ସୁଏଜ କେନାଲରେ ଫସିଗଲା ବିଶାଳକାୟ ଜାହାଜ, ତା’ପରେ ସାହାଯ୍ୟ କରିବା ପାଇଁ ଆସିଲା ଛୋଟ ବୁଲଡୋଜର, ସୋସିଆଲ ମିଡିଆରେ ଭାଇରଲ ହେଲା ଫନି ଫଟୋ

ଦୁନିଆର ସବୁଠୁ ବଡ କଣ୍ଟେନର ଜାହାଜଗୁଡ଼ିକରୁ ଗୋଟିଏ ହେଉଛି ଏଭରଗ୍ରୀନ ନାମକ ଜାହାଜ, ଯିଏକି ଗତ ତିନି ଦିନ ଧରି ସ୍ୱେଜ କେନାଲରେ ଫସିରହିଛି | ଯେଉଁ କାରଣରୁ ଦୁନିଆର ସବୁଠାରୁ ବ୍ୟସ୍ତବହୁଳ ବାଣିଜ୍ୟ ମାର୍ଗରେ ଗତିବିଧିରେ ସମସ୍ୟା ଦେଖାଦେଇଛି | ସେହିପରି ଏହି ବିଶାଳକାୟ ଜାହାଜକୁ ହଟାଇବା ପାଇଁ ଏକ ବୁଲଡୋଜର ଡକାଗଲା | ଯାହାର ଫଟୋ ଇଣ୍ଟରନେଟରେ ସେୟାର ହେବାମାତ୍ରେ ହିଁ ଭାଇରାଲ ହୋଇଗଲା ଏବଂ ୟୁଜର୍ସ ଏହାକୁ ଦେଖି ପରିହାସ କରିବାକୁ ଲାଗିଲେ |

ବାସ୍ତବରେ, ସିପକୁ ହଟାଇବା ପାଇଁ ଯେଉଁ ବୁଲଡୋଜର ଡକାଯାଇଥିଲା ତାହା ବହୁତ ଛୋଟ ଥିଲା | ଏଭଳି ପରିସ୍ଥିତିରେ ବଡ଼ ଜାହାଜ ପାଖରେ ଏତେ ଛୋଟ ବୁଲଡୋଜରକୁ ଦେଖି ସୋସିଆଲ ମିଡିଆରେ ଲୋକମାନେ ଏହାକୁ ଖୁବ ପରିହାସ କରିଥିଲେ ଏବଂ ଅନେକ ମିମ ସେୟାର କରୁଛନ୍ତି | କୁହାଯାଉଛି ଯେ ଏହି ସିପ ଅଟକି ରହିଥିବା କାରଣରୁ ଅନେକ ଦେଶରେ ପେଟ୍ରୋଲିୟମ ପଦାର୍ଥ ଭଳି ଡେଲିଭରିରେ ବହୁତ ବିଳମ୍ବ ହେଉଛି | ଟ୍ରାଫିକ ଜାମରେ ଅତିକମରେ ୧୦ ଟି ଅଶୋଧିତ ଟ୍ରାକର ଫସି ରହିଛନ୍ତି, ଯେଉଁଥିରେ ୧୩ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ରହିଛି |

ଜାହାଜ ଅଟକି ରହିବା ପରଠାରୁ ଅଶୋଧିତ ତୈଳର ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖାଦେଇଛି | ବାସ୍ତବରେ, ସ୍ୱେଜ ପ୍ରତିଦିନ ୫୦ ଜାହାଜ ବ୍ୟବସାୟ କାରଣରୁ ବାହାରିଥାନ୍ତି ଏବଂ ଦୁନିଆର ୧୨ ପ୍ରତିଶତ ବାଣିଜ୍ୟ ସ୍ୱେଜ କେନାଲ ଦେଇ ଯାଇଥାଏ, ତେଣୁ ଜାହାଜଟି ଅଟକି ରହିଥିବାରୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେଉଛି | ଏଭରଗ୍ରୀନ ନାମକ ଏହି ଜାହାଜ ମଙ୍ଗଳବାର ଦିନ ପ୍ରବଳ ପବନ ପରେ ମିସ୍ନର ସ୍ୱେଜ କେନାଲରେ ଫସି ଗଲା ଏବଂ ଏହା ଅଟକି ରହିବା ପରେ ଦୁନିଆର ସବୁଠାରୁ ବ୍ୟସ୍ତବହୁଳ ବାଣିଜ୍ୟ ମାର୍ଗ ମଧ୍ୟରୁ ସ୍ୱେଜ କେନାଲରେ ସାମୁଦ୍ରିକ ଯାତାୟାତ ବନ୍ଦ ହୋଇଗଲା |

ସୂଚନା ଅନୁଯାୟୀ, ଏହି ଜାହାଜ ୪୦୦ ମିଟର ଲମ୍ବା ଏବଂ ୫୯ ମିଟର ଚଉଡା ଅଟେ | ସେଥିପାଇଁ ଏହାକୁ ହଟାଇବା ଅତ୍ୟନ୍ତ କଷ୍ଟକର ହୋଇପଡିଛି | କୁହାଯାଉଛି ଯେ ଏହାକୁ ହଟାଇବା ପାଇଁ ୨ ରୁ ୩ ଦିନ ଲାଗିପାରେ |

ସେହିପରି ସୋସିଆଲ ମିଡିଆରେ ବଡ ଜାହାଜ ପାଖରେ ଠିଆ ହୋଇଥିବା ଛୋଟ ବୁଲଡୋଜରର ଫଟୋ ସେୟାର ହେବା ମାତ୍ରେ ହିଁ ଭାଇରାଲ ହୋଇଗଲା ଏବଂ ୟୁଜର୍ସମାନେ ଛୋଟ ବୁଲଡୋଜରକୁ ପରିହାସ କରି ବହୁତଗୁଡ଼ିଏ ମିମ ସେୟାର କରିଛନ୍ତି | ସେହିପରି ବ୍ୟଙ୍ଗ କଳାକାର ଚାଜ ହାଟନ ଟ୍ରାଫିକ ଜାମକୁ ନେଇ ଏକ ଚିତ୍ର ପୋଷ୍ଟ କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *