ପ୍ରସିଦ୍ଧ କ୍ରିସ୍ନା : ପିତା ଜଣେ କ୍ରିକେଟର ଥିବାବେଳେ ମାଆ ଖେଳନ୍ତି ଭଲିବଲ । ନାଗରକୋଟୀଙ୍କ ଆହତ ପରେ ମିଳିଥିଲା ମୌକା,ଜାଣନ୍ତୁ କେମିତ ଥିଲା ପ୍ରସିଦ୍ଧ କ୍ରିସ୍ନାଙ୍କ ସଫଳତାର ସଂଘର୍ଷ

ଇଂଲଣ୍ଡ ବିପକ୍ଷରେ ବୋଲିଂରେ ପ୍ରଥମେ ମହଙ୍ଗା ସାବ୍ୟସ୍ତ ହୋଇ ପରବର୍ତ୍ତୀ ସମୟରେ ଲୟକୁ ଫେରି ଉଇକେଟ ଚଟକାଇଥିଲେ ବୋଲର ପ୍ରସିଦ୍ଧ କ୍ରିସ୍ନା । ସେ କହିଥିଲେ କି, ସେ ଏଭଳି ଏକ ବୋଲର ଭାବରେ ପରିଚିତ ହେବାକୁ ଚାହାଁନ୍ତି ଯିଏକି ଯୋଡି ଭାଙ୍ଗୁଥିବ ଓ ପିଚରେ ବଲକୁ ବହୁତ ବାଉନ୍ସ କରିପାରୁଥିବ ।

କର୍ଣ୍ଣାଟକର ଏହି 25 ବର୍ଷୀୟ ଦ୍ରୁତ ବୋଲର କହିଥିଲେ କି, ସେମାନେ ମୋ ବିପକ୍ଷରେ ଆକ୍ରମଣାତ୍ମକ କ୍ରିକେଟ ଖେଳିଥିଲେ କାରଣ ମୁଁ ପ୍ରଥମରୁ ଖରାପ ବୋଲିଂ କରିଥିଲି କିନ୍ତୁ ମୋ ଉପରେ ମୋର ବହୁତ ବିଶ୍ୱାସ ଥିଲା ଓ ଆମେ ଏକାଥରକେ ବହୁତ ଉଇକେଟ ନେଇଥିଲୁ ଯାହାଦ୍ୱାରା ଆମକୁ ଫାଇଦା ହୋଇଥିଲା । ପିଲାବେଳରୁ ପ୍ରସିଦ୍ଧଙ୍କୁ ଖେଳର ମାହୋଲ ମିଳିଥିଲା । ତାଙ୍କ ପିତା କ୍ରିକେଟ ଖେଳୁଥିବା ସମୟରେ ମାଆ ଭଲିବଲ ଖେଳନ୍ତି ।

6 ଫୁଟ 2 ଇଞ୍ଚର ଏହି ଖେଳାଳି ଆଇପିଏଲରେ କେତେକ ଟିମ ପାଇଁ ନେଟ ବୋଲିଂ କରିଥିଲେ । ନାଗରକୋଟୀଙ୍କ ଆଘାତ ହେବାପରେ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା ଓ ସେ କୋଲକାତା ନାଇଟ ରାଇଡ଼ର୍ସ ପାଇଁ ଏକ ମୁଖ୍ୟ ହତିଆର ଭାବରେ ବ୍ୟବହାର ହୁଅନ୍ତି ।

150 କିଲୋମିଟର ପ୍ରତିଘଣ୍ଟାରେ ବୋଲିଂ ପାଇଁ ସକ୍ଷମ ଥିବା ପ୍ରସିଦ୍ଧ, ବିଜୟ ହଜାରେ ଟ୍ରଫିର ସାତଟି ମ୍ୟାଚରୁ 14ଟି ଉଇକେଟ ନେଇଥିଲେ । ଯାହାକି ନିଜ ଦଳ କର୍ଣ୍ଣାଟକ ପାଇଁ ସର୍ବାଧିକ ଥିଲା । ବିବାହରେ ବ୍ୟସ୍ତ ଥିବା ଯଶପ୍ରୀତ ବୁମରାଙ୍କ ସ୍ଥାନରେ ତାଙ୍କୁ ଦଳରେ ସ୍ଥାନ ମିଳିଛି ।

ପ୍ରସିଦ୍ଧ କହିଥିଲେ କି, ତାଙ୍କୁ ଆରମ୍ଭର ତିନି ଓଭର ପରେ ଜଣାପଡିଥିଲା କି, ସେ ଆଗକୁ ବଲ ଖେଳାଇବା ଠିକ ହେବନାହିଁ । ଏଥିପାଇଁ ସେ ବ୍ୟାଟ୍ସମ୍ୟାନ ଠାରୁ ବଲକୁ ଦୂରରେ ରଖିଥିଲେ । କ୍ରିସ୍ନା ଏହାପରେ କହିଥିଲେ, ସେ ‘ହିଟ ଦ ଡେକ’ ବୋଲର ଭାବରେ ପରିଚିତ ହେବାକୁ ଚାହାଁନ୍ତି ।

ପ୍ରସିଦ୍ଧ କ୍ରିସ୍ନା ଭାରତର ପ୍ରଥମ ବୋଲର ହୋଇଗଲେ ଯିଏକି ଡେବ୍ୟୁ ମ୍ୟାଚରେ 54 ରନ ଦେଇ 4ଟି ଉଇକେଟ ନେଇଛନ୍ତି । ସେ ନୋଏଲ ଡେଭିଡ଼ଙ୍କ ପୁରୁଣା 24 ବର୍ଷର ରେକର୍ଡ଼କୁ ମଧ୍ୟ ଭାଙ୍ଗିଦେଲେ । ଡେଭିଡ଼ 1997 ମସିହାରେ ପୋର୍ଟ ଅଫ ସ୍ପେନ ଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ 21 ରନ ଦେଇ 3 ଉଇକେଟ ନେଇଥିଲେ । ଏବେପର୍ଯ୍ୟନ୍ତ 16 ଜଣ ଭାରତୀୟ ବୋଲର ଡେବ୍ୟୁରେ ତିନି ଉଇକେଟ ନେବାରେ ସଫଳ ହୋଇଛନ୍ତି ।

କୌଣସି ସିରିଜରେ ଏହାଠାରୁ ଭଲ ପ୍ରାରମ୍ଭ କଣ ହୋଇପାରିବ। ସେହିପରି ଡେବ୍ୟୁ ମ୍ୟାଚରେ କ୍ରୁନାଲ ପାଣ୍ଡ୍ୟା ମଧ୍ୟ 58 ରନ କରିଥିଲେ ଓ 39 ରନ ଦେଇ ଗୋଟିଏ ଉଇକେଟ ମଧ୍ୟ ପାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *