସ୍ଥାନରେ ଦଳରେ ସୁର୍ଯ୍ୟକୁମାର ଯାଦବ କିମ୍ବା ରିଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇପାରେ। ସୂର୍ଯ୍ୟ ନିକଟରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ନିଜର ଡେବ୍ୟୁ କରିବାବେଳେ ଚମତ୍କାର ବ୍ୟାଟିଂ କରିଥିଲେ। ତେବେ ପନ୍ତଙ୍କ ବିଷୟରେ ଯଦି କହିବା, ତେବେ ସେ ଅଷ୍ଟ୍ରେଲିଆ ଗସ୍ତ ପରଠାରୁ ନିଜକୁ ନିରନ୍ତର ପ୍ରମାଣିତ କରିଛନ୍ତି। ଏବେ ଏହା ଦେଖିବାକୁ ପଡ଼ିବଯେ, ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ କୋହଲିଙ୍କ ପସନ୍ଦ କିଏ?

ଭାରତ ପାଖରେ ଏହି ସିରିଜ ଜିତିବାର ସୁଯୋଗ:-

ଭାରତର ପାଖରେ ଇଂଲଣ୍ଡକୁ ପରବର୍ତ୍ତୀ ମ୍ୟାଚରେ ପରାସ୍ତ କରି ସିରିଜ ଜିତିବାର ଏକ ବଡ଼ ସୁଯୋଗ ରହିଛି। ଭାରତ ଏହି ସିରିଜରେ ପ୍ରଥମରୁ ୧-୦ରେ ଆଗରେ ରହିଛି। ଯଦି ଏଭଳି ପରିସ୍ଥିତିରେ ଭାରତ ପରବର୍ତ୍ତୀ ମ୍ୟାଚ ଜିତିଯାଏ, ତେବେ ସିରିଜ ତାଙ୍କ ନାମରେ ହୋଇଯିବ। କେବଳ ଏତିକି ନୁହେଁ, ଯଦି ଟିମ ଇଣ୍ଡିଆ ଆଗାମୀ ଦୁଇଟି ମ୍ୟାଚ ଜିତିଯାଏ, ତେବେ ଟିମ ଇଣ୍ଡିଆ ଦିନିକିଆ ମ୍ୟାଚ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ପହଞ୍ଚି ଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *