ଜରୁରୀ ସୂଚନା : ୩୦ ଜୁନ ପର୍ଯ୍ୟନ୍ତ କରିପାରିବେ ଏସବିଆଇର ଏହି ଯୋଜନାରେ ନିବେଶ, ମିଳିବ ଅଧିକ ସୁଧ,ଜାଣନ୍ତୁ ୟା ଉପରେ ସମ୍ପୂର୍ଣ ସୂଚନା

ଯଦି ଆପଣ ନିଜର ସେଭିଙ୍ଗ ଉପରେ ଅଧିକ ସୁଧ କମାଇବାକୁ ଚାହୁଞ୍ଚନ୍ତି, ତେବେ ଫିକ୍ସ ଡିପୋଜିଟ(ଏଫଡି) ଯୋଜନାରେ ନିବେଶ ଏକ ବିକଳ୍ପ ହୋଇପାରେ। ବ୍ଯାଙ୍କରେ ଫିକ୍ସ ଡିପୋଜିଟ କରିବା ସବୁଠାରୁ ସହଜ ଓ ସୁରକ୍ଷିତ ନିବେଶ ଅଟେ। ଏଥିରେ ନିବେଶକକୁ ଉଚିତ ସମୟ ମଧ୍ୟରେ ଠିକ ଠାକ ରିଟର୍ନ ମିଳିଥାଏ, ଏହା ସହିତ ବଜାରରେ ଉତ୍ଥାନ-ପତନରେ କୌଣସି ପ୍ରଭାବ ପଡିନଥାଏ। ନିଜର ଗ୍ରାହକଙ୍କୁ ଭଲ ସୁବିଧା ପ୍ରଦାନ କରିବା ପାଇଁ ଦେଶର ସବୁଠୁ ବଡ ବସରକାରୀ ବ୍ଯାଙ୍କ ଭାରତୀୟ ଷ୍ଟେଟ ବ୍ଯାଙ୍କ(ଏସବିଆଇ) ତୃତୀୟ ଥର ବରିଷ୍ଠ ନାଗରିକଙ୍କ ପାଇଁ “ଏସବିଆଇ ବିକେୟର ଡିପୋଜିଟ” ସ୍କିମକୁ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ବଢାଇଦେଇଛି।

ଏଥିପାଇଁ ଲାଗୁ ହେଲା ଯୋଜନା:-

ଏହା ପୂର୍ବରୁ ମେରେ ଏହାର ଅବଧି ସେପ୍ଟେମ୍ବର ପର୍ଯ୍ୟନ୍ତ ବଢାଇ ଦେଇଛି ଓ ଡିସେମ୍ବରରେ ଏହି ଯୋଜନାର ଅବଧିକୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ଯନ୍ତ ପାଇଁ ବଢାଇଦେଇଛି। କରୋନା ଭାଇରସ ମହାମାରୀ ସମୟରେ ଗ୍ରାହକଙ୍କୁ ଅଧିକ ସୁଧର ଲାଭ ଦେବାର ଲକ୍ଷ୍ୟରେ ଏହି ଯୋଜନା ଲାଗୁ କରାଯାଇଥିଲା।

ଏତିକି ମିଳିବ ଲାଭ:-

ଏଥିରେ ବରିଷ୍ଠ ନାଗରିକଙ୍କୁ ପାଞ୍ଚ ବର୍ଷ କିମ୍ବା ତା ଠାରୁ ଅଧିକ ଅବଧି ପର୍ଯ୍ଯନ୍ତ ଜମା କରିବା ପାଇଁ ୩୦ ଆଧାର ଅଙ୍କର ଅତିରିକ୍ତ ପ୍ରିମିୟମ ସୁଧ ମିଳିଥାଏ। ପାଞ୍ଚ ବର୍ଷରୁ କମ ଖୁଚୁରା ଅବଧି ଜମା ସାଧାରଣ ନାଗରିକଙ୍କ ତୁଳନାରେ ୦.୫୦ ପ୍ରତିଶତ ଅଧିକ ସୁଧ ମିଳିବ। ଏଥି ସହିତ, ବରିଷ୍ଠ ନାଗରିକମାନେ ପାଞ୍ଚ ବର୍ଷରୁ ଅଧିକ ଖୁଚୁରା ଅବଧି ଜମା ଉପରେ ସାଧାରଣ ନାଗରିକଙ୍କ ତୁଳନାରେ ୦.୮୦ ପ୍ରତିଶତ (୦.୫୦+୦.୩୦) ଅଧିକ ସୁଧ ପାଇବେ।

ଆକୁ ଜାଣିବା କେତେ ସୁଧ ମିଳିବ ଏଥିରେ।

ଜାଣନ୍ତୁ କେତେ ମିଳିବ ସୁଧ:-

ବର୍ତ୍ତମାନ ସମୟରେ ସାଧାରଣ ନାଗରିକଙ୍କୁ ପାଞ୍ଚ ବର୍ଷର ଅବଧି ପର୍ଯ୍ଯନ୍ତ ୫.୪ ପ୍ରତିଶତର ସୁଧ ମିଳିବ। ଯଦି କୌଣସି ବରିଷ୍ଠ ନାଗରିକ ସ୍ପେଶାଲ ଏଫଡି ଯୋଜନା ଅନ୍ତର୍ଗତ ଏଫଡି ନିଅନ୍ତି, ତେବେ ତାଙ୍କୁ ୬.୨୦ ପ୍ରତିଶତ ସୁଧ ମିଳିବ।

ଏମିତିରେ ଚୟନ କରନ୍ତୁ ସଠିକ ଏଫଡି:-

-ବ୍ଯାଙ୍କ ପ୍ରତ୍ଯେକ ଅବଧିର ଏଫଡି ଉପରେ ଅଲଗା ଅଲଗା ସୁଧ ଦର ଦେଇଥାଏ। ନିବେଶର ଲକ୍ଷ୍ୟକୁ ଦେଖି ଉଚିତ ଅବଧି ଓ ଅଧିକ ସୁଧ ଚୟନ କରନ୍ତୁ।

-ପଇସା ଲଗାଇବା ପୂର୍ବରୁ ବ୍ଯାଙ୍କର ଶାଖାକୁ ପରଖୀ ନିଅନ୍ତୁ ଓ କ୍ରିସଲ, ଇକ୍ରାରେ ରେଟିଙ୍ଗ ଚେକ କରନ୍ତୁ।

-ଭୁଗତାନର ଉପାୟ ବିଷୟରେ ଜାଣନ୍ତୁ। ବ୍ଯାଙ୍କ ସଞ୍ଚୟୀ ଏଫଡିରେ ସୁଧର ଦର ଭୁଗତାନ ପରିପକ୍ଵତା ଅବଧି ଉପରେ ହୋଇଥାଏ। ଅନ୍ଯଥା ସଞ୍ଚୟୀ ଏଫଡି ଉପରେ ସୁଧର ଭୁଗତାନ ବିକଳ୍ପ ଅନ୍ତର୍ଗତ ତିନି ମାସ, ଛଅ ମାସ କିମ୍ବା ବର୍ଷିକିଆ ହୋଇପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *