ଭାରତ ବନାମ ଇଂଲଣ୍ଡ: ଭାରତକୁ ୪୦ ଦିନରେ ମିଳିଲା ୫ ସୁପରଷ୍ଟାର, ସମସ୍ତେ ଡେବ୍ୟୁ ମ୍ଯାଚରେ କଲେ ରେକର୍ଡ,ଜାଣନ୍ତୁ ପୁରା ଖବର

ଇଂଲଣ୍ଡ ବିରୁଦ୍ଧରେ ଖେଳାଯାଉଥିବା ବର୍ତ୍ତମାନ କ୍ରିକେଟ ସିରିଜରେ ଭାରତର ଡେବ୍ଯୁ କରୁଥିବା ଖେଳାଳି ଧମାକାଦାର ଓ ରେକର୍ଡ ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ପ୍ରଦର୍ଶନ ସଂକେତ ଦେଇଥାଏକି ଭାରତୀୟ କ୍ରିକେଟର ଆଗାମୀ ସମୟ ଭଲ ହେବ। ଏହା ସହିତ ଯେଉଁ ପ୍ରକାର ଟେଷ୍ଟ, ଦିନକିଆ ଓ ଟି-୨୦ର ତିନୋଟି ଫର୍ମାଟରେ ଭାରତୀୟ ବେଞ୍ଚ ସ୍ଟ୍ରେଂଥ ରହିଛି, ତାହା ଭାରତୀୟ କ୍ରିକେଟ ଦଳର ଆଗାମୀ ସ୍ଵର୍ନିମ ଅବସରକୁ ସହଜ କରୁଅଛି। ଭାରତ-ଇଂଲଣ୍ଡ ମଧ୍ୟରେ ଚାଲୁଥିବା ବର୍ତ୍ତମାନ ଏହି ସିରିଜରେ ପଦାର୍ପଣ କରିଥିବା ତିନିରୁ ଚାରିଜଣ ଏମିତି ଖେଳାଳି ଅଛନ୍ତି ଯେଉଁମାନେ ନିଜର ଅନ୍ତଃରାଷ୍ଟ୍ରୀୟ ପଦାର୍ପଣ ମ୍ଯାଚରେ କେବଳ ଧମାକାଦାର ପ୍ରଦର୍ଶନ କରିନାହାନ୍ତି ବରଂ ଅନେକ ରେକର୍ଡ ସୃଷ୍ଟି କରି ବିଶ୍ଵ କ୍ରିକେଟରେ ଚର୍ଚ୍ଚାରେ ଛାଇଯାଇଛନ୍ତି।

ଇଂଲଣ୍ଡ ପାଇଁ ଅବୁଝା ପହେଲି ହେଲେ ଅକ୍ଷର:-

ଡୋମେଷ୍ଟିକ କ୍ରିକେଟରେ ଲଗାତାର ସାନଦାର ପ୍ରଦର୍ଶନ କରୁଥିବା ବାମ ହାତୀ ସ୍ପିନର ଅକ୍ଷର ପଟେଲ ଚାରୋଟି ଟେଷ୍ଟ ସିରିଜରୁ ଦ୍ଵିତୀୟ ଟେଷ୍ଟରେ ଇଂଲଣ୍ଡ ବିରୁଦ୍ଧରେ ଡେବ୍ଯୁ କରିଥିଲେ। ଅକ୍ଷର ଟେଷ୍ଟ ମ୍ଯାଚରେ ଭଲ ପ୍ରଦର୍ଶନ କରିଥିଲେ। ସେ ତିନୋଟି ଟେଷ୍ଟ ମ୍ଯାଚରେ ସମୁଦାୟ ୨୭ଟି ୱିକେଟ ନେଇଥିଲେ। ଡେବ୍ୟୁ ମ୍ଯାଚରେ କୌଣସି ଭାରତୀୟ ବୋଲରଙ୍କ ଦ୍ଵାରା ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଭଲ ପ୍ରଦର୍ଶନ ଅଟେ। ଏହା ବ୍ଯତୀତ ଭାରତ ପାଇଁ ପୂର୍ବ ବାମହାତି ସ୍ପିନର ଦିଲୀପ ଦୋଷୀ ୧୯୭୯ ମସିହାରେ ଛଅଟି ଟେଷ୍ଟ ମ୍ଯାଚ ସିରିଜରେ ସମୁଦାୟ ୨୭ଟି ୱିକେଟ ନେଇଥିଲେ। ଅକ୍ଷର ପଟେଲ ଏହି କରିସ୍ମା କେବଳ ତିନୋଟି ଟେଷ୍ଟ ମ୍ଯାଚରେ କରି ଦେଖାଇଥିଲେ। କେବଳ ଏତିକି ନୁହେଁ ଅକ୍ଷର ପଟେଲ ଡେବ୍ୟୁ ମ୍ଯାଚରେ ସର୍ବାଧିକ ୱିକେଟ ନେଇଥିବା ଅଜନ୍ତା ମେଣ୍ଡିସଙ୍କୁ ମଧ୍ୟ ପଛରେ ପକାଇଦେଲେ। ସମ୍ପୂର୍ଣ ସିରିଜରେ ଅକ୍ଷର ପଟେଲ ଏକ ଅବୁଝା ପେହେଲୁ ହୋଇଥିଲେ। ନିଜର ସଠିକ ଫିରକି ବୋଲିଂ ଦେଖାଇ ଇଂଲଣ୍ଡ ବିରୁଦ୍ଧରେ ଚାରିଥର ପାଞ୍ଚ ୱିକେଟ ନେଇଥିବା ବୋଲର ଭାବରେ ନିଜ ନାମରେ ରେକର୍ଡ ସୃଷ୍ଟି କରିଲେ। ସେ ପ୍ରଥମ ଟେଷ୍ଟ ସିରିଜରେ ନରେନ୍ଦ୍ର ହିରବାନୀଙ୍କ ତିନିଥର ପାଞ୍ଚ ୱିକେଟ ନେଇଥିବା ରେକର୍ଡକୁ ଭାଙ୍ଗିଲେ। ଶିବ ରାମକୃଷ୍ଣନ ତିନି ଥର ଓ ଆର ଅଶ୍ଵିନୀ ଠାରେ ଟେଷ୍ଟ ସିରିଜରେ ଦୁଇଥର ପାଞ୍ଚ ୱିକେଟ ନେବାର କାରନାମା ନିଜ ନାମରେ କରିଥିଲେ। ଏହା ବ୍ଯତୀତ ଅକ୍ଷର ବିଶ୍ଵ ଟେଷ୍ଟ ଚମ୍ପିୟାନସିପରେ ସବୁଠାରୁ କମ ଚାରୋଟି ଇନିଙ୍ଗ୍ସରେ ପାଞ୍ଚ ୱିକେଟ ନେବାର ଗୌରବ ହାସିଲ କରିଥିଲେ। ସେ ନ୍ୟୁଜଲାଣ୍ଡର ଦୃତ ବୋଲର କାଇଲ ଜେମିସନଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ଜେମିସନ ଛଅ ଟେଷ୍ଟ ମ୍ଯାଚରେ ଚାରିଥର ଓ ଅଷ୍ଟ୍ରେଲିଆର ନାଥନ ଲାୟନ ୧୪ଟି ଟେଷ୍ଟରେ ୪ଥର ୫ରୁ ଅଧିକ ୱିକେଟ ନେଇଛନ୍ତି, କିନ୍ତୁ ଅକ୍ଷର ପଟେଲ ବିଶ୍ଵ ଟେଷ୍ଟ ଚମ୍ପିୟାନସିପରେ କେବଳ ତିନୋଟି ମ୍ଯାଚରେ ଏହି ରେକର୍ଡ କରିଥିଲେ।

ଟି-୨୦ ଡେବ୍ୟୁରେ ଚମକିଲେ ଇଶାନ-ସୂର୍ଯ୍ୟକୁମାର:-

ଏହି ସିରିଜରେ ବର୍ତ୍ତମାନ ଟି-୨୦ ଫର୍ମାଟରେ ରେକର୍ଡ କରିବାର ସମୟ ଝାଡଖଣ୍ଡର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କତ ଥିଲା। ଇଶାନ କିଶାନ ପାଞ୍ଚ ମ୍ଯାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମ୍ଯାଚରେ ଇଣ୍ଡିଆର କ୍ୟାପ ପିନ୍ଧିବାର ଗୌରବ ହାସିଲ କରିଥିଲେ। ଇଶାନ କିଶାନ ନିଜର ପଦାର୍ପଣ ମ୍ଯାଚରେ ସବୁଠାରୁ କମ ବଲରେ ଅର୍ଦ୍ଧଶତକ କରିଥିଲେ। ତାଙ୍କ ପୂର୍ବରୁ ଅଜିଙ୍କ୍ଯା ରାହାଣେ ୨୦୧୧ରେ ମଞ୍ଚେସଷ୍ଟରରେ ଖେଳା ଯାଇଥିବା ଟି-୨୦ ମ୍ଯାଚରେ ୬୧ରନର ଇନିଙ୍ଗ୍ସ ଖେଳିଥିଲେ, କିନ୍ତୁ ଇଶାନ କିଶାନ କେବଳ ୩୨ ବଲରେ ୫୬ରନ କରିଥିଲେ। ଏଥିରେ ୫ଟି ଚଉକା ଓ ୪ଟି ଛକା ସାମିଲ ଥିଲା ଓ ଡେବ୍ଯୁ ମ୍ଯାଚରେ ସବୁଠାରୁ ଦୃତ ଗତିରେ ଭାରତ ପାଇଁ ଅର୍ଦ୍ଧଶତକ କରିବାରେ ବ୍ୟାଟ୍ସମ୍ୟାନ ହୋଇଗଲେ। ସୂର୍ଯ୍ୟକୁମାର ଯାଦବ ନୂଆ ରେକର୍ଡ କିଛି କରିନାହାନ୍ତି କିନ୍ତୁ ଯେଉଁ ଅନ୍ଦାଜରେ ସେ ନିଜର ପ୍ରଥମ ଇନିଙ୍ଗ୍ସରେ ବ୍ୟାଟିଂ କରିଥିଲେ, ତାଙ୍କର ଉଲ୍ଲେଖ କରିବା ମଧ୍ୟ ଜରୁରୀ ଅଟେ। ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଥମ ମ୍ଯାଚରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲା, କିନ୍ତୁ ଦ୍ଵିତୀୟ ମ୍ଯାଚରେ ତାଙ୍କୁ ଯେତେବେଳେ ବ୍ୟାଟିଂ କରିବାର ସୁସଯୋଗ ମିଳିଲା ସେ ୫୭ରନର ଏକ ଆକ୍ରାମକ ଇନିଙ୍ଗ୍ସ ଖେଳିଥିଲେ। ଯେଉଁ ପ୍ରକାର ସେ ଟି-୨୦ ଅନ୍ତର୍ଜାତୀୟ ମ୍ଯାଚରେ ରନ କରିବା ମାମଲାରେ ଜୋଫ୍ରା ଆର୍ଚରଙ୍କର ଦୃତ ସଠିକ ବାଉନ୍ସର ବୋଲରେ ସ୍କ୍ବୟାର ଲେଗରେ ଏକ ଛକା ମାରି ଚର୍ଚ୍ଚାରେ ଆସିଗଲେ।

କୃଣାଳ ପାଣ୍ଡ୍ୟା ଇତିହାସ ରଚିଲେ:-

ଭାରତ ଓ ଇଂଲଣ୍ଡ ବିରୁଦ୍ଧରେ ତିନୋଟି ଏକ ଦିବସୀୟ ଅନ୍ତଃରାଷ୍ଟ୍ରୀୟ ମ୍ଯାଚର ସିରିଜର ପ୍ରଥମ ମ୍ଯାଚ ୨୩ମାର୍ଚ୍ଚରେ ଖେଳାଯାଇଥିଲା। ଏହି ମ୍ଯାଚରେ ଭାରତ ସହଜରେ ୬୬ରନରେ ବିଜୟ ଲାଭ କରିଥିଲା। ଏହି ଏକଦିବସୀୟ ଅନ୍ତଃରାଷ୍ଟ୍ରୀୟ ମ୍ଯାଚରେ ଦୁଇଜଣ ଖେଳାଳି ଡେବ୍ଯୁ କରିଥିଲେ। ଜଣେ ହେଉଛନ୍ତି କୃଣାଳ ପାଣ୍ଡ୍ୟା ଓ ଅନ୍ୟ ଜଣେ ହେଉଛନ୍ତି ପ୍ରସିଦ୍ଧ କୃଷ୍ଣା। ଏହି ଦୁଇଜଣ ରେକର୍ଡ କରିଥିଲେ। ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା ନିଜର ପଦାର୍ପଣ ଦିନକିଆ ମ୍ଯାଚରେ ଇଙ୍ଗ୍ଲିଶ ବୋଲରଙ୍କ ଅବସ୍ଥା ଖରାପ କରିଦେଇଥିଲେ। ସେ କେବଳ ୨୬ ବଲରେ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଙ୍ଗ୍ସ ଖେଳିଥିଲେ। ଏହା ପୂର୍ବରୁ ଏହି ରେକର୍ଡ ନ୍ୟୁଜଲାଣ୍ଡର ଜନ ମରିସଙ୍କ ନାମରେ ଥିଲା। ମରିସ ୧୯୯୦ ମସିହାରେ ଇଂଲଣ୍ଡ ବିରୁଦ୍ଧରେ ନିଜର ଡେବ୍ୟୁ ମ୍ଯାଚରେ ୩୫ବଲରେ ଅର୍ଦ୍ଧଶତକ କରିଥିଲେ। କୃଣାଳ ପାଣ୍ଡ୍ୟା ଦିନକିଆରେ ସପ୍ତମ କିମ୍ବା ତା ଠାରୁ ଆହୁରି ତଳ କ୍ରମର ଅର୍ଦ୍ଧଶତକ କରିଥିବା ତୃତୀୟ ଭାରତୀୟ ହେଲେ। ଏହା ପୂର୍ବରୁ ରବୀନ୍ଦ୍ର ଜଡେଜା ୨୦୦୯ରେ ଶ୍ରୀଲଙ୍କା ବିରୁଦ୍ଧରେ ନଟଆଉଟ ୬୦ରନର ଏକ ଇନିଙ୍ଗ୍ସ ଖେଳିଥିଲେ।

ଡେବ୍ୟୁ ମ୍ଯାଚରେ ୪ୱିକେଟ ନେଇଥିବା ପପ୍ରଥମ ବୋଲର ହେଲେ କୃଷ୍ଣା:-

ଦୃତ ବୋଲର ପ୍ରସିଦ୍ଧ କୃଷ୍ଣା ଡେବ୍ୟୁ ମ୍ଯାଚରେ ୫୪ରନ ଦେଇ ଚାରୋଟି ୱିକେଟ ନେଇଥିଲେ। ଦିନକିଆ ଡେବ୍ୟୁ ମ୍ଯାଚରେ ଭାରତର କୌଣସି ଦୃତ ବୋଲରଙ୍କର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଏହା ପୂର୍ବରୁ ଏହି ରେକର୍ଡ ୨୧ ରନ ଦେଇ ତିନୋଟି ୱିକେଟ ସହିତ ନୋଏଲ ଡେଭିଡଙ୍କ ନାମରେ ଥିଲା। ଡେଭିଡଙ୍କ ବ୍ଯତୀତ ଦିନକିଆ ଡେବ୍ୟୁ ମ୍ଯାଚରେ ଭାରତର ବର୍ତ୍ତମାନ ପର୍ଯ୍ୟନ୍ତ ୧୬ଜଣ ବୋଲର ଅଛନ୍ତି ଯେଉଁମାନେ ୩ଟି ୱିକେଟ ହାସିଲ କରିଥିଲେ। ଏଥିରେ ଭାରତ ନୁହେଁ ବିଶ୍ଵର ମହାନ ଲେଗ ବ୍ରେକ ଗୁଗଲି ବୋଲର ଭାଗବତ ଚନ୍ଦ୍ରଶେଖର ମଧ୍ୟ ସାମିଲ ଅଛନ୍ତି।

ସମୁଦାୟ ମିଶାଇ ପଦାର୍ପଣ ମ୍ଯାଚରେ ଜଣକ ପରେ ଜଣେ ଭାରତୀୟ ଖେଳାଳି ରେକର୍ଡ କରିଥିଲେ ଓ ମଜବୁତ ବେଞ୍ଚ ସ୍ଟ୍ରେଂଥକୁ ଦେଖିକରି ଆଗାମୀ ସମୟରେ ଭାରତୀୟ ଦଳ ବିପକ୍ଷ ଦଳ ବିରୁଦ୍ଧରେ କଡା ଚ୍ୟାଲେଞ୍ଜ ସୃଷ୍ଟି କରିବ, ଏଥିରେ କୌଣସି ସନ୍ଦେହ ନାହିଁ। ଏହି ପାଞ୍ଚ ଜଣ ଖେଳାଳି ଏକ ପ୍ରକାର ୪୦ଦିନ ମଧ୍ୟରେ ମିଳିଛନ୍ତି। ଏଥିରେ ପ୍ରତ୍ଯେକ କିଛି ନା କିଛି ଫର୍ମାଟରେ ଡେବ୍ୟୁ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *