ଭାରତ ବନାମ ଇଂଲଣ୍ଡ : ଦ୍ଵିତୀୟ ଦିନିକିଆ ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ଲାଗିଲା ଶକ୍ତ ଝଟକା । ରୋହିତ ଶର୍ମା ଓ ଶ୍ରେୟାସ ଆୟର ହେଲେ ଦଳରୁ ବାହାର,ଜାଣନ୍ତୁ ସମ୍ପୂର୍ଣ ଖବର

ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ 66 ରନରେ ବିଜୟ ହୋଇଥିଲା । ଦ୍ଵିତୀୟ ମ୍ୟାଚ ପୂର୍ବରୁ ଦଳକୁ ବଡ଼ ଝଟକା ଲାଗିଛି କାରଣ ପ୍ରଥମ ମ୍ୟାଚରେ ଦଳର ସିନିୟର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶ୍ରେୟାସ ଆୟର ଆହତ ହୋଇ ମୈଦାନ ବାହାରକୁ ଚାଲିଯାଇଥିଲେ । ରୋହିତ ଦ୍ଵିତୀୟ ମ୍ୟାଚରେ ଖେଳିବେନାହିଁ ସେହିପରି ଆୟର ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି ।

ବ୍ୟାଟିଂ କରୁଥିବା ସମୟରେ ଆଘାତପ୍ରାପ୍ତ ହୋଇଥିଲେ ରୋହିତ ଶର୍ମା :-

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ସମୟରେ ରୋହିତ ଶର୍ମା ଆହତ ହୋଇଥିଲେ । ମାର୍କ ଉଡ଼ଙ୍କ ଏକ ଦ୍ରୁତ ବଲ ରୋହିତଙ୍କ କହୁଣୀରେ ଲାଗିଥିଲା । ଏହାପରେ ରୋହିତଙ୍କୁ ଯନ୍ତ୍ରଣା ହୋଇଥିଲା ଓ ମେଡିକାଲ ଟିମ ମଧ୍ୟ ରୋହିତଙ୍କ ପାଖକୁ ଆସିଥିଲେ । ରୋହିତ ଏହାପରେ ଫିଲ୍ଡିଂ କରିବାକୁ ମଧ୍ୟ ଆସିନଥିଲେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଫିଲ୍ଡିଂ କରିଥିଲେ । ବିସିସିଆଇ କହିଛି କି, ଅନୁଭବୀ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଗାମୀ ମ୍ୟାଚ ଖେକିବେନାହିଁ ।

ଶ୍ରେୟାସଙ୍କୁ ଫିଲ୍ଡିଂ କରୁଥିବା ସମୟରେ ଲାଗିଲା ଆଘାତ :-

ଅପରପକ୍ଷରେ ଶ୍ରେୟାସ ଆୟରଙ୍କ କାନ୍ଧର ହାଡ଼ ଖସିବା କାରଣରୁ ସେ ଦ୍ଵିତୀୟ ମ୍ୟାଚ ଖେଳିବେନାହିଁ । ଏତିକି ମଧ୍ୟ ନୁହେଁ ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ହାଫରେ ସେ ଖେଳିବେ କି ନାହିଁ ଏହାଉପରେ ବର୍ତ୍ତମାନ ସନ୍ଦେହ କରାଯାଉଛି । ଏହି ଘଟଣା ଇଂଲଣ୍ଡ ପାଳିର ଅଷ୍ଟମ ଓଭରରେ ହୋଇଥିଲା । ବିସିସିଆଇ କହିଛି କି, ଅଷ୍ଟମ ଓଭର ସମୟରେ ଶ୍ରେୟାସ ଫିଲ୍ଡିଂ ପାଇଁ ଡ୍ରାଇଭ ମାରୁଥିବା ସମୟରେ ତାଙ୍କର କାନ୍ଧର ହାଡ଼ ଖସିଯାଇଥିଲା ଓ ତାଙ୍କୁ ବର୍ତ୍ତମାନ ସ୍କାନ ପାଇଁ ପଠାଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *