ବାହାଘର ପରେ ପ୍ରଥମଥର ଷ୍ଟୁଡିଓକୁ ଫେରିଲେ ବୁମ୍ରାଙ୍କ ପତ୍ନୀ ସଞ୍ଜନା

ଭାରତ ଦଳର ଦୃତ ବୋଲର ଯଶପ୍ରୀତ ବୁମ୍ରାଙ୍କ ପତ୍ନୀ ସଞ୍ଜନା ଗାନେସାନ ବିବାହ ପରେ ଆଜି ପ୍ରଥମ ଥର ଷ୍ଟୁଡିଓକୁ ଆସିଛନ୍ତି। ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ଆୟୋଜିତ କରାଯାଇଥିବା ପ୍ରି-ମ୍ୟାଚ ଶୋରେ ସେ ଆଙ୍କରିଂ କରୁଥିବାର ଦେଖିବାକୁ ମିଳିଛି।

ଏହି ପ୍ରି-ମ୍ୟାଚ ଶୋ’ଟି ଷ୍ଟାରସ୍ପୋର୍ଟସ ଚ୍ୟାନେଲରେ ପ୍ରସାରଣ କରାଯାଇଛି। ସଞ୍ଜନାଙ୍କ ସହିତ ଏହି ଶୋ’ରେ ଦୁଇ ପୂର୍ବତନ ଭେଟରାନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ଓ ଇରଫାନ ପଠାନ ସାମିଲ ଥିଲେ। ପ୍ରଥମ ମ୍ୟାଚ ପରେ ସେ ଏକ୍ସପର୍ଟଙ୍କ ସହିତ ମ୍ୟାଚ ବିଷୟରେ ଆଲୋଚନା କରିବେ।

Google

ମାର୍ଚ୍ଚ ମାସ ୧୫ ତାରିଖରେ ଗୋଆରେ ବିମ୍ରାଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ଏହି ବାହାଘରରେ କରୋନା ସଂକ୍ରମଣ ପାଇଁ କେବଳ ପରିବାର ଲୋକଙ୍କ ଛଡା ଆଉ କାହାକୁ ନିମନ୍ତ୍ରଣ କରାଯାଇନଥିଲା। ଆଉ ବାହାଘର ପାଇଁ ବୁମ୍ରା ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ୪ର୍ଥ ଟେଷ୍ଟ ସିରିଜ ପୂର୍ବରୁ ଛୁଟି ନେଇଥିଲେ। ତାଙ୍କୁ ଟି-୨୦ ଓ ଦିନିକିଆ ମ୍ୟାଚରେ ବିଶ୍ରାମ ଦିଆଯାଇଛି।

ବୁମ୍ରା କ୍ରିକେଟ ଖେଳରୁ ଛୁଟି ନେଇଥିବା ସମୟରେ ସଞ୍ଜନା ବାହାଘରର ୧୦ ଦିନ ପରେ ଟିଭିରେ ଆଙ୍କରିଂ କରିବା ଆରମ୍ଭ କରିଦେଇଛନ୍ତି। ବାହାଘର ପୂର୍ବରୁ ମଧ୍ୟ ସେ ଷ୍ଟାରସ୍ପୋର୍ଟସରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ।

ସଞ୍ଜନା ଟିଭିରେ ଆଙ୍କରିଂ କରୁଥିବାର ଫଟୋ ଚିତ୍ରକୁ ଜଣେ ଟୁଇଟର ୟୁଜର ପୋଷ୍ଟ କରିଛନ୍ତି। ଆଉ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ବୁମ୍ରା ଓ ସଞ୍ଜନା ନିଜର ସମ୍ପର୍କକୁ ଗୁପ୍ତ ଭାବରେ ରଖିଥିଲେ। ବାହାଘର ପରେ ବୁମ୍ରା ନିଜର ସୋସିଆଲ ମିଡିଆରେ ସେ ସଞ୍ଜନାଙ୍କୁ ବିବାହ କରିଥିବାର କଥା କହିଥିଲେ।

ଆଉ ବୁମ୍ରା ବାହାଘର ସମୟର କିଛି ଫଟୋ ଚିତ୍ର ମଧ୍ୟ ସେୟାର କରିଥିଲେ। ବାହାଘରର କିଛି ଦିନ ପରେ ବୁମ୍ରା ଓ ସଞ୍ଜନା ରୋମାଣ୍ଟିକ ଅନ୍ଦାଜର ଫୋଟ ଚିତ୍ରକୁ ପୋଷ୍ଟ କରି ପରସ୍ପର ମଧ୍ୟରେ ଥିବା ଭଲ ପାଇବାକୁ ଦର୍ଶାଇ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *