ପାନ ଖାଉଥିବା ଲୋକଙ୍କ ପାଇଁ ଖୁସି ଖବର : ଏବେ ଏଟିଏମରୁ ବାହାରିବ ପାନ, ୨୪ ଘଣ୍ଟିଆ ସେବା ପାଇପାରିବେ ଲୋକେ,ଜାଣନ୍ତୁ ପୁରା ଖବର

ପାନ ଖାଉଥିବା ଲୋକଙ୍କୁ ଯେତେବେଳେପାନ ମିଳେନାହିଁ,ଅଧାଅଧୁରା ଲାଗିଥାଏ|କିନ୍ତୁ ଏହା ସେତେବେଳେ ମିଳିବ ଯେପର୍ଯ୍ୟନ୍ତ ଦୋକାନ ଖୋଲାଥିବ|ପୁଣେରେ ପାନ ପାଇଁ ଏବେ ୨୪ ଘଣ୍ଟିଆ ପାନ ମିଳିବାର ବ୍ୟବସ୍ଥା ହୋଇଛି|ଏହା ସଫଳ ହୋଇଛି ଅଟୋମୋଟିକ୍ ପାନ ଏଟିମ୍ ଲାଗିବା ଫଳରେ|

କରୋନା କେସ୍ ପୁଣିଥରେ ବୃଦ୍ଧି ଯୋଗୁଁ ପୁଣେରେ ଏବେ ରାତି ୧୧ରୁ ସକାଳ ୬ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଛି|ଏଥିପାଇଁ ରାତିରେ ମେସିନକୁ ଘୋଡେଇ ଦିଆଯାଏ|ସାମାନ୍ୟ ଦିନରେ ଏଥିରେ ୨୪×୭ ବ୍ୟବସ୍ଥା ରହିଛି|

ଯେଉଁ ଦୋକାନୀ ଏହି ବ୍ୟବସ୍ଥା କରିଛନ୍ତି ତାଙ୍କର ନାମ ଶୈକିନ ଅଟେ|ଏହି ଦୋକାନୀର ମାଲିକ ଦାଵି କରିଛନ୍ତି ଯେ ଏହା ଭାରତର ପ୍ରଥମ ଅଟୋମେଟିକ ପାନ ଡିସ୍ପେନ୍ସର|ଏହାକୁ ସପ୍ତାହେ ପୂର୍ବରୁ ଲଗାଯାଇଛି|ଏଥିରେ ନିଜ ପସନ୍ଦର ପାନ ପାଇବାକୁ ଏଟିଏମରେ ଥିବା ବାରକୋଡ ସ୍କାନ କରିବାକୁ ହେବ|ଇଣ୍ଟରଫେସରେ ପାନର ଲିଷ୍ଟ ଉପଲବ୍ଧ ହେବ|ଏହାପରେ ଅନଲାଇନ୍ ପେମେଣ୍ଟ କରିବା ପରେ ଏକ ଛୋଟ ବାକ୍ସରେ ପ୍ୟାକ ହୋଇଥିବା ପାନ ବାହାରିବ|ମୈଙ୍ଗି,ଚକୋଲେଟ୍,ଆଇରିସ କ୍ରିମ,ମସାଲା,ଡ୍ରାଇ ଫ୍ରୁଟ,ମଘୋଇ ଆଦି ବହୁ ସ୍ୱାଦଯୁକ୍ତ ପାନ ରହିଛି|

ଏଥିରେ ସଫାସୁତୁରା ଉପରେ ବିଶେଷ ଧ୍ୟାନ ଦିଆଯାଏ|ପ୍ରସ୍ତୁତି ଠାରୁ ଡେଲିଭରି ପର୍ଯ୍ୟନ୍ତ ଯେମିତି କମ ଲୋକଙ୍କ ହାତ ଲାଗିବ ସେଥିପାଇଁ ଧ୍ୟାନ ଦିଆଯାଏ|କରୋନା ସମୟରେ ଏହା ଏକ ଭଲ ଉପାୟ|କିୟୋସ୍କର ଇଣ୍ଟରଆକ୍ଟିଭ୍ ସ୍କ୍ରିନରେ ଦେଖାଯାଏ ଏହା କିଭଳି କାମ କରୁଛି|

ଭାରତରେ ପରମ୍ପରାଗତ ପାନ ଖାଇଵା ରହିଛି|ଏଥିପାଇଁ ଗଳି ମୋହଲାରେ ଦୋକାନ ରହିଛି|ଏହି ଦୋକାନରେ ବହୁକଥା ଚର୍ଚ୍ଚା ହୁଏ|ଏବେ ଏହାର ଆଧୁନିକ ରୂପ ଦିଆଯାଉଛି|

ଅଟୋମେଟିକ ପାନ ଡିସ୍ପେନ୍ସର ଲଗାଇବା ପଛରେ ୫୧ ବର୍ଷୀୟ ଶରଦ ମୋରେଙ୍କ ହାତ ରହିଛି|ଏଥିପାଇଁ ସେ କଠିନ ପରିଶ୍ରମ କରିଛନ୍ତି|ତାଙ୍କ ବାପା କପଡା ମିଲରେ ଶ୍ରମିକ ଥିଲେ|ଅଶି ଦଶକରେ ମିଲ ଵନ୍ଦ ହେବାରୁ ପରିବାର ଆର୍ଥିକ ଅନଟନ ଭୋଗିଥିଲେ|୧୬ ବର୍ଷ ବୟସରେ ସେ ପେପର ବାଣ୍ଟିବା ଆରମ୍ଭ କରିଥିଲେ|ଏହାପରେ ଅଟୋ ରିପେୟାର କାମ କଲେ|ଏକ ବସ ଦୁର୍ଘଟଣାରେ ତାଙ୍କ ହାତ କଟିଗଲା|ଏହାପରେ ସମ୍ପର୍କୀୟଙ୍କ ପରାମର୍ଶକ୍ରମେ ସେ ପାନ ଦୋକାନ ଖୋଲିବା ନିଷ୍ପତ୍ତି ନେଲେ|ପାନ ତିଆରି କରିବାର ଆସୁନଥିବା ଯୋଗୁଁ ସେ ଦୋକାନ ସାମନାରେ ଠିଆହୋଇ ଦେଖୁଥିଲେ|

୨୦୦୪ ମସିହାରେ ସେ ପାନ ଦୋକାନ ଖୋଲିଲେ|ପ୍ରଥମରୁ ସେ ସଫାସୁତୁରା ଧ୍ୟାନ ଦେଲେ ଓ ଫଳରେ ପାନ ଖାଇବା ଲୋକ ଯେମିତି ନ ଥୁକିବ|

ତାଙ୍କ ଦୋକାନର ସବୁଠାରୁ ଶସ୍ତା ପାନ ୫ ଟଙ୍କା ହୋଇଥିଲା ବେଳେ ମହଙ୍ଗା ପାନ ୧୦୦୦ ଟଙ୍କା ରହିଛି|ସୁନାରୁପାର ମୁଲ୍ୟ ହ୍ରାସ ଯୋଗୁଁ ଏଠାରେ ପାନ ଓ ମିଠା ଦୋକାନ ପ୍ରବଳ ଲାଗୁଛି|ଦୋକାନରେ ପାଖାପାଖି ୪୦ ପ୍ରକାରର ପାନ ମିଳେ|

ଏହା ବନାଇବାକୁ ତାଙ୍କ ମନରେ ୧୦ ବର୍ଷ ପୂର୍ବେ ଆସିଥିଲା|ସେ ରିସର୍ଚ୍ଚରେ ୩-୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଫଳ ହୋଇଥିଲେ|କରୋନା ପରିସ୍ଥିତି ଉପୁଜିବା ଫଳରେ ସେ ପୁଣି ଏହା ଉପରେ ଲାଗିଲେ ଓ ସଫଳ ସାବ୍ୟସ୍ତ ହେଲେ|

ସେ କହିଛନ୍ତି ଯେ ଏହି ଏଟିଏମ କପିରାଇଟ ଓ ପେଟେଣ୍ଟ ହାସଲ କରିଛି|ଏହାର ଲକ୍ଷ୍ୟ ଏହା ବଡ଼ ବଡ଼ ସପିଙ୍ଗ ମଲ,ଵଡ ରେଷ୍ଟୁରାଣ୍ଟରେ ଲାଗିବ|ପୁଣେରେ ଲାଗିବା ପରେ ଦେଶର ଅନ୍ୟ ସହରମାନଙ୍କରେ ଲାଗିବା ଯୋଜନା ରହିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *