ଦେଖନ୍ତୁ ଭିଡିଓ: ସଡକ ମଝିରେ ଥିଲା ଏକ ବଡ ଗାତ, ଠିକ କରିବା ପାଇଁ ବ୍ୟକ୍ତି ଜଣକ କଲେ ଆଶ୍ଚର୍ଯ୍ୟକର ଆ-ନ୍ଦୋ-ଳ-ନ

ଲୋକଙ୍କୁ ପସନ୍ଦ ଆସିଲା ଏହି ଆ-ନ୍ଦୋ-ଳ-ନ:-
ସଡକ ଉପରେ ଗାତ ସାଧାରଣ କଥା ଅଟେ। କିନ୍ତୁ କିଛି ସଡକ ଏତେ ମାତ୍ରାରେ ଖରାପ ହୋଇଥାଏକି ଜଣାପଡେନାହିଁ ସଡକରେ ଗାତ ହୋଇଛି ନା ଗାତରେ ସଡକ ହୋଇଛି। ଏକ ସଡକକୁ ଠିକ କରିବାର ମାମଲା ଇଣ୍ଡୋନେସିଆରେ ସାମ୍ନାକୁ ଆସିଛି। ଏଠାରେ ମଝି ରାସ୍ତାରେ ଏକ ଗାତ ଥିଲା ଯାହାକି ବଡ ଗାତରେ ପରିଣତ ହୋଇଗଲା। ଅନେକ ଲୋକଙ୍କୁ ଅସୁବିଧା ହେବାକୁ ଲାଗିଲା। ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ କିଛି ହୋଇନଥିଲା। ଏମିତିରେ ଜଣେ ବ୍ୟକ୍ତି ସେହି ଗାତରେ ଗାଧୋଇବା ଓ ମାଛ ଧରିବା ଆଦି କାମ କରିବା ଆରମ୍ଭ କରିଦେଲେ! ପୁଣି କଣ, ଯେତେବେଳେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଲା ସେତେବେଳେ ପ୍ରଶାସନକୁ ସଡକ ଠିକ କରିବାର କାମ ଆରମ୍ଭ କରିବାକୁ ପଡିଲା।

ପ୍ରଥମେ ଦେଖନ୍ତୁ ଭିଡିଓ…:-

ଏହି ଭିଡିଓକୁ ୟୁଟୁବରେ Radar Lombok ନାମକ ଚ୍ଯାନେଲରେ ୧୬ମାର୍ଚ୍ଚରେ ସେୟାର କରଯାଇଥିଲା, ଏହି ଖବର ଲେଖାଗଲା ବେଳକୁ ଏଥିରେ ଦୁଇ ହଜାରରୁ ଅଧିକ ଭ୍ୟୁ ଓ ୯ଟି ଲାଇକ୍ସ ଆସି ସାରିଥିଲା।

କଣ ଅଛି ଭିଡିଓରେ?

ଭାଇରାଲ ଭିଡିଓରେ ଆପଣ ଜଣେ ବ୍ୟକ୍ତିଙ୍କୁ ସେହି ଗାତରେ ଥିବା ପାଣିରେ ଗାଧଉଥିବାର ଦେଖିବେ। ସେ ଗାଧୋଇବା ପାଇଁ ମୁଣ୍ଡରେ ସାବୁନର ଫେଣ ସୃଷ୍ଟି କରୁଥିବାର ଦେଖିବେ। କେବଳ ଏତିକି ନୁହେଁ, କିଛି ଫୋଟରେ ସେ ରାସ୍ତା ଉପରେ ଚେୟାର ପକାଇ ଫିସିଙ୍ଗ ରୋଡ ନେଇ ବସିଥିଲେ। ଲାଗୁଥିଲା ଯେମିତି ସେ ବାସ୍ତବରେ ସେହି ଗାତରୁ ମାଛ ଧରୁଥିଲେ। ବ୍ୟକ୍ତିଙ୍କର ଏହି ଆଶ୍ଚର୍ଯ୍ୟକର ଆ-ନ୍ଦୋ-ଳ-ନ ସଫଳ ରହିଲା।

ସୋସିଆଲ ଏକ୍ଟିଭିଷ୍ଟ ହେଉଛନ୍ତି ବ୍ୟକ୍ତି:-

ଭିଡିଓରେ ନଜର ଆସୁଥିବା ବ୍ୟକ୍ତିଙ୍କ ନାମ ହେଉଛି ଅମକ ଓହାନ, ଯିଏକି ଟୁଲୁସ ଏଞ୍ଜେନ କମ୍ୟୁନିଟିର ଭଲ୍ଯୁଣ୍ଟର ଓ ଜଣେ ସୋସିଆଲ ଏକ୍ଟିଭିଷ୍ଟ ଅଟନ୍ତି। ସ୍ଥାନୀୟ ରିପୋର୍ଟ୍ସ ମୁତାବିକ, ଏହି ବିରୋଧ ପ୍ରଦର୍ଶନର ଉପାୟ ଟେଙ୍ଗୋରା(NTB) ପ୍ରାନ୍ତରେ ପ୍ରାୟ ସିଟିର ସେଣ୍ଟ୍ରାଲ ଲୋମ୍ବୋକ ରିଜେଂସୀର ଏକ କ୍ଷ-ତି-ଗ୍ର-ସ୍ତ ସଡକ ଉପରେ କରାଯାଇଥିଲା। ଯାହାପରେ ପ୍ରଶାସନ ସେହି ରାସ୍ତାକୁ ମରାମତି କରିବା ଆରମ୍ଭ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *